ନୂଆପଡ଼ାରେ ଅଟଳବିହାରୀ ବାଜପେୟୀ ଜୟନ୍ତୀ ଏବଂ ସୁଶାସନ ଦିବସ ପାଳିତ

Dec 25, 2025 - 20:13
 0  15
ନୂଆପଡ଼ାରେ  ଅଟଳବିହାରୀ ବାଜପେୟୀ ଜୟନ୍ତୀ ଏବଂ ସୁଶାସନ ଦିବସ ପାଳିତ

ନୂଆପଡା : ଭାରତ ରତ୍ନ, ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ଜିଲ୍ଲା ସ୍ତରୀୟ ଜନ୍ମ ଜୟନ୍ତୀ ତଥା ସୁଶାସନ ଦିବସ ନୂଆପଡ଼ା ଜିଲ୍ଲା ସୂଚନା ଏବଂ ଲୋକସମ୍ପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ସଦଭାବନା ଗୃହରେ ଅନୁଷ୍ଠିତ ହୋଇଯାଇଛି ।ଏହି ସମାରୋହରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିଲେ l ସମ୍ମାନିତ ଅତିଥି ଭାବରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ୍ ସିଂ, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ, ନୂଆପଡ଼ା ଜିଲ୍ଲା ପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ କ୍ଷମାନିଧି ଭୋଇ , ବରିଷ୍ଠ ଆଇନଜୀବୀ ପ୍ରସନ୍ନ କୁମାର ପାଢ଼ୀ, ବିଶିଷ୍ଟ ଶିକ୍ଷାବିତ୍ କ୍ଷୀରୋଦ ନିବାସ ପଣ୍ଡା, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଧନେଶ୍ଵର ସେଠୀ ପ୍ରମୁଖ ଯୋଗଦେଇ ଅଟଳ ବିହାରୀ ବାଜପେୟୀଙ୍କ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ନିଜ ଅଭିଭାଷଣରେ ଜିଲ୍ଲାପାଳ କହିଲେ, ଅଟଳଜୀ ଥିଲେ ଏକ ପ୍ରକୃତ ଦେଶ ସେବକ, ମହାନ ଜନନାୟକ ଏବଂ ସୁଶାସନର ପ୍ରତୀକ । ସେ ଥିଲେ ଏକ ସତ୍ୟନିଷ୍ଠ ଏବଂ ସମର୍ପିତ ନେତା, ଯିଏ ସର୍ବଦା ଦେଶ ଏବଂ ଜନତାଙ୍କ ସେବା ପାଇଁ କାର୍ଯ୍ୟ କରିଥିଲେ। ବାଜପେୟୀ ଏକ ଚିତ୍ରକରର ଆଖି, ଏକ କବିର ହୃଦୟ ଏବଂ ଏକ ବିଜ୍ଞାନୀର ଦୂରଦୃଷ୍ଟି ରଖି ଦେଶକୁ ଚଳାଇଥିଲେ l ଏହି ତିନୋଟି ଗୁଣ ଯାହା ପାଖରେ ଥାଏ ସେ ଜଣେ ପ୍ରକୃତ ମଣିଷ ଏବଂ ପ୍ରକୃତିର ମଣିଷ। ଆମ ପରବର୍ତ୍ତି ପିଢ଼ି ତାଙ୍କ ଜୀବନୀରୁ ବହୁ ଶିକ୍ଷାଲାଭ କରିବାର ଅଛି । ଆରକ୍ଷୀ ଅଧିକ୍ଷକ ଶ୍ରୀ ସିଂହ କହିଛନ୍ତି, ବାଜପେୟୀ ଥିଲେ ଜଣେ ପ୍ରକୃତ ରାଷ୍ଟ୍ର ନେତା । ପୋଖରାନ ପରମାଣୁ ପରୀକ୍ଷା , ଦେଶରେ ଶିକ୍ଷା ଏବଂ ଭିତ୍ତିଭୂମିର ବିକାଶରେ ତାଙ୍କ ଭୂମିକା ଅତୁଳନୀୟ । ସମସ୍ତ ଅତିଥି ମହାମାନବ ବାଜପେୟୀଙ୍କ ସ୍ମୃତି ଚାରଣ କରିବା ସହିତ ଦେଶ ପ୍ରତି ତାଙ୍କର ଅସୀମ ଅବଦାନକୁ ମନେ ପକାଇ ଥିଲେ l ଏହି ସମାରୋହରେ ଜିଲ୍ଲାର କୋଣ ଅନୁକୋଣରୁ କବି ଏବଂ କବୟତ୍ରୀ ବାଜପେୟୀଙ୍କ ଜୀବନୀ ଉପରେ କବିତା ପଠନ କରିଥିଲେ । ବିଶିଷ୍ଟ କବି ଏବଂ ଶିକ୍ଷକ କିଶୋର ପ୍ରଧାନ ଏହି କବିତା ପାଠ କାର୍ଯକ୍ରମକୁ ସଂଯୋଜନା କରିଥିଲେ l ଶେଷରେ ଅତିଥିମାନେ କବି ଏବଂ କବୟତ୍ରି ମାନଙ୍କୁ ପ୍ରମାଣପତ୍ର ଦେଇ ସମ୍ମାନିତ କରିଥିଲେ । ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ମହରା, ଜିଲ୍ଲା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ, ଉପଖଣ୍ଡ ସୂଚନା ଏବଂ ଲୋକସମ୍ପର୍କ ଅଧିକାରୀ ରମାକାନ୍ତ ବିଶ୍ୱାସ ଏବଂ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଗଣ ମାଧ୍ୟମର ପ୍ରତିନିଧି ଏହି ସୁଶାସନ ଦିବସ ପାଳନ ଉତ୍ସବରେ ଉପସ୍ଥିତ ଥିଲେ । ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ବଡ଼ାଇ ଏହି ସମାରୋହକୁ ପରିଚାଳନା କରିଥିଲେ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ ଫାଷ୍ଟ ନିୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ