ବହୁମୁଖୀ ଗୋଷ୍ଠୀ ଗ୍ରୃହ ମାନ୍ୟବର ମନ୍ତ୍ରୀ ଜଗର୍ନାଥ ସାରକା କଲେ ଉଦ୍ ଘାଟନ

Nov 6, 2023 - 20:06
 0  148
ବହୁମୁଖୀ ଗୋଷ୍ଠୀ ଗ୍ରୃହ ମାନ୍ୟବର ମନ୍ତ୍ରୀ ଜଗର୍ନାଥ ସାରକା କଲେ ଉଦ୍ ଘାଟନ

ରାୟଗଡ଼ା ନ୍ୟିୟୁଜ୍: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ରେ ଆଜି ଓଡ଼ିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତି କରଣ କାର୍ଯ୍ୟ କ୍ରମ ଯୋଜନାରେ ନିର୍ମିତ ବହୁମୁଖୀ ଗୋଷ୍ଠୀ ଗ୍ରୃହ ଗୁଡିକ ଉଦ୍ ଘାଟିତ ହୋଇ ଯାଇଛି। ଅନୁସୂଚିତ ଜାତୀ ଓ ଜନଜାତି କଲ୍ୟାଣ ତଥା ଆଇନ୍ ମନ୍ତ୍ରୀ ଶ୍ରୀଯୁକ୍ତ ଜଗର୍ନାଥ ସାରକା ବିଷମକଟକ ବ୍ଲକ ଗସ୍ତରେ ଆସି ଏହାର ଶୁଭ ଉଦ୍ ଘାଟନ କରିଥିଲେ। ଏହି ଉଦ୍ ଘାଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୁପେ ଯୋଗ ଦାନ ଦେଇ ବିଷମକଟକ ବ୍ଲକ ଅନ୍ତର୍ଗତ ଚାଞ୍ଚାରା ଗୁଡା ଗ୍ରାମ ପଞ୍ଚାୟତର ନିର୍ମିତ ୪ ରୋଟି ବହୁମୁଖୀ ଗୋଷ୍ଠୀ ଗ୍ରୃହର ଉଦ୍ ଘାଟନ କରି ଛନ୍ତି। ଚାଞ୍ଚାରା ଗୁଡା ଗ୍ରାମ ପଞ୍ଚାୟତର ପିଭିଟିଜି ଅଞ୍ଚଳ ଗ୍ରାମ ଭାଟଗୁଡା ଆଦିବାସୀ ସାହି ସୈରାଗୁଡା ଚାଞ୍ଚାରା ଗୁଡା ନୂଆ ଗାଁ ରେ ଡଙ୍ଗରିଆ କନ୍ଧମାନଙ୍କ ଉନ୍ନୟନ ସଂସ୍ଥା ଦ୍ଵାରା ଗୋଷ୍ଠୀ କେନ୍ଦ୍ର ଗୁଡିକ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରାଯାଇଥିଲା। ଏହି କେନ୍ଦ୍ର ଗୁଡିକ ଆଜି ମନ୍ତ୍ରୀ ଜଗର୍ନାଥ ସାରକା ଗସ୍ତ କରିବାସହ ଏହାର ଲୋକାର୍ପଣ କରିଥିଲେ। ଏହି ଲୋକାର୍ପଣ ଉଛବରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ତଥା ଜିଲ୍ଲା ବିଜେଡ଼ି ସଭାପତି ସୁଧିର କୁମାର ଦାଶ ଯୋଗ ଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷା ଯୋଶୋଦା ହୁଇକା, ବ୍ଲକ ଉପାଧ୍ୟକ୍ଷ ଦେବୀ ପ୍ରସାଦ ପଟ୍ଟନାୟକ, ଚାଞ୍ଚାରା ଗୁଡା ସରପଞ୍ଚ ଚଞ୍ଚଳା ଔ।ଡାକା, ସମିତି ସଭ୍ୟ ସୁମନ୍ତ କରକରିଆ ଅତିଥି ରୁପେ ଯୋଗ ଦେଇ ଥିଲେ। ଏହି ଲୋକାର୍ପଣ ଉଛବରେ କାର୍ଯ୍ୟ କ୍ରମ ରେ ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା ର ସ୍ବତନ୍ତ୍ର ଅଧିକାରୀ ଶ୍ରୀ ଜଗତ ଜୀବନ ବଗର୍ତ୍ତି,ଓଡିଶା ଆଦିମ ଜନଜାତି ସଶକ୍ତିକରଣ ଓ ଜୀବିକା ଉନ୍ନତି କରଣ ସଂସ୍ଥାର ପ୍ରକଳ୍ପ ପରିଚାଳକ ଅଧିକାରୀ ଶ୍ରୀ ସୁଦର୍ଶନ ପାଢ଼ୀ ପରିଚାଳନା କରିଥିଲାବେଳେ ଅନ୍ୟପକ୍ଷରେ ଗ୍ରାମ ବାସୀ ମାନେ ବହୁ ସଂଖ୍ୟା ରେ ଉପସ୍ଥିତ ରହି ମୁଖ୍ୟ ଅତିଥି ଓ ଅତିଥି ମାନଙ୍କୁ ମହା ଆଡ଼ମ୍ବରରେ ଫୁଲ ତୋଡା ଦେଇ ପୁଷ୍ପମାଲ୍ୟ ଅର୍ପଣ କରି ସ୍ଵାଗତ କରି ପାଛୋଟି ନେଇଥିଲେ।

ମୁନିଗୁଡ଼ା ରୁ ସଞ୍ଜୟ କୁମାର ନାଗ ଙ୍କ ରିପୋର୍ଟ କୋରାପୁଟ ୧ମ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 2
Funny Funny 0
Angry Angry 0
Sad Sad 0
Wow Wow 1
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ