।। ପିଓଙ୍କୁ ତାଲା ପକେଇଲେ ସରପଞ୍ଚ ।।

Jun 13, 2023 - 15:37
 0  14
।। ପିଓଙ୍କୁ ତାଲା ପକେଇଲେ ସରପଞ୍ଚ ।।

ବୈପାରିଗୁଡ଼ା ବ୍ଲକ ସଦର ମହକୁମା ଗ୍ରାମ ପଞ୍ଚାୟତରେ ପିଓଙ୍କୁ ତାଲା ପକେଇଲେ ବୈପାରିଗୁଡ଼ା ଗ୍ରାମ ପଞ୍ଚାୟତ ସରପଞ୍ଚ ସୂର୍ଯ୍ୟମଣି ନାୟକ । ସରପଞ୍ଚଙ୍କ କହିବା ଅନୁଯାୟୀ ବୈପାରିଗୁଡ଼ା ବ୍ଲକ୍ ସଦର ମହକୁମା ଗ୍ରାମ ପଞ୍ଚାୟତର ପିଓ ସଠିକ୍ ରେ ପଞ୍ଚାୟତ କାର୍ଯ୍ୟାଳୟକୁ ଆସୁନାହାନ୍ତି। କିମ୍ବା ଜନ ସାଧାରଣଙ୍କ ବିଭିନ୍ନ ଜନ ମଙ୍ଗଳ କାର୍ଯ୍ୟ କରୁନାହାଁନ୍ତି।

ପଞ୍ଚାୟତ ବାସୀ ବାରମ୍ବାର ନିଜର ସମସ୍ୟା ଆଣି ଉପସ୍ଥାପନା କଲେ ମଧ୍ୟ କାର୍ଯ୍ୟ କାରୀ ହେଉନଥିବା ସହ ଯେ କୌଣସି କାର୍ଯ୍ୟ କଳାପ ବିଷୟରେ ସରପଞ୍ଚଙ୍କୁ ନଜଣେଇ ମନମୁଖି କାର୍ଯ୍ୟ କରୁଥିବା ନେଇ ସରପଞ୍ଚ ପ୍ରକାଶ କରିଛନ୍ତି। ବାରମ୍ବାର କହିବା ସତ୍ତ୍ବେ ମଧ୍ୟ ପିଓ ସରପଞ୍ଚଙ୍କ କଥାକୁ କର୍ଣ୍ଣପାତ କରୁନଥିବା ନେଇ ପିଓଙ୍କ ବିରଧୋରେ ବୈପାରିଗୁଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ପାଖରେ ବହୁବାର ଜଣେଇବା ପରେ ମଧ୍ୟ ପିଓ ସରପଞ୍ଚଙ୍କ କଥାକୁ କର୍ଣ୍ଣପାତ ଦେଉନଥିବାରୁ ଉତ୍ତ୍ୟକ୍ତ ହୋଇ ଗ୍ରାମ ପଞ୍ଚାୟତ ଅଫିସ୍ ଭିତରେ ପିଓଙ୍କୁ ତାଲା ପକାଇଥିବା ପ୍ରକାଶ କରିଛନ୍ତି।

ତେବେ ବୈପାରିଗୁଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀ ଅଭିମନ୍ୟୁ କବି ଶତପଥୀ ଜନ ଶୁଣାଣି କାର୍ଯ୍ୟକ୍ରମରେ ଯାଇଥିବା ବେଳେ ବୈପାରିଗୁଡ଼ା ସଦର ପଞ୍ଚାୟତ ଅଫିସ୍ ଭିତରେ ପିଓଙ୍କୁ ତାଲା ପକେଇବା ଖବର ପାଇ ଗୋଷ୍ଠି ଉନ୍ନୟନ ଅଧିକାରୀ ଏବଂ ବୈପାରିଗୁଡ଼ା ଥାନା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସରପଞ୍ଚଙ୍କୁ ଆଶ୍ୱାସନା ଦେଇ ସମସ୍ୟା ବିଷୟରେ ବୁଝାସୁଝା କରି ସରପଞ୍ଚଙ୍କୁ ମିକଳେଇଥିବା ଦେଖିବାକୁ ମିଳିଛି। ତେବେ ଏହି ଘଟଣାକୁ ନେଇ ତଦନ୍ତ କରି ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ବୈପାରିଗୁଡ଼ା ଗୋଷ୍ଠି ଉନ୍ନୟନ ଅଧିକାରୀ ପ୍ରକାଶ କରିଛନ୍ତି ।

 ବୈପାରିଗୁଡ଼ା ରୁ ଗୋମତିି ପାଙ୍ଗି ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ