ନୂଆପଡାରେ ଜିଲ୍ଲା ସ୍ତରୀୟ କିଶୋର ନ୍ୟାୟ ଓ ଶିଶୁକନ୍ୟା ସୁରକ୍ଷା ପରାମର୍ଶ ଶିବିର ଅନୁଷ୍ଠିତ

ନୂଆପଡା, ତା ୦୮/୦୮/୨୫ ନୂଆପଡା ଜିଲ୍ଲା ଅଦାଲତ ପରିସରରେ ଜିଲ୍ଲାଜଜ୍ ଶ୍ରୀଯୁକ୍ତ ନିରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ କିଶୋର ନ୍ୟାୟ ଓ ଶିଶୁକନ୍ୟା ସୁରକ୍ଷା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଚାରପତି ବୃନ୍ଦ, ଜିଲ୍ଲାପାଳ ମଧୁସୂଦନ ଦାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି ଆର୍ ରେଡ୍ଡୀ ରାଘବେନ୍ଦ୍ର , ବନଖଣ୍ଡ ଅଧିକାରୀ ଖଡ଼ିଆଳ ଅଜିଜ୍ ଖାନ୍, ଅଧିବକ୍ତା ସଂଘ ର ସଭାପତି ଓ ସଚିବ ପ୍ରମୁଖ ଯୋଗଦେଇଥିଲେ l ବୈଠକରେ ଜିଲ୍ଲାର ଶିଶୁ କନ୍ୟା ମାନଙ୍କ ସୁରକ୍ଷା ତଥା ସେମାନଙ୍କ ପାଇଁ ଏକ ଉଜ୍ଜ୍ୱଳ ଭବିଷ୍ୟତ ସୁନିଶ୍ଚିତ କରିବା ଉପରେ ଆଲୋଚନା ହୋଇଥିଲା l ଅତିଥିମାନେ ଏ ସମ୍ବନ୍ଧରେ ନିଜ ନିଜର ସୁଚିନ୍ତିତ ମତାମତ ଉପସ୍ଥାପନ କରିଥିଲେ l ଏହି କାର୍ଯ୍ୟକ୍ରମକୁ କିଶୋର ନ୍ୟାୟ ଅଧିନିୟମର ମୁଖ୍ୟ ବିଚାରପତି ପରିଚାଳନା କରିଥିଲେ l
What's Your Reaction?






