।। ଫ୍ଳୋରାଇଡ ଯୁକ୍ତ ପାଣି ପିଇ ଅଜଣା ରୋଗ ର ଶୀକାର ।।

May 30, 2023 - 20:07
 0  8
।। ଫ୍ଳୋରାଇଡ ଯୁକ୍ତ ପାଣି ପିଇ ଅଜଣା ରୋଗ ର ଶୀକାର ।।

ନୂଆପଡା ଜିଲ୍ଲା ଅନ୍ତର୍ଗତ କୋମନା ବ୍ଲକର ଜଟଗଡ ଗ୍ରାମପଞ୍ଚାୟତ ବାଲିପାଟି ଗାଁରେ ସହାଜ ମୁଡା ପଡା , ସୋରି ପଡା,ଡେମ ତଲପଡ଼ା ଓ ଡୋଙ୍ଗରି ପଡା ୪ଟି ପଡା ରହିଅଛି| ଡେମ ତଳ ପଡା ବାସୀ ପାଣି ପାଇଁ ୨କି.ମି. ଯାଉଥିବା ବେଳେ ନଳକୁପ ପାଣି ବ୍ୟବହାର ଯୋଗ୍ୟ ନୁହେଁ। ହେଲେ ପାଣିର ଅଭାବ ଯୋଗୁଁ ଲୋକେ ବାଧ୍ୟହୋଇ ସେହିଫ୍ଲୋରାଇଡ ପାଣି ବ୍ୟବହାର କରୁଛନ୍ତି।ଏହି ପାଣି ବ୍ୟବହାର କରିବା ଦ୍ଵାରା ଅନେକ ପ୍ରକାର ରୋଗ ହେଉଛି ।୨ ବର୍ଷରେ ୪ଜଣଙ୍କୁ କର୍କଟ ରୋଗରେ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆକ୍ରାନ୍ତ ହୋଇଛନ୍ତି ।ଜନାମାଝୀ (୬୦), ଧନୀରାମ ମାଝୀ ( ୫୪ ), ପିତ ମାଝୀ(୫୭)ମୃତ୍ୟୁ ବରଣ କରିଥିବା ବେଳେ ନିତ୍ୟା ମାଝୀ (୪୫)କମଳା ମାଝୀ (୪୪)ରାଧା ମାଝୀ( ୫୫) (ପଦ୍ମନୀ ମାଝୀ (୪୫)ଜୟମଣୀ ମାଝୀ(୫୯)ତିରଲୁ ମାଝୀ( ୬୧) କର୍କଟ ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟା ଶାୟୀ ଅଛନ୍ତି!ସେହି ନଳକୂପ ଗୁଡିକର ପାଣି ସଫା ବାହାରୁଥିଲେ ମଧ୍ୟ ବାଲଟି କିମ୍ବା ଗରିଆ ରେ ରଖି ଦେଲେ ଲାଲ ରଙ୍ଗ ହୋଇଯାଉଛି!ପାଖରେ ପାଣିର ସୁବିଧା ନ ଥିବାରୁ ବାଧ୍ୟ ହୋଇ ସେହି ପାଣି ବ୍ୟବହାର କରୁଛନ୍ତି!ଏକ ଚହଲା ର ଗୋଳିଆ ପାଣି ପଡା ବାସୀ ବ୍ୟବହାର କରୁଛନ୍ତି!ନଳକୂପ ପାଣି ପରୀକ୍ଷା କରିବା ଓ ନୂତନ ନଳକୂପ ପାଇଁ ବାରମ୍ବାର ଦାବି କଲେ ମଧ୍ୟ କୌଣସି ସୁଫଳ ମିଳୁ ନାହିଁ!ସହଜେଟ ଠାରେ ଓଭର ଟ୍ୟାଙ୍କ ନିର୍ମାଣ ହୋଇ ପାଇପ ବିଛା ସରିଛି, କିନ୍ତୁ ଦୁଇ ବର୍ଷ ହେବ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ!

ନୂଆପଡ଼ା ଜିଲ୍ଲାରୁ ବିରବଲ ପ୍ରଧାନଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ