।। ବିଜେଡି କୁ ଫେରିଲେ ଦୁଇ ସମିତି ସଭ୍ୟ/ସଭ୍ୟା ।।

Aug 26, 2024 - 16:36
 0  97
।। ବିଜେଡି କୁ ଫେରିଲେ ଦୁଇ ସମିତି ସଭ୍ୟ/ସଭ୍ୟା ।।

ବରୀ ର ରାଜନୈତିକ ଦୃଶ୍ୟପଟରେ ଘଡିକେ ଘୋଡା ଛୁଟୁଛି।ଚଳିତ ମାସ ୧୬ ତାରିଖ ଦିନ ବିଜେପି ନେତା ଉମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ବିଜେଡି ର ୧୨ ଜଣ ସମିତି ସଭ୍ୟ/ସଭ୍ୟା ୭ ଜଣ ସରପଞ୍ଚ ଓ ବରୀ ବ୍ଲକ ଅଧକ୍ଷ ଅଶୋକ କୁମାର ଗେଡ଼ିଙ୍କ ସହ ବିଜେପି ରେ ଯୋଗ ଦେଇଥିଲେ।ମାତ୍ର ଆଜି ତା ୨୫ ରିଖ ରବିବାର ଅଧକ୍ଷ ଙ୍କ ସହିତ ବିଜେପିରେ ଯୋଗ ଦେଇଥିବା ଅନ୍ୟାସୀପୁର ପଂଚାୟତ ର ସମିତି ସଭ୍ୟ ରମେଶ କୁମାର ସାହୁ ଓ ବାଲିଆ ପଂଚାୟତର ସମିତି ସଭ୍ୟା ମାନସୀ ଦାସ ଓ ଗୋଳକୁଣ୍ଡ ପଞ୍ଚାୟତ ସରପଞ୍ଚ ପ୍ରତିନିଧି ସହଦେଵ ବେହେରା ବରୀ ବିଧାୟକ ବିଶ୍ୱ ରଞ୍ଜନ ମଲ୍ଲିକ,ବିଜେଡି ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ,ପୂର୍ବର୍ତନ ମନ୍ତ୍ରୀ ତଥା ବର୍ତ୍ତମାନ ର ବିଧାୟକ ପ୍ରତାପ କିଶୋର ଦେଓଙ୍କ ଉପସ୍ଥିତି ରେ ଆନୁଷ୍ଠାନିକ ଭାବେ ବିଜେଡିର ଯୋଗ ଦେଇଛନ୍ତି।ଏଠାରେ ପ୍ରଶ୍ନ ଉଠେ ପଞ୍ଚାୟତ ସ୍ତରୀୟ ସଭ୍ୟ ଓ ସରପଞ୍ଚ ମାନେ ବାରମ୍ବାର ଦଳ ବଦଳ କରିବା ଯୋଗୁଁ ସେମାନେ ଆଗାମୀ ଦିନରେ କେଉଁ ରାଜନୈତିକ ଦଳ ସହ ରହିବେ ତାହାକୁ ନେଇ ବରୀ ରାଜନୈତିକ କ୍ଷେତ୍ରରେ ଚର୍ଚା ଜୋର ଧରିଛି।ପ୍ରକାଶ ଥାଉକି ବରୀ ବ୍ଳକ୍ ର ଅଧକ୍ଷ ଥିବା ଅଶୋକ କୁମାର ଗେଡି ବିଗତ ଦିନରେ ବର୍ତ୍ତମାନ ର ବିଧାୟକ ବିଶ୍ୱ ରଂଜନ ମଲ୍ଲିକଙ୍କ ସମର୍ଥନ ରେ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇ ବରୀ ବ୍ଳକ୍ ର ଅଧକ୍ଷ ପଦବୀରେ ଅଧିଷ୍ଠିତ ହୋଇଥିଲେ।ବରୀ ପ୍ରତିନିଧି ରଞ୍ଜିତ ମହାନ୍ତିଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ