ନୂଆପଡ଼ାରେ ଜିଲ୍ଲା ଉନ୍ନୟନ ସମିତି ଓ ଗ୍ରାମୋଦୟ ବୈଠକ ଅନୁଷ୍ଠିତ lଜିଲ୍ଲାରେ ଚାକିରୀ ଆଶାୟୀଙ୍କୁ ତାଲିମ ଦେବାକୁ ଜିଲ୍ଲାପାଳଙ୍କ ଆହ୍ଵାନ l

Dec 31, 2025 - 03:03
 0  2
ନୂଆପଡ଼ାରେ ଜିଲ୍ଲା ଉନ୍ନୟନ ସମିତି ଓ ଗ୍ରାମୋଦୟ ବୈଠକ ଅନୁଷ୍ଠିତ lଜିଲ୍ଲାରେ ଚାକିରୀ ଆଶାୟୀଙ୍କୁ ତାଲିମ ଦେବାକୁ ଜିଲ୍ଲାପାଳଙ୍କ ଆହ୍ଵାନ l

ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ସଦ୍ଭାବନା ସଭା ଗୃହରେ ଜିଲ୍ଲା ଉନ୍ନୟନ ସମିତି ବୈଠକ ସହିତ ଗ୍ରାମୋଦୟ ସଭା ଅନୁଷ୍ଠିତ ହୋଇ ଯାଇଅଛି l ଜିଲ୍ଲାର ସମସ୍ତ ବିଭାଗ ମଧ୍ୟରେ ସମନ୍ଵୟ ରକ୍ଷା ପୂର୍ବକ ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପ୍ରତି ମାସ ଏହି ବୈଠକ ଅନୁଷ୍ଠିତ ହେଉଛି l ସଭାରେ ଜିଲ୍ଲା ଅରକ୍ଷୀ ଅଧିକାରୀ ଅମ୍ରିତପାଲ୍ ସିଂ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁବାଷ ଚନ୍ଦ୍ର ରଇତ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପ୍ରଫୁଲ୍ଲ କୁଜୁର, ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ୍ , ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଧନେଶ୍ୱର ସେଠୀ, ବନଖଣ୍ଡ ଅଧିକାରୀ କେନ୍ଦୁପତ୍ର, ଏ ମାଧବୀ ଲତା, ଏ ପି ଡି କ୍ଷମାନିଧି ଭୋଇଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସମସ୍ତ ତହସିଲଦାର, ସମସ୍ତ ଅଧିକ୍ଷଣ ଯନ୍ତ୍ରୀ,ନିର୍ବାହୀ ଯନ୍ତ୍ରୀ ଏବଂ ଲାଇନ୍ ବିଭାଗ ଅଧିକାରୀ ମାନେ ଯୋଗଦେଇଥିଲେ l ସଭା ପ୍ରାରମ୍ଭରେ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କୁ ସ୍ବାଗତ କରି ଜିଲ୍ଲାର ସବୁ କାର୍ଯ୍ୟାଳୟରେ OSWAS ମାଧ୍ୟମରେ ଅନଲାଇନ ଫାଇଲ ଗୁଡିକର ଆରମ୍ଭ ଏବଂ ସମାଧାନରେ ଉଲ୍ଲେଖନୀୟ ଉନ୍ନତି ଆଣିବା ପାଇଁ ଆହ୍ୱାନ ଦେଇଥିଲେ। ଉପ ନିର୍ଦ୍ଦେଶକ ପରିସଂଖ୍ୟାନ, ଡିଲେଶ୍ୱର ଧରୁଆ, ବିଗତ ମାସର ବୈଠକର ବିବରଣୀ ଉପସ୍ଥାପନ କରିଥିଲେ l ବିଗତ ଦିନରେ ଉନ୍ନୟନ କାମରେ ଯେଉଁ ସବୁ ବାଧା ରହିଥିଲା ସେସବୁର କେତେ ସମାଧାନ ହେଇଛି ଏବଂ ପ୍ରତି ବିଭାଗର କିପରି ଅଗ୍ରଗତି ହୋଇଛି ଜିଲ୍ଲାପାଳ ଜାଣିବାକୁ ଚାହିଁଥିଲେ l ପ୍ରଥମେ ପର୍ଯ୍ୟଟନ ବିଭାଗ ଅନ୍ତର୍ଗତ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଯଥା ତୀଖାଳି ଡ୍ଯାମ, ଗୋଧସ ଜଳପ୍ରପାତ ଏବଂ ଜିଲ୍ଲା ସଂସ୍କୃତି ଭବନର ବିଭିନ୍ନ ସମସ୍ଯା ଉପରେ ଆଲୋଚନା କରି ତାହାର ତ୍ଵରିତ ସମାଧାନ ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ I ସେହିପରି ଜାତୀୟ ରାଜପଥ ବିଷୟରେ ଆଲୋଚନା କରି ମୁକୁଳା ଡ୍ରେନ ଘୋଡାଇବା ଜବରଦଖଲ ହଟାଇବା ଆଦି ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଅଧିକାରୀ ମାନଙ୍କୁ କହିଥିଲେ I ସେହିପରି, ଜିଲ୍ଲା ନିଯୁକ୍ତି ଅଧିକାରୀଙ୍କୁ ଜିଲ୍ଲାରେ ଥିବା ଚାକିରୀ ଆଶାୟୀ ଯୁବାବର୍ଗଙ୍କୁ ପ୍ରଶାସନିକ, ବ୍ୟାଙ୍କିଙ୍ଗ , ଏସ୍ ଏସ୍ ସି ଏବଂ ବିଭିନ୍ନ ନିଯୁକ୍ତି ପରୀକ୍ଷାରେ ଭାଗ ନେବା ନିମିତ୍ତ ତାଲିମ ଦେବା ପାଇଁ ଆହ୍ଵାନ ଦେଇଥିଲେ I ଅନ୍ତ ବିଭାଗୀୟ ବିସଂଗତି ଉପରେ ଆଲୋଚନା କରି ସେସବୁର ସମାଧାନର ରାସ୍ତା ବାହାର କରାଗଲା l ବୈଠକରେ ଜଳସେଚନ ,ପଞ୍ଚାୟତି ରାଜ, ରାଜସ୍ୱ, କୃଷି, ଉଦ୍ୟାନ କୃଷି, ମତ୍ସ୍ୟ , ରାସ୍ତା ଓ ଗୃହନିର୍ମାଣ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ ,ଉଠା ଜଳସେଚନ, ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ , ପ୍ରାଣୀ ସମ୍ପଦ, ପରିବହନ ,ଶିକ୍ଷା,ସ୍ୱାସ୍ଥ୍ୟ,ଜଙ୍ଗଲ , ଖଣି , ଟୁରିଜମ ଇତ୍ୟାଦି ସମସ୍ତ ବିଭାଗର କାର୍ଯ୍ୟ ଉପରେସମୀକ୍ଷା ହୋଇଥିଲା l ତହସିଲଦାର ମାନଙ୍କ ଦ୍ୱାରା ବିଭିନ୍ନ ଶିକ୍ଷାନୁଷ୍ଠାନ, ଚିକିତ୍ସାଳୟ , ପ୍ରାଣୀ ଚିକିତ୍ସାଳୟ, ଅଙ୍ଗନବାଡି କେନ୍ଦ୍ର ମାନଙ୍କୁ ଜମି ପଟ୍ଟା ଯୋଗାଇ ଦେବା ସହିତ ସେମାନଙ୍କର ନୂତନ କୋଠା ନିର୍ମାଣ ଇତ୍ୟାଦି ବିଷୟ ଉପରେ ବିଶଦ ଆଲୋଚନା ହୋଇଥଲା l ଗ୍ରାମୋଦୟ ସଭାରେ ଜିଲ୍ଳାପାଳ ବନାଞ୍ଚଳରେ ରାସ୍ତା ଘାଟର ଉନ୍ନତି ସହିତ ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଜନସାଧାରଣଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ, ଆବାସ ଗୃହ, ପରିବହନ, ଯୋଗାଯୋଗ, ଆଧାର ଇତ୍ୟାଦି ସମସ୍ତ ସୁବିଧା ସୁଯୋଗ ତୁରନ୍ତ ଯୋଗାଇ ଦେବା ଉପରେ ଗୁରୁତ୍ଵ ଦେଇଥିଲେ ।ସମସ୍ତ ବିଭାଗୀୟ ଅଧିକାରୀ ଏବଂ କର୍ମଚାରୀ ମାନେ ଉତ୍ସର୍ଗୀକୃତ ମନୋଭାବ ନେଇ ନିଜ ନିଜ ବିଭାଗର କାମ ଠିକ୍ ଭାବରେ କରି ଜିଲ୍ଲାକୁ ସବୁଜ ସୁନ୍ଦର ଏବଂ ପ୍ଲାଷ୍ଟିକ ମୁକ୍ତ କରି ପ୍ରଗତି ପଥରେ ଆଗେଇ ନେବା ପାଇଁ ଜିଲ୍ଲାପାଳ ଆହ୍ବାନ ଦେଇଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ