ବଦଳିଲେ ବିବାଦୀୟ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀଣୀ:ରାମଦୋଳି ୟୁଥ ପାୱାର ଆସୋସିଏସନ ର ଦାବି ପୂରଣ
ବିଜାତଳା ୨୪/୩(ଇ ମି ସ ): ବିବାଦୀୟ ବିଜାତଳା ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପାର୍ବତୀ ହେମ୍ବ୍ରମ ଙ୍କୁ ଯଶିପୁର ପାହାଡି ଖଡ଼ିଆ ଓ ମାଙ୍କିଡିଆ ଉନ୍ନୟନ ସଂସ୍ଥାର ଅଧିକାରୀ ରୂପେ ବଦଳି କରାଯାଇଛି l ତାଙ୍କରି ସ୍ଥାନରେ ପାହାଡି ଖଡ଼ିଆ ଓ ମାଙ୍କିଡିଆ ଉନ୍ନୟନ ସଂସ୍ଥାର ଅଧିକାରୀ ଝାନ୍ସିରାଣୀ ସିଂଙ୍କୁ ଆଦେଶ ବିଜାତଳା ବ୍ଲକ୍ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ରୂପେ ଅବସ୍ଥାପିତ କରଯାଇଛି l ସୂଚନା ଥାଉକି ଯେ ରାଇରଙ୍ଗପୁରଠାରେ ଅନୁଷ୍ଠିତ ପ୍ରଶାସନର ମିଳିତ ଜନଶୁଣାଣି ଶିବିରରେ ବିଜାତଳା ଅଞ୍ଚଳର ଅଗ୍ରଣୀ ସାମାଜିକ ସଙ୍ଗଠନ ରାମଦୋଳି ୟୁଥ ପାୱାର ଆସୋସିଏସନ୍ର ପ୍ରତିଷ୍ଠାତା ସୁରେନ୍ଦ୍ର ମୁଣ୍ଡା ବିଜାତଳା ବ୍ଳକର ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିଲେ। ଶେଷରେ ସରକାର କାର୍ଯାନୁଷ୍ଠାନ ନେଲେ l
What's Your Reaction?
Like
1
Dislike
0
Love
0
Funny
0
Angry
0
Sad
0
Wow
0