।। ନବଜ୍ୟୋତି ବିଦ୍ୟାଳୟରେ ବନମହୋତ୍ସବ ଅନୁଷ୍ଠିତ ।।

Jul 23, 2024 - 20:51
Jul 23, 2024 - 22:08
 0  23
।। ନବଜ୍ୟୋତି ବିଦ୍ୟାଳୟରେ ବନମହୋତ୍ସବ ଅନୁଷ୍ଠିତ ।।

ନୂଆପଡା ତା:-୨୩/୦୭/୨୦୨୪(ଫାଷ୍ଟ ନ୍ୟୁଜ ଓଡ଼ିଶା) ନବଜ୍ୟୋତି ବିଦ୍ୟାଳୟ ଖରିଆର ରୋଡ ଠାରେ ବିଦ୍ୟାଳୟର ଇକୋ କ୍ଲବ, ଗ୍ରୀନ ସ୍କ୍ୱାଡ୍ ର ସକ୍ରିୟ ଉତ୍ସାହ ଓ ସହଯୋଗରେ ବନମହୋତ୍ସବ ପାଳିତ ହୋଇଯାଇଛି। ବିଦ୍ୟାଳୟର ଅଧ୍ୟକ୍ଷା ରଞ୍ଜନା ସାଜୁ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଜିଲ୍ଲା ବନଖଣ୍ଡ ଅଧିକାରୀ ଖରିଆର ମହମ୍ମଦ ଏଫ. ଅଜିଜ ଖାନ, ସମ୍ମାନୀତ ଅତିଥି ପ୍ରକୃତି ବନ୍ଧୁ ଶିକ୍ଷକ କିଶୋର କୁମାର ପରିଡ଼ା, ବନାଞ୍ଚଳ ଅଧିକାରୀ ଖରିଆର ରୋଡ ରଞ୍ଜିତ ସିଂ ବାବୁ, ବିଦ୍ୟାଳୟର ମ୍ୟାନେଜର ସାଜୁ ଓମେନ ଏବଂ ଇକୋ କ୍ଲବ ଦାୟିତ୍ବରେ ଥିବା ଶିକ୍ଷୟିତ୍ରୀ ପି. କନକଦୁର୍ଗା ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପରିବେଶପ୍ରେମୀ ହୋଇ ସୁନ୍ଦର ସବୁଜ ପରିବେଶ ଗଠନ କରିବା ଏବଂ ବୃକ୍ଷ ରୋପଣ କୁ ପ୍ରାଥମିକତା ଦେଇ ଏହାକୁ ନିଜଠୁ ଆରମ୍ଭ କରିବା ଆହ୍ବାନ ଜଣାଇଥିଲେ । ଛାତ୍ରଛାତ୍ରୀମାନେ ପରିବେଶ ଓ ବୃକ୍ଷ ରୋପଣ ସମ୍ବନ୍ଧୀୟ ସଙ୍ଗୀତ ଏବଂ ସାଂସ୍କୃତିକ କାର୍ଯ୍ୟ ପରିବେଷଣ କରିଥିଲେ। ବନମହୋତ୍ସବ ପାଳନ ଅବସରରେ ଅତିଥିମାନଙ୍କ ଦ୍ବାରା ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷ ରୋପଣ କରାଯାଇଥିଲା । କାର୍ଯ୍ୟକ୍ରମର ସଫଳ ଆୟୋଜନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଇକୋ କ୍ଲବ ଶିକ୍ଷୟିତ୍ରୀ ପି. କନକଦୁର୍ଗା, ସ୍କାଉଟ,ଗ୍ରୀନ ସ୍କ୍ୱାଡ, ଇକୋ କ୍ଲବ ର ଛାତ୍ରଛାତ୍ରୀ ସକ୍ରିୟ ସହଯୋଗ କରିଥିଲେ।

ନୂଆପଡାରୁ ବିଶ୍ୱନାଥ ସାମଲ ଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡିଶା

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ