ପି ଆର ଏମ ମେଡିକାଲ କଲେଜରେ ପ୍ରଦର୍ଶନୀ "ଇନୋଭାଟିଆ ୧. ୦ - ୨୦୨୬" ଅନୁଷ୍ଠିତ

Apr 27, 2026 - 22:22
 0  1
ପି ଆର ଏମ ମେଡିକାଲ କଲେଜରେ ପ୍ରଦର୍ଶନୀ "ଇନୋଭାଟିଆ ୧. ୦ - ୨୦୨୬" ଅନୁଷ୍ଠିତ

ବାରିପଦା - ତା :- ୨୭/୦୪/୨୦୨୬ ରିଖ ପି ଆର ଏମ ମେଡିକାଲ କଲେଜରେ ପ୍ରଥମ ମେଡିକାଲ ପ୍ରଦର୍ଶନୀ "ଇନୋଭାଟିଆ ୧. ୦ - ୨୦୨୬" ଅନୁଷ୍ଠିତ ହୋଇଯାଇଛି I ଏକାଡେମୀକ ସୋସାଇଟି ଓ ସ୍ଟୁଡେଣ୍ଟସ ୟୁନିୟନ ଦ୍ୱାରା ଆୟୋଜିତ ଏହି ପ୍ରଦର୍ଶନୀରେ ବିଭିନ୍ନ କଲେଜ ତଥା ଅନୁଷ୍ଠାନର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ I ଉତ୍କୃଷ୍ଟ ପ୍ରଦର୍ଶନ କରି ବାରିପଦାର କ୍ୱାଣ୍ଟମ ଏକାଡେମୀର ଛାତ୍ରଛାତ୍ରୀ ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଛନ୍ତି I ନିଟ ପରୀକ୍ଷା ଢାଞ୍ଚାରେ ଆୟୋଜିତ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବାରୁ ଏହି ଏକାଡେମୀକୁ ୨୦୨୫ - ୨୬ ର ଶ୍ରେଷ୍ଠ ଏକାଡେମୀ ଭାବେ ସମ୍ମାନିତ କରାଯାଇଥିଲା I ଏହି ସଫଳତା ପାଇଁ ଏକାଡେମୀର ନିର୍ଦ୍ଦେଶକ ଦିପ୍ତୀରଂଜନ ବସା ଓ ଅନୁସୟା ବସା ଏବଂ ଜ୍ୟୋତି ବିକାଶ ଗିରି ଛାତ୍ରଛାତ୍ରୀ ମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି I ଛାତ୍ରଛାତ୍ରୀ ମାନେ ଏହି ସଫଳତା ପାଇଁ ଶିକ୍ଷକ/ଶିକ୍ଷୟତ୍ରୀ ପରମେଶ୍ୱର ବେହେରା, ଅନୁରାଗ ଦାସ, ରାଜ ମଣ୍ଡଳ, ଯୋଗେଶ କୁମାର ନାୟକ, ସୁଭାଶିଷ ବେହେରା, ପ୍ରମିତ ସେଠୀ ଓ ମୁନୁ ମାର୍ଣ୍ଡି ଙ୍କୁ ଶ୍ରେୟ ଦେଇଛନ୍ତି I

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ