ନୂଆପଡ଼ାରେ ତେଜସ୍ ପଦକ୍ଷେପ ଅଧୀନରେ "ରାଜ୍ୟ ସ୍ତରୀୟ ଷ୍ଟାର୍ଟ-ଅପ୍ ଆଉଟ୍ରିଚ୍ କାର୍ଯ୍ୟକ୍ରମ" ସଫଳତାର ସହ ଅନୁଷ୍ଠିତ
ନୂଆପଡ଼ା ଜିଲ୍ଲାରେ 'ଷ୍ଟାର୍ଟ-ଅପ୍ ଓଡ଼ିଶା', 'ଏମ.ଏସ.ଏମ.ଇ. (MSME) ବିଭାଗ, ଓଡ଼ିଶା ସରକାର' ଏବଂ 'ଏ.ଆଇ.ସି. ନାଳନ୍ଦା (AIC NALANDA)'ଙ୍କ ଯୁଗ୍ମ ସହଯୋଗରେ ତେଜସ୍ (TEJAS) ପଦକ୍ଷେପ ଅଧୀନରେ "ରାଜ୍ୟ ସ୍ତରୀୟ ଷ୍ଟାର୍ଟ-ଅପ୍ ଆଉଟ୍ରିଚ୍ କାର୍ଯ୍ୟକ୍ରମ" ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ମାନ୍ୟବର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ, ନୂଆପଡ଼ା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଜର ବହୁମୂଲ୍ୟ ମତାମତ ପ୍ରଦାନ କରିଥିଲେ। ଷ୍ଟାର୍ଟ-ଅପ୍ ଓଡ଼ିଶାର ମୁଖ୍ୟ ନିର୍ବାହୀ ଅଧିକାରୀ (CEO) ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ 'ଷ୍ଟାର୍ଟ-ଅପ୍ ଓଡ଼ିଶା ନୀତି'ର ପ୍ରମୁଖ ବୈଶିଷ୍ଟ୍ୟଗୁଡ଼ିକ ବିଷୟରେ ସୁନ୍ଦର ଭାବରେ ଆଲୋଚନା କରିଥିଲେ। ଏହି ପଦକ୍ଷେପ ନୂଆପଡ଼ା ଜିଲ୍ଲାର ITI, ଡିପ୍ଲୋମା ଏବଂ ଡିଗ୍ରୀ କଲେଜର ଛାତ୍ରଛାତ୍ରୀମାନଙ୍କୁ ସଫଳତାର ସହ ଉପକୃତ କରିଛି। ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0