।। ନାତି IAS. ଆତ୍ମହତ୍ୟା କଲେ ଜେଜେବାପା, ଜେଜେମା'। ମୃତ୍ୟୁ ପୂର୍ବରୁ ଲେଖିଲେ ହୃଦୟ ବିଦାରକ ସୁଇସାଇଡ୍ ନୋଟ୍ ।।

Mar 31, 2023 - 20:23
 0  109
।। ନାତି IAS. ଆତ୍ମହତ୍ୟା କଲେ ଜେଜେବାପା, ଜେଜେମା'। ମୃତ୍ୟୁ ପୂର୍ବରୁ ଲେଖିଲେ ହୃଦୟ ବିଦାରକ ସୁଇସାଇଡ୍ ନୋଟ୍ ।।

ନାତି ଆଇଏଏସ୍, ପୁଅ କୋଟିପତି । ଯନ୍ତ୍ରଣା ସହିନପାରି ବିଷ ବଟିକା ଖାଇଲେ ଜେଜେମା' ଜେଜେବାପା । ମୃତ୍ୟୁ ପୂର୍ବରୁ ଲେଖିଲେ ଛାତିଥରା ସୁଇସାଇଡ୍ ନୋଟ୍ ପୁଅ ନାଁରେ ଅଚଳାଚଳ ସମ୍ପତ୍ତି, ନାତି ଆଇଏଏସ୍ ଅଧିକାରୀ । ହେଲେ ମାନସିକ ଯନ୍ତ୍ରଣା ସହିନପରି ବୁଢା ଜେଜେବାପା, ଜେଜେମା' କଲେ ଆତ୍ମହତ୍ୟା । ଆଉ ମୃତ୍ୟୁ ପୂର୍ବରୁ ଯେଉଁ ସୁଇସାଇଡ୍ ନୋଟ୍ ଲେଖିଲେ ତାହା ସାରା ଦେଶରେ ଏବେ ଆଲୋଡନ ସୃଷ୍ଟି କରିଛି । ଏପରି ଅଭାବନୀୟ ଘଟଣା ଘଟିଛି ହରିୟାଣା ଚରଖି ଦାଦରୀ ଅଞ୍ଚଳରେ । ନାତି ବିବେକ ଆର୍ଯ୍ୟ ଜଣେ ଆଇ,ଏସ୍ ଅଧିକାରୀ । ଯିଏ ଏବେ ଟ୍ରେନିଂରେ ଅଛନ୍ତି । ପୁଅ ବୀରେନ୍ଦ୍ର ଆର୍ଯ୍ୟ, ଯାହାଙ୍କ ନାଁରେ ରହିଛି ୩୦ କୋଟିରୁ ଅଧିକ ସମ୍ପତ୍ତି । ହେଲେ ବୁଢା ବାପା, ମା' ଦୁଇଜଣଙ୍କୁ ଖାଇବାକୁ ଗଣ୍ଡେ ଭଲକି ଦେଲେନି । ତା' ଉପରେ ପୁଣି ନାନାଦି ମାନସିକ ନିର୍ଯାତନା । ଜନ୍ମକଲା ପୁଅଠାରୁ ଏତେ ଯନ୍ତ୍ରଣା ସହିପାରିଲେନି ବୟସ୍କ ମଣିଷ ଦିଟା ଯେ ଶେଷରେ ଜୀବନ ହାରିବାକୁ ଶ୍ରେୟ ମଣିଲେ ଏବଂ ବିଷ ବଟିକା ଖାଇ ଆତ୍ମହତ୍ୟା କଲେ । ବିଷ ଖାଇବା ପରେ ବୃଦ୍ଧ ଜଗଦୀଶ ଆର୍ଯ୍ୟ ପୁଲିସକୁ ଫୋନ କରି ଜଣାଇଲେ । ପୁଲିସ ଆସିବାରୁ ତାଙ୍କ ହାତରେ ଲେଖିଥିବା ସୁଇସାଇଡ୍ ନୋଟ୍ ଧରାଇଲେ । ହେଲେ ସେତେବେଳେକୁ ବୃଦ୍ଧ ଦମ୍ପତ୍ତିଙ୍କର ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ତୁରନ୍ତ ସ୍ଥାନୀୟ ହସ୍ପିଟାଲ ଓ ପରେ ଦାଦରୀ ସିଭିଲ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ସେଠାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ସୁଇସାଇଡ୍ ନୋଟକୁ ପଢିଥିଲେ ପୁଲିସ ଅଧିକାରୀ, ଯାହା ତାଙ୍କୁ ସ୍ତବ୍ଧ କରିଦେଇଥିଲା । ବୃଦ୍ଧ ଜଣକ ଏଭଳି ଯନ୍ତ୍ରଣାସିକ୍ତ ସୁଇସାଇଟ୍ ନୋଟ୍ ଲେଖିଛନ୍ତି ଯାହା ପଢିଲେ ଆପଣଙ୍କ ଆଖିରୁ ବି ଲୁହ ଝରିଆସିବ । ମୃତ୍ୟୁ ପୂର୍ବରୁ ବୃଦ୍ଧ ଦମ୍ପତ୍ତି ସୁଇସାଇଡ୍ ନୋଟରେ ଲେଖିଛନ୍ତି , 'ମୁଁ ଜଗଦୀଶ ଚନ୍ଦ୍ର ଆର୍ଯ୍ୟ, ସାରା ସମାଜକୁ ମୋ ଦୁଃଖ କାହାଣୀ ଶୁଣାଉଛି । ମୋ ପୁଅ ପାଖରେ ୩୦ କୋଟିରୁ ଅଧିକ ସମ୍ପତ୍ତି ଅଛି । ହେଲେ ମୋତେ ଖାଇବାକୁ ଦେବାକୁ ତା ପାଖରେ ଦି ପଟ ରୁଟି ନାହିଁ । ଆମେ ସ୍ୱାମୀ ସ୍ତ୍ରୀ ଦୁହେଁ ପୂର୍ବରୁ ସାନ ପୁଅ ପାଖରେ ରହୁଥିଲୁ । ହେଲେ ୬ ବଷ ପୂର୍ବରୁ ସାନ ପୁଅର ଅକାଳ ବିୟୋଗ ହେଲା । କିଛି ଦିନ ଧରି ତା' ସ୍ତ୍ରୀ ଖାଇବାକୁ ଦେଲା ହେଲେ ପରେ ତା'ର ମୋ ପୁତୁରା ସହ ଅନୈତିକ ସମ୍ପର୍କ କଥା ମୁଁ ଜାଣିପାରି ବିରୋଧ କରିବାରୁ ଆମ ବୁଢା ବୁଢି ଦୁଇ ଜଣଙ୍କୁ ମାଡ ମାରି ଘରୁ ବାହାର କରିଦେଲା । ଆମେ ଦୁହେଁ ଯାଇ ବୃଦ୍ଧାଶ୍ରମରେ ୨ ବର୍ଷ ରହିଲୁ । ଏହା ଭିତରେ ମୋ ସ୍ତ୍ରୀକୁ ହୃଦଘାତ ହୋଇସାରିଥିଲା । ତେଣୁ ବଡ ପୁଅ ପାଖକୁ ଗଲୁ । ହେଲେ ସେମାନଙ୍କ ଦାଉ ଆହୁରି ବଳିପଡିଲା । ଖାଇବାକୁ ଆମକୁ ଦି ପଟ ଶୁଖିଲା ବାସି ରୁଟି ଦେଉଥିଲେ । ବାରମ୍ବାର ଘରୁ ବାହାରିଯିବାକୁ ଧମକ ଦେଉଥିଲେ । ଆଉ କେତେ ଦିନ ଜନ୍ମକଲା ପୁଅ ବୋହୂଙ୍କ ହାତରୁ ଅତ୍ୟାଚାର ସହିଥାନ୍ତୁ । ତେଣୁ ବିଷ ଖାଇବାକୁ ଶେଷ ନିଷ୍ପତ୍ତି ନେଲୁ । ମୋର ଏବଂ ମୋ ସ୍ତ୍ରୀ ମୃତ୍ୟୁର କାରଣ ଆମର ବଡ ପୁଅ , ଦୁଇ ବୋହୂ ଏବଂ ଜଣେ ପୁତୁରା ଅଟନ୍ତି । ଏମାନେ ସମସ୍ତେ ମିଶି ଆମକୁ ଯେତିକି କଷ୍ଟ ଦେଇଛନ୍ତି ଈଶ୍ୱରଙ୍କୁ ପ୍ରାର୍ଥନା କରୁଛି ସମାଜର କୌଣସି ସନ୍ତାନ ସେମାନଙ୍କ ବାପା, ମା'ଙ୍କ ଉପରେ ନକରନ୍ତୁ । ମୋତେ ଶୁଣୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମୋର ଅନୁରୋଧ କେହିବି ଏତେ ନିଷ୍ଠୁର ନହୁଅନ୍ତୁ, । ବାପା,ମା'ଙ୍କୁ ନିର୍ଯାତନା ଦେଉଥିବା ସନ୍ତାନଙ୍କୁ କଠୋରରୁ କଠୋର ଶାସ୍ତି ମୁିଳୁ । ତାହେଲେ ଯାଇ ମୋ ଆତ୍ମା ଶାନ୍ତି ପାଇବ । ମୋ ନାଁରେ ଯାହା ସମ୍ପତ୍ତି ଅଛି ତାକୁ ଆର୍ଯ୍ୟ ସମାଜ ନାଁରେ କରିଦିଆଯାଉ' ।ସୁଇସାଇଡ୍ ନୋଟ୍ ଆଧାରରେ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରି ଜେରା କରିବା ସହ ଖୋଳତାଡ ଚଳାଇଛି ।

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ