ପୋଲିସର ବର୍ବରତା ସହ୍ୟ କରି ନ ପାରି ଯୁବକ କଲେ ଆତ୍ମହତ୍ୟା

Jun 21, 2026 - 20:17
 0  56
ପୋଲିସର ବର୍ବରତା ସହ୍ୟ କରି ନ ପାରି ଯୁବକ କଲେ ଆତ୍ମହତ୍ୟା

ପୋଲିସର ବର୍ବରତା ସହ୍ୟ କରି ନ ପାରି ଯୁବକ କଲେ ଆତ୍ମହତ୍ୟା ) ଏପରି ଏକ ନିନ୍ଦନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ର କୁଳିଅଣା ଥାନାରେ,କୁଳିଅଣା ଥାନା ଅଧିକାରୀ ସନ୍ଦିପ ମହାପାତ୍ରଙ୍କର ବର୍ବରତା ସୀମା ଟପିଯାଉଛି, ଦିନ କୁ ଦିନ ବଢ଼ି ଚାଲିଛି ପୋଲିସରଏହିପରି ହିଟଲରୀ ଶାସନ, ଯାହା ପାଇଁ ନିରୀହ ଗରିବ ଲୋକ ନ୍ୟାୟ ନପାଇ ମୃତ୍ୟୁକୁ ଆପଣାଇବାକୁ ବାଧ୍ୟ ହେଉଛନ୍ତି!!!ଏହିପରି ପୋଲିସ ଅଧିକରୀମାନଙ୍କ ପ୍ରତି ସରକାର କଠୋର ଅଭିମୁଖ୍ୟ ଗ୍ରହଣ କରିବାପାଇଁ ଦାବୀ ହେଉଛି। ପୋଲିସ ଠାରୁ ନ୍ୟାୟ ନପାଇ ଝୁଲିପଡ଼ିଥିବା ପରିବାରର ଅଭିଯୋଗ। ଲିଜ୍ ରେ ଆଣିଥିବା କାର ଚୋରି ହେବାରୁ ମାନସିକ ଅବସାଦରେ ଥିଲେ କାମତା ଗ୍ରାମ ର ଶିବପ୍ରସାଦ ବାରିକ। ବାରମ୍ବାର ଥାନାକୁ ଦୌଡ଼ିବା ସତ୍ତ୍ୱେ ନ୍ୟାୟ ମିଳି ନଥିବା ଅଭିଯୋଗ। କିଛି ଦିନ ତଳେ ସ୍ତ୍ରୀ ଓ ନିଜ ଛୁଆକୁ ଧରି ଥାନା ଆଗରେ ଧାରଣା ଦେଇଥିଲେ। ଲିଜ୍ ରେ ଆଣି ବଲେରୋ ଚଳାଇ ନିଜ ପରିବାରର ଗୁଜୁରାଣ ମେଣ୍ଟାଉ ଥିଲେ ଶିବପ୍ରସାଦ ବାରିକ । ଉକ୍ତ ବଲେରୋ ଟିଚୋରି ହେବାରୁ ମାଲିକ ଚାପ ପକାଉଥିଲେ, ନ୍ୟାୟ ପାଇଁ ଥାନାକୁ ଦୌଡ଼ୁଥିଲେ l ଥାନାକୁ ବାରମ୍ବାର ଦ୍ୱାରସ୍ଥ ହେବାପରେ ନ୍ୟାୟ ବଦଳରେ ମାନସିକ ହାରାସ ମେଣ୍ଟ ମିଳିଲା ମାତ୍ର ଏହାକୁ ସହ୍ୟ କରି ନପାରି ଶିବ ପ୍ରସାଦ ବାରିକ ଥାନା ସାମ୍ନା ଫୋରେଷ୍ଟ ପୁରୁଣା କ୍ୱାଟର ସାମନାରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ l ଥାନା ଅଧିକାରୀଙ୍କ ଏହି ପରି କାର୍ଯ୍ୟକଳାପକୁ ନିନ୍ଦା କରିବା ସହିତ ଚାକିରି ରୁ ବହିସ୍କାର ପାଇଁ ରାଜରାସ୍ତାକୁ ଅହ୍ଲାଇଛନ୍ତି ଶହ ଶହ ଜନତା ଏହି ଘଟଣା କୁ ସବୁ ମହଲରେ ନିନ୍ଦା କରାଯାଉଛି। ବାରିପଦାରୁ.... ଗୌର ଦାସଗିରିଙ୍କ ରିପୋଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ