।। ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ କଲେ ମହିଳା ଲୋକ ବିକାଶ ମଞ୍ଚ ।।

Feb 23, 2024 - 16:24
 0  11
।। ବିଡ଼ିଓଙ୍କୁ ଦାବି ପତ୍ର ପ୍ରଦାନ କଲେ ମହିଳା ଲୋକ ବିକାଶ ମଞ୍ଚ ।।

ଲକ୍ଷ୍ମୀପୁର ୨୩/୦୨ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକରେ ଏବେଠାରୁ ଜଳ ସଙ୍କଟ ଦେଖା ଦେଲାଣି।ଏବେଠାରୁ ପ୍ରଶାସନ ଯଦି କୌଣସି ପଦକ୍ଷେପ ନ ନିଏ ତେବେ ଆଗକୁ ଜଳ ସଙ୍କଟ ବିରାଟ ରୂପ ନେବାକୁ କେହି ଅଟକାଇ ପାରିବେନି। ବର୍ତ୍ତମାନ ଠାରୁ ସ୍ଥାନୀୟ ବ୍ଲକର ଦୁର୍ଗମ ଅଞ୍ଚଳରେ ଜଳ ସଂକଟର ପ୍ରଭାବ ଦେଖା ଦେଲାଣି। ଏନେଇ ଏବେ ଦୁର୍ଗମ ଅଞ୍ଚଳ ବାସୀଙ୍କୁ ଜଳ ସଙ୍କଟରୁ ଉଧାର କରିବା ପାଇଁ ମହିଳା ଲୋକ ବିକାଶ ମଞ୍ଚ ଆଗେଇ ଆସିଛି। ଲକ୍ଷ୍ମୀପୁର ବ୍ଲକ୍ ପିପଳପଦର ପଞ୍ଚାୟତ ଅନ୍ତର୍ଗତ ବିଷମପୁର୍ ଗ୍ରାମରେ ପାନୀୟ ଜଳ ସମସ୍ୟା ଦେଖା ଦେଇଛି।ଗ୍ରାମରେ ସମୁଦାୟ ୫୫ ଆଦିବାସୀ ପରିବାର ବସ ବାସ କରନ୍ତି।ସେମାନଙ୍କ ପାଇଁ ଦୁଇ ବର୍ଷ ତଳେ ଏକ ସୌର ଜଳ ପ୍ରକଳ୍ପ ନିର୍ମାଣ ହୋଇଥିଲା।ତାହା ନିର୍ମାଣର ଛଅ ମାସ ପରେ ଅଚଳ ହୋଇ ପଡ଼ିଲା।ସେବେ ଠାରୁ ଅଭିଯୋଗ କରିଆସୁଥିଲେ ମଧ୍ୟ ତାଙ୍କ ସମସ୍ୟା ପ୍ରତି କେହିବି କର୍ଣ୍ଣପାତ କରିନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।ଆଜି ଯାଏଁ ତାହା ମରାମତି ହୋଇନଥିବା ବେଳେ ଗ୍ରାମବାସୀ ନଦୀ ନାଳ ପାଣି ପିଇ ରୋଗା ଗ୍ରସ୍ତ ହେଉଛନ୍ତି।ଏନେଇ ମହିଳା ଲୋକ ବିକାଶ ମଞ୍ଚ ତରଫରୁ ଆଜି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁରେଶ୍ୱର ଭୋଇଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି। ଆଗକୁ ଖରାଦିନ ଆସୁଚି ନଦିନାଳ ଶୁଖିଜିବା ପୂର୍ବରୁ ତୁରନ୍ତ ବିଷମପୂର୍ ଗାଁ ରେ ପାନୀୟ ଜଳର ବ୍ୟବସ୍ଥା କରିବାକୁ ଦାବି ପତ୍ରରେ ଉଲେଖ ରହିଛି।ବାର୍ ବାର୍ ଅଭିଯୋଗ ସତ୍ବେ କୌଣସି ସୁଫଳ ନ ମିଳିବାରୁ ଶେଷରେ ମହିଳା ମାନେ ଅଣ୍ଟା ଭିଡ଼ି ବିଡ଼ିଓଙ୍କ ଦ୍ବାରସ୍ଥ ହୋଇ ଛନ୍ତି।ବର୍ତ୍ତମାନ ବିଷମ ପୂର୍ ବାସୀ ଜଳ ସଙ୍କଟରୁ କେବେ ମୁକ୍ତି ପାଉଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା।

 ଲଷ୍ମୀପୁର ରୁ ପ୍ରମୋଦ ଜେନାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ