ପୂର୍ଣ୍ଣଚନ୍ଦ୍ର ଗ୍ରୁଫ୍ ଅଫ୍ ଇନ୍ -ଷ୍ଟିଷ୍ଟ୍ୟୁସନ୍ ରେ ରକ୍ଷାବନ୍ଧନ ଉତ୍ସବ ପାଳିତ

Aug 12, 2025 - 04:13
 0  2
ପୂର୍ଣ୍ଣଚନ୍ଦ୍ର ଗ୍ରୁଫ୍ ଅଫ୍ ଇନ୍ -ଷ୍ଟିଷ୍ଟ୍ୟୁସନ୍  ରେ ରକ୍ଷାବନ୍ଧନ ଉତ୍ସବ ପାଳିତ

ରଘୁନାଥପୁର ସ୍ଥିତ ପୂର୍ଣ୍ଣଚନ୍ଦ୍ର ଗ୍ରୁଫ୍ ର ପରିସର ରେ ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ର ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଯାଇଅଛି। ଉକ୍ତ ରକ୍ଷାବନ୍ଧନ ଉତ୍ସବ ରେ ବି.କେ. ସଂଗୀତା ଭଉଣୀ , ବି.କେ. ଆରତୀ ଭଉଣୀ ଓ ବି.କେ. ପ୍ରତାପ ଭାଇ ଉପସ୍ଥିତ ହୋଇ ରକ୍ଷାବନ୍ଧନ ଉତ୍ସବ ର ମହତ୍ତ୍ୱ ଓ ଆବଶ୍ୟକତା ବିଷୟ ରେ ଆଲୋକପାତ କରିଥିଲେ। ସମସ୍ତ ଛାତ୍ର-ଛାତ୍ରୀ , ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀ ମାନଙ୍କ ହାତରେ ରାକ୍ଷୀ ବାନ୍ଧି ସମସ୍ତ ଙ୍କ ର ଚେତନା କୁ ଉର୍ଦ୍ଧ୍ୱଗାମୀ କରିବାର କାମନା କରାଯାଇଥିଲା। ଏହି ଉତ୍ସବରେ ସଭାପତି ଇଂ ପ୍ରଭାସ କୁମାର ଦାସ, ସମ୍ପାଦକ ପ୍ରଶାନ୍ତକୁମାର ଦାସ , ଅଧ୍ୟକ୍ଷା ଅଙ୍କିତା ବାରିକ୍, ଉପାଧ୍ୟକ୍ଷ ଡ. ରାଜକୁମାର ବିଶ୍ୱାଳ , ପ୍ରାଧ୍ୟାପକ ଡ. ଆଦର୍ଶ ଶତପଥି , ପ୍ରଧାନ ଶିକ୍ଷକ ମନୋରଂଜନ ମହାନ୍ତ ଓ ଅଧ୍ୟକ୍ଷା ଲିପିକା ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଅଧ୍ୟାପିକା ଦେବସ୍ମିତା ବାରିକ୍ କାର୍ଯ୍ୟକ୍ରମ ର ପରିଚାଳନା କରିଥିବା ବେଳେ ଅଧ୍ୟାପକ ଦେବାଶିଷ ଗାନ୍ଧି ଧନ୍ୟବାଦ ଅର୍ପଣ କରିଥିଲେ ।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ