ବିପୁଲ ପରିମାଣରେ ଅପମିଶ୍ରିତ ନକଳି ମଦ ଜବତ, ୬ ଜଣ ଗିରଫ,

Sep 10, 2023 - 19:07
 0  42
ବିପୁଲ ପରିମାଣରେ ଅପମିଶ୍ରିତ ନକଳି ମଦ ଜବତ, ୬ ଜଣ ଗିରଫ,

ନୂଆପଡ଼ା: ନୂଆପଡା ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ପୃଥକ ପୃଥକ ଭାବରେ ତିନୋଟି ସ୍ଥାନରେ ଚଢାଉ କରି ବିପୁଳ ପରିମାଣରେ ଅପମିଶ୍ରିତ ନକଲି ଦେଶୀ ଓ ବିବେଶୀ ମଦ ଜବତ କରି ଛଅ ଜଣଙ୍କୁ ଗିରଫ କରି କୋର୍ଟ ଚାଳାଣ କରିଛନ୍ତି । ଅଭିଯୁକ୍ତ ମାନେ ହେଲେ ଝାରଖଣ୍ଡ ଭାଉରାହା ଗାଁ ର ପଙ୍କଜ କୁମାର ୟାଦବ (୨୪),ବିହାର ନବିନଗର ୱାର୍ଡ ୧୪ ର ବିଦ୍ୟଚଳ କୁମାର (୪୨),ରାୟପୁର ୱାର୍ଡ ନଂ-୬୯ ର ରାଜେଶ କୁମାର ସିଂ (୩୪),ବାଜିତୋଲାୱ୍ୱାଡ଼ ନମ୍ବର.୯, ନବରନାଥ ଚୌକ ଧନତରି ର ବିନୋଦ ସିଂ (୪୫) ଙ୍କୁ ଗିରଫ କରି କୋର୍ଟ ଚାଳାଣ କରାଯାଇଛି । ଏମାନେ କୋମନା ରେ ରହି ଅଞ୍ଚଳର ଛୋଟ ଛୋଟ ଦୋକାନରେ ନକଲି ମଦ ଯୋଗାଇବା ସହ ଚଢ଼ା ଦର ରେ ବିକ୍ରି ହେଉଥିବା ଅବକାରୀ ବିଭାଗ ରେ ଅଭିଯୋଗ ହୋଇଥିଲା ।ଏହି ଅଭିଯୋଗ ଆଧାରରେ ନୂଆପଡା ଅବକାରୀ ବିଭାଗ ପକ୍ଷରୁ ୩୫୩ ନମ୍ବର ଜାତୀୟ ରାଜପଥ ଉପରେ ଛକି ରହି ଏକ ବୋଲେରୋ ଗାଡ଼ି ଯୋଗେ ନକଲି ମଦ ନେଉଥିବା ସମୟ ରେ ୪ ଜଣଙ୍କୁ ଗିରଫ କରି ବିପୁଳ ପରିମାଣରେ ନକଲି ମଦ ୧୮୦ ଏମଏଲ ର ନଂ-୧ ୬୮ ଟି, ଆଇବି ୧୧୧ ଟି, ଫୁଟ ଲାଇନ ୧୪୪ ଟି ମୋଟ ୩୨୩ ଟି, ,ମଦ ରେ ମିଶ୍ରଣ କରିବା ପାଇଁ ବ୍ୟବହାର କରାଯାଉଥିବା ଅପମିଶ୍ରଣ ତରଳ ପଦାର୍ଥ ୨୦ ଲିଟର, ୭୫୦ ଏମଏଲ ର ଖାଳି ବୋତଲ ୧୮ ଟି, ୧୮୦ ଏମଏଲ ଖାଳି ବୋତଲ ୩୩୬ ଟି, ୧୨୫୮ ଗୋଟି ଖାଳି ଠିପି,ଠିପି ଉପରେ ଲଗା ଯାଉଥିବା ଷ୍ଟିକର ୩୧୦ଟି ଓ ଗୋଟିଏ ବୋଲେରୋ ଗାଡି ଜବତ କରାଯାଇଛି । ସେହିପରି କୋମନା ଥାନା ଜଟଗଡ଼ ଗାଁର ଅନନ୍ତ ସାହୁ (୪୦) ଓ ମାନିଗୁଡା ଗାଁ ର ଭାଗବତ ଦୀପ (୪୫)ଙ୍କୁ ଗିରଫ କରି କୋର୍ଟ ଚାଳାଣ କରା ଯାଇଛି । ଏମାନଙ୍କ ଠାରୁ ୨୨୦ ଟି ଖାଲି ମଦ ବୋତଲ,୬୧ ଟି ଷ୍ଟିକର,୪୦୦ ଟି ଖାଲି ଠିପି,୭ ହଜାର ୫ ଶହ ଖାଳି ଜେବ୍ରା ଛାପ ଥ‌ିବା ମଦ ପାଊଚ ଜବତ କରା ଯାଇଛି । ଏମାନେ ବହୁ ଦିନରୁ ନକଲି ମଦ ତିଆରି କରି ବିକ୍ରୟ କରି ଆସୁଥିବା ଅଭିଯୋଗରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରିଥିଲେ । ବିପୁଳ ପରିମାଣରେ ନକଲି ମଦ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଳାଣ କରିଛି । ଏହି ଚଢାଉ ସମୟରେ ଏସ ଆଇ ହିରାବତି ଥାର୍ଟି, ସଞ୍ଜୀବ ବେହେରା, ଓଆଇସି ଗୁପ୍ତେଶ୍ବର ପଟେଲ, ଏଏସ୍ ଆଇ ସରୋଜ କଟା, ରାମଚନ୍ଦ୍ର ଜାନି,ଧନରାଜ ଦଣ୍ଡସେନା ଓ ଅନ୍ୟ କର୍ମଚାରୀ ମାନେ ସାମିଲ ଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ