।। ପଟ୍ଟାଙ୍ଗି ବ୍ଲକରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନି-24 ଅନୁଷ୍ଠିତ ।।

Feb 3, 2024 - 16:28
Feb 3, 2024 - 16:35
 0  144
।। ପଟ୍ଟାଙ୍ଗି ବ୍ଲକରେ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନି-24 ଅନୁଷ୍ଠିତ ।।

କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକ ପରିସର ମଧ୍ୟରେ ଆଜି ବିଶ୍ୱ ଓଡ଼ିଆ ଭାଷା ସୋମ୍ମିଳନି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି l ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅଥିତି ପଟ୍ଟାଙ୍ଗି ଗୋଷ୍ଟି ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ, ସନ୍ନମାନିତ ଅଥିତି ବ୍ଲକ ଅଧକ୍ଷା କଳ୍ପନା ପାଙ୍ଗି ଅନ୍ୟତମ ସନ୍ନମାନିତ ଅଥିତି ଜିଲ୍ଲାପରିଷଦ-2 ଶ୍ରୀଯୁକ୍ତ ଲଇଛନ ଖରା ମହୋଦୟ, ପଟ୍ଟାଙ୍ଗି ସ୍ଥାନୀୟ ସରପୋଞ୍ଚ ଆଲମୀ ଫୁଲ,ସମେତ ବ୍ଲକ ଶିକ୍ଷା ଅଧିକାରିଣୀ ଟି ମୀନତି, ଜିପିଓ ପଟ୍ଟାଙ୍ଗି ଦିବାକର ପୁରୋହିତ ଯୋଗଦେଇ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ, ବିଶେଷକରି ଏହି କାର୍ଯ୍ୟକ୍ରମରେ ବ୍ଲକରେ କାର୍ଯ୍ୟରତ ବିଭିନ୍ନ ବିଭାଗର ଅଧିକାରୀଗଣ ମଧ୍ୟ ଉପସ୍ଥିତ ରହିଥିଲେ ଏବଂ ସର୍ବପ୍ରଥମେ ଓଡିଶାର ବୀରପୁରୁଷ ମାନଙ୍କୁ ପୁଷ୍ପମାଲ୍ୟ ଦେଇ କାର୍ଯ୍ୟକ୍ରମଟି ଆରମ୍ଭ କରାଯାଇଥିଲା l ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଥିଲା କି ବିଶ୍ୱଦରବାର ଓଡ଼ିଆ ଭାଷା କିଭଳି ବଞ୍ଚିରହିବା ସତେ ଓଡିଶା ଓ ଓଡ଼ିଆଙ୍କ ଅସ୍ମିତା କିଭଳି ଲୋକଙ୍କ ଗର୍ବଗୌରବ ଆଣିବ ସହିତ ଭାଷା, ସାହିତ୍ୟ, ସୃଜନଶିଳତା ର ଉନ୍ନତି ହେବାସହିତ ଓଡ଼ିଆ ଭାଷା ହିଁ ଭବିଶ୍ୟତ ବୋଲି ଉପସ୍ଥିତ ରହିଥିବା ବିଭିନ୍ନ ସ୍କୁଲର ଯୋଗଦେଇଥିବା ଶିକ୍ଷକ/ଶିକ୍ଷୟତ୍ରୀ ଙ୍କ ସହିତ ବିଭିନ୍ନ ବିଭାଗୀୟ ଅଧିକାରୀ ଏବଂ ଛାତ୍ର/ଛାତ୍ରୀ ସମେତ ଏମବିକେ, ସିରାପିମାନଙ୍କୁ ଯୋଗଦେଇଥିବା ମୁଖ୍ୟ ଅଥିତି ଏବଂ ସନ୍ନମାନିତ ଅଥିତିମାନେ ପରିବେଷିତ କରିଥିଲେ l ବିଶେଷ କରି ମୁଖ୍ୟ ଅଥିତି ଭାବେ ଯୋଗଦେଇଥିବା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଭାଷା ହିଁ ମାର୍ଗ ଆଉ ସାହିତ୍ୟ ସୃଷ୍ଟିର ଏକ ଅଂଶ ବୋଲି ପରିଭାସିତ କରିଥିଲେ l ଆଉ ଏହି ପରିପେକ୍ଷୀରେ ବିଶେଷକରି ଗାଙ୍ଗେଶ୍ବରୀ ମହାବିଦ୍ୟାଳୟର ସାହିତ୍ୟ ଭାବେ ଅମୀୟ କୁମାର ସ୍ୱାଇଁ, ଏହାବ୍ୟତୀତ ବରିଷ୍ଠ ଶିକ୍ଷକ ତଥା ସାହିତ୍ୟ ଭାବେ ଶିବ ପ୍ରସାଦ ସାମଲ ଆଉ ବିଶିଷ୍ଠ ଲେଖିଖା ଭାବେ ପ୍ରତୁସ୍ୟା ମହାନ୍ତି ଦେଓପଟ୍ଟାଙ୍ଗି ଏସଏସ ଡ଼ି ବିଦ୍ୟାଳୟର ପ୍ରଧାନଶିକ୍ଷକ ନାରାୟଣ ମାଝୀ ଙ୍କୁ ସନ୍ନମାନିତ କରାଯାଇଥିଲା ଏହା ସହିତ ବିଭିନ୍ନ କଳାକାର ମାନଙ୍କୁ ମଧ୍ୟ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସୋମ୍ମିଳନି କାର୍ଯ୍ୟକ୍ରମରେ ସନ୍ନମାନିତ କରାଯାଇଥିଲା ବିଶେଷ କରି ସୁନାମଧନ୍ୟ କଳାକାର ମୋହନ ହିଆଲ, କିନ୍ଦରି ଗୀତକୁଡ଼ିଆ କାଶୁର ଆମା ହିଆଲ, କୋରାପୁଟିଆ ପ୍ରସିଧ ମୁହୁରିଆ ଆଞ୍ଜେଲ ବାଙ୍କା ଜନ୍ମମାଅନ୍ଧ ଗଙ୍ଗାଧର ଆଡ଼କାଟିଆ ଗୀତକୁଡ଼ିଆ ଦେଶିଆ ବାଦ୍ୟଯନ୍ତ୍ରରେ ପ୍ରସିଧ ଅର୍ଜନ କରିଥିବାଙ୍କୁ ଏହି କାର୍ଯ୍ୟକ୍ରମଟିରେ ମାନପତ୍ର ଦେଇ ସନ୍ନମନୀତ କରିଥିଲେ ଉପସ୍ଥିତ ମୁଖ୍ୟଅଥିତି ସୋମୁହ l

କୋରାପୁଟ ଜିଲ୍ଲାରୁ ରୂପ ଖୋରାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ