।। ବାରିପଦା ଠାରେ ଆୟୋଜିତ ହେଲା କୃଷି ଦକ୍ଷତା ବୃଦ୍ଧି ସଚେତନତା କାର୍ଯ୍ୟକ୍ରମ ।।

Sep 27, 2024 - 21:50
 0  27
।। ବାରିପଦା ଠାରେ ଆୟୋଜିତ ହେଲା କୃଷି ଦକ୍ଷତା ବୃଦ୍ଧି ସଚେତନତା କାର୍ଯ୍ୟକ୍ରମ ।।

ବାରିପଦା: ୨୬/୦୯/୨୦୨୪:: ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଶୁକ୍ରବାର ଦିନ ସ୍ଥାନୀୟ ସହିଦ ସ୍ମୃତି ଭବନ ଠାରେ ଜିଲ୍ଲା ସ୍ତରୀୟ ଉଠା ଜଳସେଚନ ପ୍ରକଳ୍ପ ଅଂଚଳରେ ଫସଲ ବିବିଧିକରଣ ଅନ୍ତର୍ଗତ ସମସ୍ତ ଅଂଶୀଦାରଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ବାରିପଦା ଶ୍ରୀ ପ୍ରକାଶ ସୋରେନ, ସମ୍ମାନିତ ଅତିଥି ଭାବେ ମାନ୍ୟବର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ହାଁସଦା ଏବଂ ବିଶିଷ୍ଟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ବିଭୁତି ଭୂଷଣ ନାୟକ ଯୋଗ ଦେଇଥିଲେ। ଏହି ପରିପ୍ରେକ୍ଷୀରେ, ନିଜ ଅଭିଭାଷଣରେ ମାନ୍ୟବର ବିଧାୟକ ଶ୍ରୀ ସୋରେନ ଜିଲ୍ଲାରେ କାର୍ଯ୍ୟରତ କୃଷକ, ଚାଷ ପ୍ରଣାଳୀ ଏବଂ ଜିଲ୍ଲାର ବାସ୍କେତଳା ଠାରେ ଉତ୍ପାଦିତ ଦୋଷାରୀ ଆମ୍ବ, ଡ୍ରାଗନ ଫ୍ରୁଟ ଏବଂ ବିଭିନ୍ନ ସ୍ଥାନୀୟ ଚାଷ ଅନେକ ଉନ୍ନତି କରିଛି ବୋଲି କହିଥିଲେ। ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲାରେ ଥିବା ୧୧ଟି କ୍ଲଷ୍ଟର ମଧ୍ୟରୁ ୩ଟି କ୍ଲଷ୍ଟରର ସ୍ଵୟଂସହାୟକ ଗୋଷ୍ଠୀ ଙ୍କୁ ଏବଂ ଫାର୍ମ ପ୍ରଡକ୍ସନ ଅର୍ଗାନାଇଜେସନଙ୍କୁ ୩ଟି ଅମଳକ୍ଷମ ଟ୍ରାକ୍ଟର, ଅଧିକ ପ୍ରଯୁକ୍ତିବିଦ୍ୟା ଶାଣିତ କୃଷି ଯନ୍ତ୍ରପାତି ଏବଂ ଅତ୍ୟାଧୁନିକ କୃଷି ଉପକରଣ ମାନ ଯୋଗାଇ ଦିଆ ଯାଇଥିଲା। ଏହି କାର୍ଯ୍ୟକ୍ରମର ପ୍ରଥମ ସତ୍ରରେ ଆଲୋଚନା ଚକ୍ର ଏବଂ ଦ୍ଵିତୀୟ ସତ୍ରରେ କୃଷି ଯାନ୍ତ୍ରିକ ପଦ୍ଧତି କାର୍ଯ୍ୟକ୍ଷମତା ବିଷୟରେ ସେମିନାର ଆୟୋଜିତ ହୋଇଥିଲା। ଏହି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମର ଆଭିମୁଖ୍ୟ କୃଷିକାର୍ଯ୍ୟରେ ଜଳସେଚନ ଏବଂ ଉଠା ଜଳସେଚନର କାର୍ଯ୍ୟକାରିତା ବିଷୟରେ ଆଲୋଚନା ହୋଇଥିଲା।।ଏହି କାର୍ଯ୍ୟକ୍ରମରେ ଜିଲ୍ଲାରୁ ପାଖାପାଖି ୩୫୦ରୁ ୪୦୦ ଜଣ କୃଷକ ଯୋଗ ଦେଇଥିଲେ ଏବଂ ସେମାନଙ୍କୁ ସହକାରୀ କୃଷି ଅଧିକାରୀ ଶ୍ରୀ ରମ୍ୟରଞ୍ଜନ ମହାପାତ୍ର, ଚାଷ ସମ୍ବନ୍ଧୀୟ ବୈଷୟିକ ଜ୍ଞାନ କୌଶଳ ବିଷୟରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମର ସଂଚାଳନା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ସିଦ୍ଧାର୍ଥ ବେହୁରା କରିଥିବା ବେଳେ କୃଷି ଯୋଜନା ଅଧିକାରୀ ଶ୍ରୀ ସୁଧାଂଶୁ ପଣ୍ଡା ଓ କୃଷି ନିର୍ବାହୀ ଯନ୍ତ୍ରୀ ଶ୍ରୀ ଶ୍ରୀନିବାସ ପୃଷ୍ଟି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ କୃଷି ଉପ-ନିର୍ଦ୍ଦେଶିକା ମଧୁସ୍ମିତା ଜେନା ମଂଚ ପରିଚାଳନା କରିଥିଲେ।

ବାରିପଦାରୁ -ଗୌର ଦାସଗିରି

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ