।। ପାକିସ୍ତାନର ସୁନ୍ଦରୀ ଏଜେଣ୍ଟ ପ୍ରେମରେ ପଡିଗଲେ DRDO ବୈଜ୍ଞାନିକ:ଏଟିଏସ୍ ଚାର୍ଜସିଟରେ ପର୍ଦ୍ଦାଫାସ୍ ।।

Jul 9, 2023 - 07:46
 0  50
।। ପାକିସ୍ତାନର ସୁନ୍ଦରୀ ଏଜେଣ୍ଟ ପ୍ରେମରେ ପଡିଗଲେ DRDO ବୈଜ୍ଞାନିକ:ଏଟିଏସ୍ ଚାର୍ଜସିଟରେ ପର୍ଦ୍ଦାଫାସ୍ ।।

ଡିଆରଡିଓ ବୈଜ୍ଞାନିକ ପ୍ରଦୀପ କୁରୁଲକର ହନି ଟ୍ରାପରେ ଫଶିଯାଇ ପାକିସ୍ତାନର ମହିଳା ଏଜେଣ୍ଟକୁ ହୃଦୟ ଦେଇବସିଲେ । ମହିଳା ଏଜେଣ୍ଟ ନିଜକୁ ବ୍ରିଟେନର ଜଣେ ସଫ୍ଟୱେର ଏଜେଣ୍ଟ ବୋଲି ପରିଚୟ ଦେଇଥିଲେ । ସେ ବୈଜ୍ଞାନିକ କୁରୁଲକରଙ୍କୁ ଅଶ୍ଳିଳ ମ୍ୟାସେଜ ଓ ଭିଡିଓ ପଠାଇଥିଲେ । ତାଙ୍କୁ ନିଜର କଥାରେ ଫଶାଇ ଭାରତୀୟ ମିଶାଇଲ ସିଷ୍ଟମ ବିଷୟରେ ତଥ୍ୟ ନେଇଥିଲେ । ଏଟିଏସ୍ ପୁଲିସ ଚାର୍ଜସିଟରେ ଏହା ପର୍ଦ୍ଦାଫାଶ କରିଛି । ଏହାପରେ କୁରୁଲକରଙ୍କୁ ନ୍ୟାୟିକ ହେପାଜତରେ ପଠାଇଦିଆଯାଇଛି । ସୂଚନା ମୁତାବକ, ଡିଆରଡିଓ ବୈଜ୍ଞାନିକ ପ୍ରଦୀପ କୁରୁଲକର ପାକିସ୍ତାନୀ ମହିଳା ଏଜେଣ୍ଟଙ୍କ ପ୍ରତି ଆକର୍ଷିତ ଥିଲେ । ନିଜକୁ ଜାରା ଦାସଗୁପ୍ତା ବୋଲି ପରିଚୟ ଦେଇଥିଲେ । ଅଭିଯୋଗ ଅନୁସାରେ, ପାକିସ୍ତାନୀ ମହିଳା ଏଜେଣ୍ଟ ପ୍ରଦୀପ କୁରୁଲକରଙ୍କ ଠାରୁ ଭାରତର ଡିଫେନ୍ସ ପ୍ରୋଜେକ୍ଟ ବ୍ୟତୀତ ଭାରତୀୟ ମିସାଇଲ ସିଷ୍ଟମ ବିଷୟରେ ଆଲୋଚନା କରିଥିବା ଜଣାପଡିଛି ।

 ବ୍ୟୁର ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ