।।ନିଖୋଜ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର, ମଙ୍ଗଳବାର ଦିନ ଘରୁ ଲୁଚି ପଳାଇଥିଲେ l।

ନିଖୋଜ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ଏମଭି-୭ ମୁଖ୍ୟ ରାସ୍ତା କଡରେ ।ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା ଏମଭି-୭ ମୁଖ୍ୟ ରାସ୍ତା କଡରୁ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଦୁଇ ଜଣ ତମସା ପଞ୍ଚାୟତ ଅନ୍ତର୍ଗତ ଆର.ଓ. କଲୋନୀର ଗଙ୍ଗା ମାଡକାମୀଙ୍କ ଝିଅ ନନ୍ଦେ ଓ ଇରମା ମାଡକାମୀଙ୍କ ପୁଅ ନବୀନ । ଦୁହେଁ ପରସ୍ପରକୁ ଭଲ ପାଉଥିଲେ ହେଲେ ସେମାନେ କୋୟା ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ପରିବାର ଲୋକେ ଏଥିରେ ସହମତ ନଥିଲେ । ଗତ ମଙ୍ଗଳବାର ଦିନ ସେମାନେ ଘରୁ ଲୁଚି ପଳାଇଥିବା ବେଳେ ଶୁକ୍ରବାର ସେମାନଙ୍କ ମୃତଦେହ ଉଦ୍ଧାର ହୋଇଛି । ଘଟଣାସ୍ଥଳରେ ମାଲକାନଗିରି ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
What's Your Reaction?






