ବିଜେପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଗୁରୁ ଦିବସ ପାଳିତ
ଟିଟିଲାଗଡ଼ :-୫/୯/୨୬ ବିଜେପୁର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ମହା ସମାରୋହରେ ଗୁରୁ ଦିବସ ପାଳିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ରୂପେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଉମେଶ ଚନ୍ଦ୍ର ଦାସ, ଏବଂ ସମ୍ମାନିତ ଅତିଥିରୂପେ ପୂର୍ବତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ବ୍ରଜବନ୍ଧୁ ବେହେରା, ଅବସର ପ୍ରାପ୍ତ ଶିକ୍ଷକ ଶ୍ରୀଯୁକ୍ତ ପ୍ରଫୁଲ୍ଲ ବିଶି,ହିନ୍ଦୀ ଶିକ୍ଷୟିତ୍ରୀ ଶ୍ରୀମତୀ ହରିପ୍ରିୟା ମିଶ୍ର,ବିଜେପୁର ସିଆରସିସି ଶ୍ରୀଯୁକ୍ତ ଗୋପାଳ ସିଂ ସୁନା ସମୂହ ଯୋଗଦାନଦେଇ ଦୀପ ପ୍ରଜ୍ବଳନ କରିବା ସହିତ ସର୍ବପଲ୍ଲୀ ରାଧାକ୍ରିଷ୍ଣା ଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ l ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସୁଶାନ୍ତ ମାଝୀଙ୍କ ସଭାପତିତ୍ୱରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ଗୁରୁ ଙ୍କ ବିଷୟରେ ଅତିଥିମାନେ ବକ୍ତବ୍ୟ ରଖିଥିଲେ l ଏବଂ ଛାତ୍ରଛାତ୍ରୀମାନେ ମଧ୍ୟ ତାଙ୍କର ଅଭିଭାଷଣ ରଖିଥିଲେ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଖେଳ ଶିକ୍ଷକ ଶ୍ରୀଯୁକ୍ତ ଭବାନୀ ଶଙ୍କର ମାଝୀ ସଭା ପରିଚାଳନା କରିଥିବାବେଲେ ଶିକ୍ଷକ ଦ୍ରୋଣ ତାଣ୍ଡି, ବିକାଶ ମେହେର,ଟଙ୍କଧର କୁମ୍ଭାର, ସରୋଜ ସାହୁ,ସୁଶାନ୍ତ ସୁନା, ମୋହିତ ଯାନୀ, ଶିକ୍ଷୟିତ୍ରୀ ନିକିତା ଭୋଇ, ଚତୁରୀ ଜାଲ,ନମ୍ରତା ମନହୀରା ଏବଂ ଚତୁର୍ଥ କର୍ମଚାରୀ ଭକ୍ତବନ୍ଧୁ ବଗର୍ତ୍ତୀ,ଅର୍ଜୁନ ରଣା, ଦିଲୀପ ପୋଢ଼,ଥବୀର ବଗର୍ତ୍ତୀ,ବବିତା ବଗର୍ତ୍ତୀ, ସତ୍ୟଭାମା ବଗର୍ତ୍ତୀ ସମୂହ ସହଯୋଗ କରିଥିଲେ l ସଭାପରେ ଅତିଥିମାନଙ୍କ ଦ୍ୱାରା ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷ ରୋପଣ କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0