ନବ ବିବାହିତ ବଧୂ ମୃତ୍ୟୁକୁ ନେଇ ହତ୍ୟା ଅଭିଯୋଗ ଆଣିଛନ୍ତି ପରିବାର ଲୋକ
ଦାରିଙ୍ଗବାଡି୨୭/୦୭୦୨୬(ସଲମନ୍ ବିନ୍ଧାଣୀ)ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ପାଣ୍ଡି ଅଞ୍ଚଳରେ ଜଣେ ନବବିବାହିତାଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ପ୍ରେମ ବିବାହର କିଛିଦିନ ପରେ ବଧୂଙ୍କ ମୃତ୍ୟୁ ଘଟିଥିବା ବେଳେ, ଝିଅ ଘର ପକ୍ଷରୁ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଉଠିଛି।ସୂଚନା ଅନୁଯାୟୀ, ପ୍ଲିହେରି ଗ୍ରାମର ହରପ୍ରସାଦ ମଲ୍ଲିକଙ୍କ ୨୧ ବର୍ଷୀୟା କନ୍ୟା ସ୍ୱପ୍ନା ମଲ୍ଲିକ ପେନାପୁସି ଗ୍ରାମର ୨୩ ବର୍ଷୀୟ ଅନୀଲ ପ୍ରଧାନଙ୍କୁ ପ୍ରେମ ବିବାହ କରିଥିଲେ। ବିବାହର କିଛିଦିନ ପରେ ସ୍ୱପ୍ନାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିଲା। ଏହା ସ୍ୱାଭାବିକ ମୃତ୍ୟୁ ନୁହେଁ ବୋଲି ଦାବି କରି ସ୍ୱପ୍ନାଙ୍କ ପରିବାର ଲୋକେ ଅନୀଲ ପ୍ରଧାନଙ୍କ ବିରୋଧରେ ଯୋଜନାବଦ୍ଧ ହତ୍ୟାର ଅଭିଯୋଗ ଆଣିଛନ୍ତି।ଘଟଣାର ଖବର ପାଇ ଦାରିଙ୍ଗବାଡ଼ି ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କ ନେତୃତ୍ୱରେ ଏସ୍ଆଇ ଲକ୍ଷ୍ମୀ ମାଝୀ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।ପୋଲିସ ମୃତଦେହକୁ ଜବତ କରି ଶବ ବ୍ୟବଛେଦ ପାଇଁ ପଠାଇଥିଲା। ବ୍ୟବଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି।ଏହି ଘଟଣାରେ ପୋଲିସ କେସ୍ ନମ୍ବର ୧୯୧୯/୨୦୨୬ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଶବ ବ୍ୟବଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।
What's Your Reaction?
Like
0
Dislike
0
Love
0
Funny
0
Angry
0
Sad
0
Wow
0