।। ପିିଇବା ପାଣି ଘୋର୍ ସମସ୍ୟା ଦେବଦତ୍ତ ସାଜିଛନ୍ତି ବିକ୍ରମ ନିହାଲ ।।

Jun 19, 2023 - 20:56
 0  46
।। ପିିଇବା ପାଣି  ଘୋର୍ ସମସ୍ୟା  ଦେବଦତ୍ତ ସାଜିଛନ୍ତି   ବିକ୍ରମ ନିହାଲ ।।

ବଲାଙ୍ଗିର ଜିଲ୍ଲାର , ତୁରେକେଲା ବ୍ଲକ, ବଡବାଙ୍କୀ ପଞ୍ଚାୟତ ର ଚାରପାଣି ଗ୍ରାମରେ ,,ପ୍ରଚଣ୍ଡ ରୌଦ୍ରତାପ ସାଙ୍ଗକୁ ପ୍ରକୃତି ର କାଳ ବୈଶାଖୀର ତାଣ୍ଡବ ରେ ଓଡିଶା ତତଳା କଢେଇ ରେ ସିଝି ଯାଉଛି,,ସେଥିରେ ବାଦ୍ ପଡିନାହିଁ ତୁରେକେଲା ବ୍ଲକ୍ ର ବହୁ ଗାଆଁ ଗଣ୍ଡା,,କେଉଁଠି ନଳକୂପ ଅଚଳାବସ୍ଥା ତ କେଉଁଠି ନାଳ ନର୍ଦ୍ଦମା ଶୁଖି ଗଲାଣି,,, ବିଶେଷ କରି ବ୍ଲକ୍ ର ପାହାଡିଆ ଅଞ୍ଚଳ ରେ ପିଇବା ପାଣି ର ଘୋରସମସ୍ୟା ଦେଖାଦେଇଛି,,l

ବଡ଼ବାଙ୍କି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚାରପାଣି ଗ୍ରାମର ଜଳ ଯୋଗାଣ ପ୍ରକଳ୍ପ ରେ ଜଳସ୍ତର କମି ଯିବା ହେତୁ ମୋଟର ଚଳାଇଲେ ମଧ୍ୟ ପାଣି ଆସୁନାହିଁ, ଜାଁହା ଫଳରେ ଗ୍ରାମବାସୀ ପାଣି ପାଇଁ ହନ୍ତସନ୍ତ ହେଉଛନ୍ତି,, ସ୍ଥାନୀୟ ସରପଞ୍ଚ ଙ୍କୁ ଅଭିଯୋଗ କଲେ ସେ ମୁଁ କଣ କରିବି ମୋ ପାଖରେ ସେତିକି ପାବର ନାହିଁ, ମୁଁ ଏହା ବିଷୟ ରେ ବିଡିଓ ଙ୍କୁ କହିବି ବୋଲି କହୁଅଛି,,ସମସ୍ୟା ସମାଧାନ ନ ହେବା ହେତୁ ଚାରପାଣି ଗାଆଁ ର ବିକ୍ରମ ନିଆଲ ଯେ କି ନିଜେ ତାଙ୍କ ଟ୍ରାକଟର ପାଣି ଟାଙ୍କି ରେ ନିଜେ ବ୍ୟବସ୍ଥା କରି ପାଣି ଯୋଗାଉ ଥିବା ଚିତ୍ର ସାମ୍ନାକୁ ଆସିଅଛି ।

ଦେବଦୂତ ସାଜି ଏହି ଗ୍ରୀଷ୍ମ ରୁତୁ ରେ ନିଜ ଖର୍ଚ୍ଚରେ ଗ୍ରାମବାସୀ ଙ୍କୁ ପାଣି ଟ୍ୟାଙ୍କର ଯୋଗେ ଘର କୁ ଘର ଯୋଗାଉ ଥିବାରୁ ଶ୍ରୀ ନିଆଲ କୁ ସମସ୍ତ ଗ୍ରାମବାସୀ ତଥା ମା ଭଉଣୀ ପ୍ରଶଂସା କରୁଛନ୍ତି ।

ବିକ୍ରମ ନିଆଲ କହିବା ଅନୁସାରେ ସେ ଯେତେ ଦିନ ପର୍ଯ୍ୟନ୍ତ ମୋର ଜୀବନ ଥିବ ସେତେ ଦିନ ପର୍ଯ୍ୟନ୍ତ ଏଭଳି ମହତ୍ କାର୍ଯ୍ୟ କରିବାକୁ ପ୍ରତିଜ୍ଞାବଦ୍ଧ ଅଛନ୍ତି ।

ଯେଉଁ ଠାରେ ପଞ୍ଚାୟତ ପାଣି ର ବ୍ୟବସ୍ଥା କରି ପାରି ନାହିଁ ସେହି ସ୍ଥାନ ମାନଙ୍କରେ ଏଭଳି ମାନବିକତା ଦେଖାଇ ଶ୍ରୀ ନିଆଲ ଙ୍କ କାର୍ଯ୍ୟ ଅତି ସ୍ମରଣିୟ ହେବ ବୋଲି ସ୍ଥାନୀୟ ବୁଦ୍ଧିଜିବୀ ମହଲ ରେ ଚର୍ଚା ହେଉଅଛି,, ଏହା ପୂର୍ବରୁ ଶ୍ରୀ ନିଆଲ ,କରୋନା ମହାମାରୀ ରେ ମଧ୍ୟ ବିଭିନ୍ନ ସ୍ଥାନରେ ପିଇବା ପାଣି ଯୋଗାଉ ଥିଲେ ।

ଟିଟିଲାଗଡ଼ ରୁ ଭିଡ଼ିଓ ଯାର୍ନାଳିଷ୍ଟ ମିହିର ପଟ୍ଟନାୟକ ଙ୍କ ସହିତ ସତ୍ୟଜିତ ଷଡ଼ଙ୍ଗୀ ଙ୍କ ରିପୋର୍ଟ

What's Your Reaction?

Like Like 1
Dislike Dislike 1
Love Love 1
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ