ବାଲିଗୁଡ଼ା ଆଇଟିଡିଏ ସହକାରୀ ଯନ୍ତ୍ରୀ ଘରେ ଭିଜିଲାନ୍ସ ଚଢ଼ାଉ

Jun 6, 2026 - 21:02
 0  19
ବାଲିଗୁଡ଼ା ଆଇଟିଡିଏ ସହକାରୀ ଯନ୍ତ୍ରୀ ଘରେ ଭିଜିଲାନ୍ସ ଚଢ଼ାଉ

ବାଲିଗୁଡା: ୬/୦୬/୦୨୬(ଫାଷ୍ଟ ନ୍ୟୁଜ୍ ଓଡ଼ିଶା)ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଆଇଟିଡିଏର ସହକାରୀ ନିର୍ବାହୀ ଯନ୍ତ୍ରୀ (AEE) ବୈକୁଣ୍ଠ ନାଥ ବେହେରାଙ୍କ ବିରୋଧରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ବ୍ୟାପକ ଚଢ଼ାଉ ଆରମ୍ଭ ହୋଇଛି। ଶନିବାର ଭିଜିଲାନ୍ସର ଦୁଇ ଜଣ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ଏକ ବଡ଼ ଟିମ୍ ଭୁବନେଶ୍ୱର, ବାରିପଦା, ଯାଜପୁରର ଧର୍ମଶାଳା ଏବଂ କନ୍ଧମାଳର ବାଲିଗୁଡ଼ାରେ ଏକକାଳୀନ ତଲାସି ଚଳାଇଛି।ମାନ୍ୟବର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ, ଭୁବନେଶ୍ୱରଙ୍କ ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢ଼ାଉ ଚାଲିଥିବା ବେଳେ ଟିମ୍‌ରେ ୨ ଜଣ ଅତିରିକ୍ତ ଏସ୍‌ପି, ୫ ଜଣ ଡିଏସ୍‌ପି, ୬ ଜଣ ଇନ୍ସପେକ୍ଟର ଏବଂ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି। ଭିଜିଲାନ୍ସ ପକ୍ଷରୁ ଶ୍ରୀ ବେହେରାଙ୍କ ଭୁବନେଶ୍ୱରରେ ଥିବା ଚାରି ମହଲା, ତିନି ମହଲା ଓ ଦୁଇ ମହଲା କୋଠା ସମେତ ମୋଟ ୯ଟି ସ୍ଥାନରେ ତଲାସି ଚାଲିଛି। ଏଥିରେ ତାଙ୍କ ପୈତୃକ ଘର, ସମ୍ପର୍କୀୟଙ୍କ ବାସଭବନ, ବାଲିଗୁଡ଼ାରେ ଥିବା କାର୍ଯ୍ୟାଳୟ ପ୍ରକୋଷ୍ଠ ଏବଂ ସରକାରୀ ବାସଭବନ ମଧ୍ୟ ସାମିଲ ରହିଛି। ତଲାସି ବେଳେ ବିଭିନ୍ନ ସମ୍ପତ୍ତି, ଦସ୍ତାବିଜ ଓ ନିବେଶ ସମ୍ପର୍କିତ ତଥ୍ୟ ଯାଞ୍ଚ କରାଯାଉଥିବା ଜଣାପଡ଼ିଛି। ତେବେ ଚଢ଼ାଉ ଜାରି ଥିବାରୁ ଏପର୍ଯ୍ୟନ୍ତ ସମ୍ପତ୍ତିର ପରିମାଣ କିମ୍ବା ମୂଲ୍ୟ ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ପ୍ରକାଶ କରାଯାଇନାହିଁ। ବର୍ତମାନ ବାଲିଗୁଡ଼ା ସରକାରୀ ବାସ ଭବନରେ ଭିଜିଲାନ୍ସ ଟିମ ପହଞ୍ଚି ଯାଞ୍ଚ ଚଳାଇଛନ୍ତି l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ