।। ପୋଲିସ ଓ ଜିଲ୍ଲା ପ୍ରଶାସନ ତରଫରୁ ଏଡ ଏଟ ଆକ୍ସନ ଏବଂ ୟୁନିସେଫ ର ବଡ଼ ଘୋଷଣା ବୈଷୟିକ ସହାୟତାରେ ନିରାପଦ ଶ୍ରମ ସ୍ଥାନାନ୍ତରଣ ଉପରେ ଏକ ଅଭିଯାନର ଶୁଭାରମ୍ଭ ।।

Oct 10, 2023 - 19:45
 0  18
।। ପୋଲିସ  ଓ  ଜିଲ୍ଲା ପ୍ରଶାସନ ତରଫରୁ ଏଡ ଏଟ ଆକ୍ସନ ଏବଂ ୟୁନିସେଫ ର ବଡ଼ ଘୋଷଣା ବୈଷୟିକ  ସହାୟତାରେ ନିରାପଦ ଶ୍ରମ ସ୍ଥାନାନ୍ତରଣ  ଉପରେ ଏକ  ଅଭିଯାନର ଶୁଭାରମ୍ଭ ।।

ଆଜି ବଲାଙ୍ଗିର ପୋଲିସ ଓ ଜିଲ୍ଲା ପ୍ରଶାସନ ତରଫରୁ ଏଡ ଏଟ ଆକ୍ସନ ଏବଂ ୟୁନିସେଫ ର ବଡ଼ ଘୋଷଣା ବୈଷୟିକ ସହାୟତାରେ ନିରାପଦ ଶ୍ରମ ସ୍ଥାନାନ୍ତରଣ ଉପରେ ଏକ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ଏହି ଅଭିଯାନକୁ ମିଶନ ଉଦ୍ଧାର 2 - ଆଶା ଅଭିଯାନ ବୋଲି ନାମିତ କରାଯାଇଅଛି |ଅଭିଯାନର ଆଭିମୁଖ୍ୟକୁ ସୂଚାଇବାକୁ ଯାଇ ଜ଼ିଲ୍ଲା ଆରକ୍ଷୀ ଅଧିକାରୀ ଶ୍ରୀ ଋଷିକେଶ ଖିଲାରୀ କହିଲେ ବଲାଙ୍ଗୀର ଜ଼ିଲ୍ଲାରେ ଦାଦନ ସମସ୍ୟାକୁ ଦେଖି ଜ଼ିଲ୍ଲା ପୋଲିସ ତରଫରୁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି | ଅଡିଓ-ଭିଜୁଆଲ୍ ମେସେଜ୍, ପୋଷ୍ଟର / ଲିଫଲେଟ୍ / ହୋର୍ଡିଂ ସହିତ ସୁରକ୍ଷିତ ଏବଂ ସୂଚନାପ୍ରାପ୍ତ ସ୍ଥାନାନ୍ତରଣ, ଦୁସ୍ଥ ସ୍ଥାନାନ୍ତରଣ ରୋକିବା, କାର୍ଯ୍ୟକ୍ଷେତ୍ରରେ ମହିଳା, କିଶୋର ଏବଂ ଶିଶୁଙ୍କ ସୁରକ୍ଷା କିପରି ହୋଇପାରିବ ସେ ସମ୍ପର୍କିତ ଏକ ପ୍ରଚାର ଭ୍ୟାନ୍ ଜିଲ୍ଲାର 150 ଟି ସ୍ଥାନାନ୍ତରଣ ପ୍ରବଣ ଗ୍ରାମକୁ ବୁଲି ପ୍ରଚାର କରିବ | ଏହି ପରିପ୍ରେକ୍ଷୀରେ ଅଡିଓ ଏବଂ ପୋଷ୍ଟର, ଲିଫଲେଟ ସହିତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ଏକ ସଚେତନତା ଅଭିଯାନ ଗାଡି କୁ ଆରକ୍ଷୀ ଅଧିକ୍ଷକ ଆଉ ଜ଼ିଲ୍ଲାପାଳ ପତାକା ଦେଖାଇ ଶୁଭାରମ୍ଭ କରାଯାଇଥିଲା ଯାହା ଚଳିତ ମାସରେ ସମସ୍ତ ସ୍ଥାନାନ୍ତରଣ ପ୍ରବଣ ଗ୍ରାମକୁ ଯାଇ ଲୋକଙ୍କୁ ସଚେତନ କରିବ | ଅଭିଯାନକୁ ଉଦଘାଟନ କରି ବଲାଙ୍ଗୀର ଜ଼ିଲ୍ଲାପାଳ ଶ୍ରୀ ଚଂଚଳ ରଣା କହିଲେ ଯେ ଶ୍ରମିକମାନଙ୍କ ସଚେତନତା ସୃଷ୍ଟି ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଶ୍ରମିକଙ୍କ ପଞ୍ଜିକରଣ ତଥା ଶ୍ରମିକମାନଙ୍କୁ ନକଲି ତଥା ହଇରାଣ କରୁଥିବା ବେଆଇନ ତଥା ପଞ୍ଜୀକୃତ ହୋଇନଥିବା ଶ୍ରମିକଙ୍କ ବିରୋଧରେ ମାମଲା ଦାୟର କରିବା ପାଇଁ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଅନେକ ପଦକ୍ଷେପ ନେଇଛି। ତେଣୁ ଯେଉଁମାନେ କାମ ଧନ୍ଦା ଅଭାବରୁ ଦାଦନ ଯାଉଛନ୍ତି ସେମାନେ ଜ଼ିଲ୍ଲା ପ୍ରଶାସନକୁ ଜଣାଇଲେ ସେମାନଙ୍କ ପାଇଁ କାମ ଧନ୍ଦା ର ସୁଯୋଗ ସୃଷ୍ଟି କରାଯିବ ଏବଂ ଯେଉଁମାନେ ଅଧିକ ପଇସା ରୋଜ଼ଗାର ପାଇଁ ଯାଉଛନ୍ତି ସମାନେ ଆଇନ ବ୍ୟବସ୍ଥା ଅନୁଯାଇ ଯିବା ଆବଶ୍ୟକତା ରହିଛି | ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଥିବା ଏହି ଅଭିଯାନକୁ ଆହୁରି ଜୋରଦାର କରାଯିବ | ସୁରକ୍ଷିତ ସ୍ଥାନାନ୍ତରଣ, ଚାଲାଣ କୁ ରୋକିବା ଓ ପ୍ରବାସୀ ଶିଶୁଙ୍କ ସୁରକ୍ଷା, ସୁରକ୍ଷିତ ସ୍ଥାନାନ୍ତରଣ ଉପରେ ଏଡ୍ ଏଟ୍ ଆକ୍ସନ୍ ଦ୍ୱାରା ପ୍ରସ୍ତୁତ ପୋଷ୍ଟର ଏବଂ ଲିଫଲେଟ୍ ଉନ୍ମୋଚିତ ହୋଇଥିଲା ଏବଂ ଅଂଶଗ୍ରହଣକାରୀଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା | ଅନ୍ୟମାନଙ୍କ ମଧ୍ୟରେ ଜ଼ିଲ୍ଲା ଶ୍ରମ ଅଧିକାରୀ ସୁକାନ୍ତ ସେଠୀ , ଜ଼ିଲ୍ଲା ଶିକ୍ଷା ଅଧିକାରୀ ଧୃବ ଚରଣ ବେହେରା, ଉପ ଜ଼ିଲ୍ଲାପାଳ ଡ଼ଃ ବିଜୟାନନ୍ଦ ସେଠୀ , ଏସ.ଡି.ପି .ଓ ଜ୍ୟୋତିର୍ମୟ ଭୁକ୍ତା ପ୍ରମୁଖ ନିଜର ବ୍ୟକ୍ତବ୍ୟ ରଖିଥିଲେ | କାର୍ଯ୍ୟକ୍ରମକୁ ଏଡ଼ ଏଟ ଆକ୍ସନ ତରଫରୁ ସରୋଜ ବାରିକ ଏବଂ ସନ୍ଧ୍ୟାରାଣୀ ପତି ପରିଚାଳନା କରିଥିଲେ | DSP HRPC s mt ସସ୍ମିତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ |

ବଲାଙ୍ଗିର ରୁ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ