ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

Dec 17, 2024 - 16:36
 0  6
ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ଥୁଆମୂଳ ରାମପୁର ବ୍ଲକ ବିଷମଗିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବାର୍ଷିକ କ୍ରୀଡା ଉତ୍ସବ ହୋଇ ଯାଇଛି l ଏଥିରେ ପ୍ରେମ ଲାଲ ନାଏକ ପ୍ରଧାନ ଶିକ୍ଷକ, ସୁବାସ ନାଏକ, ଜଗିନ୍ଦ୍ର ନିଆଲ, ଦଶରଥ ଗୋପାଳ ଶିକ୍ଷକ ଓ ୱାଡେନ ସହ ବିଦ୍ୟାଳୟ ପରିଚାଳନା କମିଟି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l ମାଁ ଡୋକରୀ ମନ୍ଦିର ରୁ ପଡିଆ ପର୍ଯ୍ୟନ୍ତ ମସାଲ ଯାତ୍ରା କରିଥିଲେ l ମସାଲ ଯାତ୍ରା ପରେ କ୍ରୀଡା କୁ ପ୍ରଧାନ ଶିକ୍ଷକ ଉତଘାଟନ କରି ଥିଲେ l କ୍ରୀଡାରେ ଛାତ୍ର ଛାତ୍ରୀ ଙ୍କୁ ନେଇ ଦୌଡ, ଲମ୍ବ ଡ଼ିଆ, ପୁଚି ଖେଳ, ଚୌକି ବସା ଇତ୍ୟାଦି ପ୍ରତିଯୋଗିତା କରି ଥିଲେ l ପ୍ରତିଯୋଗିତାରେ ବିଜୟ କରିଥିବା ଛାତ୍ର ଛାତ୍ରୀ ମାନଂକୁ ପୁରସ୍କାର ପ୍ରଦାନ କରାଯାଇଥିଲା l ସ୍ୱାସ୍ଥ୍ୟ ପାଇଁ ହିତ କ୍ରୀଡା ବୋଳି ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଂକୁ ବାର୍ତା ଦେଇ ଥିଲେ l ଶାନ୍ତି ଶୃଙ୍ଖଳା କ୍ରୀଡା ଉତ୍ସବ ସମାପନ ହୋଇଥିଲା l

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ