ନୂଆପଡାରେ ମାଂସପେଶୀ ଦୁର୍ବଳତା ରୋଗରେ ପୀଡିତ ଶିଶୁର ପରିବାରକୁ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କଲେ ଜିଲ୍ଲାପାଳ
ନୂଆପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ମାଂସପେଶୀ ଦୁର୍ବଳତା ବା ଡୁଚେନ୍ ମସ୍କ୍ୟୁଲାର ଡିସ୍ଟ୍ରୋଫି (DMD) ରୋଗରେ ପୀଡ଼ିତ ଏକ ଶିଶୁର ପରିବାରକୁ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ (ସିଏମଆରଏଫ୍) ୧୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି। ଆଜି ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟାଳୟ ଠାରେ ପୀଡିତ ଶିଶୁର ପିତା ପ୍ରେମଲାଲ କେଉଟଙ୍କୁ ୧୦ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ଏହି ଅବସରରେ ଡେପୁଟୀ ଜିଲ୍ଲାପାଳ (ଜରୁରୀକାଳୀନ) ଲଲାଟେନ୍ଦୁ ଦଣ୍ଡସେନା ଉପସ୍ଥିତ ଥିଲେ। ପୂର୍ବରୁ ସିଡିଏମ୍ ଏବଂ ପିଏଚଓ, ନୂଆପଡାଙ୍କ ମେଡିକାଲ ବୋର୍ଡ ରିପୋର୍ଟ ଆଧାରରେ ଜିଲ୍ଲାପାଳ ରାଜ୍ୟ ସରକାରଙ୍କ ନିକଟରେ ସହାୟତା ପାଇଁ ସୁପାରିଶ କରିଥିଲେ। ଏହା ଅନୁସାରେ ସରକାର ପକ୍ଷରୁ ଏହି ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି। ଏହି ଅର୍ଥ ପୀଡିତ ଶିଶୁର ଚିକିତ୍ସା, ବିଶେଷତଃ ଇଲେକ୍ଟ୍ରିକ୍ ହ୍ୱିଲଚେୟାର, ଯଥୋଚିତ ଫିଜିଓଥେରାପି, ଜେନେଟିକ ଟେଷ୍ଟ ଓ ଉଚ୍ଚ ଚିକିତ୍ସା ସଂସ୍ଥାରେ ଚିକିତ୍ସା ଖର୍ଚ୍ଚ ପାଇଁ ବ୍ୟୟ କରାଯିବ ବୋଲି ଜଣାପଡିଛି। ଜିଲ୍ଲାପାଳ ଏହି ସହାୟତା ରୋଗୀଙ୍କ ଚିକିତ୍ସାରେ ପାଇଁ ବଡ଼ ସହାୟକ ହେବ ବୋଲି କହିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଡୁଚେନ୍ ମସ୍କ୍ୟୁଲାର ଡିସ୍ଟ୍ରୋଫି (DMD) ଏକ ଗୁରୁତର ଜନ୍ମଜାତ (genetic) ରୋଗ, ଯାହାରେ ଶରୀରର ମାଂସପେଶୀ (muscles) ଧୀରେ ଧୀରେ ଦୁର୍ବଳ ହେଇଯାଏ। ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0