ବିଜେଡ଼ି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା

Nov 9, 2024 - 20:55
 0  16
ବିଜେଡ଼ି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା

ବେତନଟୀ , ମୟୂରଭଞ୍ଜ ଜିଲ୍ଲାର ବଡ଼ସାହି ନିର୍ବାଚନ ମଣ୍ଡଳୀ ରେ ଶୁକ୍ରବାର ବିଜୁ ଜନତା ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ବ୍ଲକ ସଭାପତି ସନ୍ତକ ଲେଙ୍କାଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଜିଲା ବିଜେଡି ଉପସଭାପତି ଜିତେନ୍ଦ୍ର ମହାନ୍ତି (ନଛି ଭାଇ ), ବାରିପଦା ମ୍ୟୁନିସିପାଲଟି ଉପାଧ୍ୟକ୍ଷା ସୀମା ଦାସ, ବଡ଼ସାହି ନିର୍ବାଚନ ମଣ୍ଡଳୀର ପର୍ଯ୍ୟବେକ୍ଷକ ସୁବ୍ରମଣ୍ୟମ ମହାନ୍ତି, ପ୍ରାକ୍ତନ ବିଧାୟକ ଗଣେଶ୍ୱର ପାତ୍ର, ଜିଲା ପରିଷଦ ସଦସ୍ୟ ବିଶ୍ୱନାଥ ହେମ୍ବ୍ରମ, ଧାନୀ କିସ୍କୁ , ସବିତା ଦାସ, ସରପଞ୍ଚ ପାନମଣି ମୁର୍ମୁ, ସମିତି ସଦସ୍ୟ କିଶୋର ନାୟକ , ରାଜୀବ ସେନାପତି, ବିନୋଦ ସିଂ, ବେତନଟୀ ବ୍ଲକ ଉପାଧ୍ଯକ୍ଷ ଶୁଭ୍ରାନ୍ତ ତିଆଡ଼ି ପ୍ରମୁଖ ଯୋଗଦାନ କରିଥିଲେ | ବିଜେଡି ର ଏହି ପଟୁଆର ବେତନଟୀ ଜାତୀୟ ରାଜପଥ ଡାକବଙ୍ଗଳାରୁ ବାହାରି ବିଭିନ୍ନ ନାରା ଦେଇ ଦଳୀୟ ପତାକା ହାତରେ ଧରି ଥିବାର ଦେଖାଯାଇଥିଲା। ଏବେ ରାଜ୍ୟରେ ଭାଜପା ସରକାର ଶାସନ ଭାର ଚଳାଉଥିବାବେଳେ ନିର୍ବାଚନ ସମୟରେ ଭୋଟରଙ୍କୁ ଦେଇଥିବା ପ୍ରତିଶୃତି ପୂରଣ ନକରିବାରୁ ରାଜ୍ୟରେ ଏବେ ମିଛୁଆ ସରକାର ଶାସନ କରୁଛି ବୋଲି ଜିଲା ଉପ ସଭାପତି ସମାଲୋଚନା କରିବା ସହ ଭତ୍ତା ଓ ବିଦ୍ୟୁତ ବିଲ ଛାଡ଼ କରିବା ପ୍ରତିଶୃତି ଦେଇ ପୂରଣ କରିବାରେ ପଛଘୁଞ୍ଚା କାହିଁକି ବୋଲି ପ୍ରଶ୍ନ କରିଥିଲେ। ଭୋଟ ଦେଇ ଭାଜପାକୁ ସରକାର ଗଠନ କରିବାକୁ ସୁଯୋଗ ଦେଇଥିବା ଭୋଟର ମାନେ କିପରି ଭୁଲ କରିଛନ୍ତି ସେ ସମ୍ପର୍କରେ ଆଲୋଚନା କରିଥିଲେ। ସମସ୍ତ ସରକାରୀ ଯୋଜନାର ମୁଖ୍ୟ ପୁରୋଧା ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଶାସନରେ ନଆଣି ଭୁଲ କରିଛନ୍ତି ବୋଲି ପ୍ରକାଶ କରିଥିଲେ।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ