ବର୍ଷା ଦିନେ ମଧ୍ୟ ଲୋକଙ୍କୁ ମିଳୁନି ପାଣି ପାନୀୟ ଜଳ ପାଇ କଷ୍ଟ ଭୋଗୁଛନ୍ତି ରାଇଗୁଡ଼ା ଗ୍ରାମବାସୀ.?

Aug 2, 2026 - 22:14
 0  3
ବର୍ଷା ଦିନେ ମଧ୍ୟ ଲୋକଙ୍କୁ ମିଳୁନି ପାଣି ପାନୀୟ ଜଳ ପାଇ କଷ୍ଟ ଭୋଗୁଛନ୍ତି ରାଇଗୁଡ଼ା ଗ୍ରାମବାସୀ.?

ଫିରିଙ୍ଗିଆ:୦୨/୦୮/୦୨୬:(ସଲମନ୍ ବିନ୍ଧାଣୀ) ରାଜ୍ୟ ଓ କେନ୍ଦ୍ର ସରକାର ଗ୍ରାମାଞ୍ଚଳ ଠାରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ବିଭିନ୍ନ ପ୍ରକଳ୍ପ ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯାଉଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ଗ୍ରାମରେ ପାନୀୟ ଜଳ ସମସ୍ୟା ସ୍ଥାୟୀ ସମାଧାନ ହୋଇ ପାରୁନାହିଁ।କାରଣ ଏଠି ଯାହା ପ୍ରଶ୍ନବାଚୀ ସୃଷ୍ଟି ହେଉଛି ସ୍ଥାନୀୟ ପ୍ରତିନିଧି ଓ ପ୍ରଶାସନର ଇଚ୍ଛା ଶକ୍ତି ଅଭାବ ଅବହେଳା ଯୋଗୁଁ ଆଜି ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇ ପାରୁନାହିଁ ନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଲୁଇସିଂ ପଞ୍ଚାୟତ ଅନ୍ତର୍ଗତ ରାଇଗୁଡ଼ା ଗ୍ରାମର ପାଦେରିପଡ଼ା ସାହିରେ। ଦୀର୍ଘ ସାତ ଦିନ ହେବ ନଳକୂପ ଅଚଳ ଅବସ୍ଥାରେ ପଡିରହିଛି। ନଳକୂପ ରୁ ଯେଉଁ ପାଣି ବାହାରୁଛି ସେ ପାଣି ଦୁର୍ଗନ୍ଧ ହେଉଥିବାରୁ ପିଇବାକୁ ଉପଯୁକ୍ତ ନାହିଁ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଯାହା ଫଳରେ ଜନସାଧାରଣ ବିଶୁଦ୍ଧ ପାନୀୟ ଜଳ ପାଇ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗ୍ରାମବାସୀ ଙ୍କ କହିବା ଅନୁଯାୟୀ ବାରମ୍ବାର ଅଭିଯୋଗ ସତ୍ବେ ମଧ୍ୟ ପ୍ରଶାସନ କର୍ଣ୍ଣପାତ କରୁନଥିବା କହିଛନ୍ତି।ତେଣୁ ଏଥିପ୍ରତି ପ୍ରଶାସନ ସ୍ଵତନ୍ତ୍ର ଦୃଷ୍ଟି ଦେଇ ନଳକୂପ ମରାମତି କରିବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ପ୍ରଶାସନ କେବେ ଏହି ସମସ୍ୟାର ସ୍ଥାୟୀ ସମାଧାନ କରୁଛନ୍ତି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ