ବିଜେପି ପାର୍ଥି ଜଗନ୍ନାଥ ନୁଣ୍ଡ୍ରୁକାଙ୍କ ନାମାଙ୍କନ ପାଇଁ ରାୟଗଡ଼ା ଯାତ୍ରା: ଓ ନାମାଙ୍କନ ପତ୍ର ଦାଖଲ

Apr 24, 2024 - 15:48
Apr 24, 2024 - 16:10
 0  516
ବିଜେପି ପାର୍ଥି ଜଗନ୍ନାଥ ନୁଣ୍ଡ୍ରୁକାଙ୍କ ନାମାଙ୍କନ ପାଇଁ ରାୟଗଡ଼ା ଯାତ୍ରା: ଓ ନାମାଙ୍କନ ପତ୍ର ଦାଖଲ

ମୁନିଗୁଡ଼ା:ତା୨୪-୪ ରାୟଗଡ଼ା ଜିଲ୍ଲା ବିଷମକଟକ ବିଧାନସଭା ଆସନ ପାଇଁ ଆଜି ବିଜେପି ପାର୍ଥି ଜଗନ୍ନାଥ ନୁଣ୍ଡ୍ରୁକା ମୁନିଗୁଡ଼ା,ବିଷମକଟକ,କୋଲନରା ଓ କଲ୍ୟାଣସିଂହପୁରର ସମସ୍ତ ବିଜେପି ନେତୃମଣ୍ଡଳୀ,ବିଭିନ୍ନ ମୋର୍ଚ୍ଚାର ପଦାଧିକାରୀ, କାର୍ଯ୍ୟକର୍ତ୍ତା,ହଜାର ହଜାର କର୍ମୀ,ସମର୍ଥକମାନଙ୍କ ଗହଣରେ ରାୟଗଡ଼ା ଜିଲ୍ଲା ସଦର ମହକୁମାସ୍ଥ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ମୁନିଗୁଡ଼ାରୁ ଯାତ୍ରା କରିଛନ୍ତି।ଆଜି ସକାଳୁ ବିଜେପି ପାର୍ଥି ଶ୍ରୀଯୁକ୍ତ ନୁଣ୍ଡ୍ରୁକା ସପତ୍ନିକ ମୁନିଗୁଡାର ଆରାଧ୍ୟ ଦେବୀ ମା"ବୁଢ଼ୀ ଠାକୁରାଣୀ,ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଓ ଆଶ୍ରିବାଦ କାମନା କରି ଶୁଭବେଳା ଠିକ୍ ୧୦ଟା ୦୫ ମିନିଟ ସମୟରେ ନାମାଙ୍କନ ଦାଖଲ ପାଇଁ ରାୟଗଡ଼ା ଅଭିମୁଖେ ଯାତ୍ରା କରିଥିଲେ।ଆଜି ସକାଳୁ ମୁନିଗୁଡ଼ା ବିଜେପି କାର୍ଯ୍ୟାଳୟ ସମ୍ପୂର୍ଣ୍ଣ ଲୋକାରଣ୍ୟ ହୋଇ ଉଠିଥିଲା।ହଜାର ହଜାର ସମର୍ଥକ ଗାଡ଼ିରେ ଦଳୀୟ ପତାକା ଲଗାଇ ମୁନିଗୁଡ଼ା କାର୍ଯ୍ୟାଳୟରେ ପହଞ୍ଚି ଯାଇଥିଲେ।ସେଠାରେ ସେମାନଙ୍କ ବ୍ୟବସ୍ଥିତୀ ଯାତ୍ରା ପାଇଁ ରାଜ୍ୟ ଓବିସି ମୋର୍ଚ୍ଚା ଉପସଭାପତି ରାମଚନ୍ଦ୍ର ବେହେରା,ବରିଷ୍ଠ ବିଜେପି ନେତା ମୀନକେତନ ଷଢ଼ଙ୍ଗୀ,ଜିଲ୍ଲା ସାଧାରଣ ସମ୍ପାଦକ ରାମକୃଷ୍ଣ ପଣ୍ଡା,ରାଜ୍ୟ ଓବିସି ମୋର୍ଚ୍ଚା ସଂଯୋଜକ ବୀରଭଦ୍ର ଆଚାରି,ମୁନିଗୁଡ଼ା ମଣ୍ଡଳ ସଭାପତି ଜଗା ଶବର, ଅମ୍ବାଦଳା ମଣ୍ଡଳ ସଭାପତି ପରମେଶ୍ବର ରାଓ,ରମେଶ ସାମନ୍ତ,ଟଙ୍କଧର ବେହେରା,ଡମ୍ବରୁ ହଂସ,ରବୀନ୍ଦ୍ର ବିଶ୍ୱାଳ,ଯୁବ ମୋର୍ଚ୍ଚା ସଭାପତି ନରେନ୍ଦ୍ର ନାଗ,ଜିଲ୍ଲା ସମ୍ପାଦକ ସୁଶୀଳା ସରାଫ,ନାରୀନେତ୍ରୀ ରୁନା ସୀକା,ଯୁବନେତା ଗରିବ ଗରାଡ଼ିଆ,ଟୁନା କରକରିଆ,ଭୀମ ବେହେରା,ପଞ୍ଚାନନ ସାହୁ,ପଦ୍ମ ବେହେରା ଏବଂ ବିଷମକଟକ ନିର୍ବାଚନ ମଣ୍ଡଳୀ ବିଜେପି ମିଡ଼ିଆ ସେଲ ପ୍ରମୁଖ ଧନୁ କୁଶୁଲିଆ ପ୍ରମୁଖ ବିଜେପି କର୍ମୀ ମାନଙ୍କୁ ଆଜିର କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ଦେବା ସହ ଶୃଙ୍ଖଳାର ସହିତ କିପରି ରାୟଗଡାରେ ନାମାଙ୍କନ ଦାଖଲ କରାଯିବ ସେନେଇ ମାର୍ଗଦର୍ଶନ କରିଥିଲେ।ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରାଯାଇଥିଲା।ଭାରତ ମାତାକି ଜୟ,ବିଜେପି ଜିନ୍ଦାବାଦ,ନରେନ୍ଦ୍ର ମୋଦୀ ଜିନ୍ଦାବାଦ,ଜଗନ୍ନାଥ ଭାଇ ଜିନ୍ଦାବାଦ ଧ୍ବନିରେ ମୁନିଗୁଡ଼ା କମ୍ପି ଉଠିଥିଲା। ପାର୍ଥି ଜଗନ୍ନାଥ ନୁଣ୍ଡ୍ରୁକା ସମସ୍ତ ବରିଷ୍ଠ ବିଜେପି ପଦାଧିକାରୀ,ଗୁରୁଜନ ମାନଙ୍କ ଠାରୁ ଆଶ୍ରିବାଦ ଓ ସହକର୍ମୀ ସମର୍ଥକ ବନ୍ଧୁ ମାନଙ୍କ ଠାରୁ ଶୁଭେଚ୍ଛା ଓ ଶୁଭକାମନା ନେଇ ଏକ ବିଶାଳ ଗାଡ଼ି ପଟୁଆରରେ ନାମାଙ୍କନ ଭରିବା ପାଇଁ ରାୟଗଡ଼ା ଯାତ୍ରା କରିଥିଲେ।ଶ୍ରି ଜଗନ୍ନାଥ ନୁଣ୍ଡୃକା ରାୟଗଡ଼ା ପହଞ୍ଚି ବା ପରେ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରୁ ୩୦୦୦ ରୁ ଉର୍ଦ୍ଧ୍ବ ଦଳୀୟ କର୍ମୀଙ୍କ ସହ ଦଳୀୟ ଝାଣ୍ଡା ଧରି କର୍ମଚାରୀ ସମର୍ଥ କ ମାନେ ଓ ପଦାଧିକାରୀ ମାନେ ବେଣ୍ଡବାଜା ନାଚ ଗିତ ର ସହ ଜୟେ ଶ୍ରିରାମ ବିଜେପି ଜିନ୍ଦାବାଦ ନାରାଦେଇ ଜଗନ୍ନାଥ ନୁଣ୍ଡୃକା ଜିନ୍ଦାବାଦ କହି ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟର ସମ୍ମୁଖରେ ପହଞ୍ଚି ଥିଲେ। ଶେଷରେ ସମର୍ଥକ ପ୍ରସ୍ଥାବକ ମାନଙ୍କୁ ନେଇ କାର୍ଯ୍ୟାଳୟ ଭିତରକୁ ପ୍ରବେଶ କରି ଅତିରିକ୍ତ ଜିଲ୍ଲା ପାଳ ଶ୍ରୀ ଯୁକ୍ତ ଭାସ୍କର ରଇତ ଙ୍କୁ ନାମାଙ୍କନ ପତ୍ର ଦାଖଲ କରିଥିଲେ।

ରାୟଗଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ