ସୁନାବେଡ଼ା ମେଗା ଡ୍ରାଇଭ: ଦାତୁନାମ ଓ ଖଡ଼ାଙ୍ଗ ଗ୍ରାମରେ ଆଇନ ସଚେତନତା ଓ ସର୍ଭେ

Oct 24, 2026 - 18:17
 0  8
ସୁନାବେଡ଼ା ମେଗା ଡ୍ରାଇଭ: ଦାତୁନାମ ଓ ଖଡ଼ାଙ୍ଗ ଗ୍ରାମରେ ଆଇନ ସଚେତନତା ଓ ସର୍ଭେ

ନୂଆପଡ଼ା ; ସୁନାବେଡ଼ାର ଦାତୁନାମ ଓ ଖଡ଼ାଙ୍ଗ ଗ୍ରାମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ସହାୟତା ଶିବିର ଅନୁଷ୍ଠିତ ହୋଇଯାଇଅଛି । ଏହି ଶିବିର ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ନବନୀତା ଦାଶ ଓ ପ୍ୟାନେଲ ଓକିଲ ବଳଦେବ ରଥ ଯୋଗଦେଇ ଆଇନ ସେବାର ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ । ଏହି ଗ୍ରାମ ମାନଙ୍କରେ ରହୁଥିବା ପହରିଆ ମାନେ ମୌଳିକ ଅଧିକାର ଓ ସୁବିଧା ପାଇବାରୁ ବଞ୍ଚିତ ଥିବାରୁ ସେମାନଙ୍କ ର ଆଇନଗତ ଅଧିକାର ବିଷୟରେ ବୁଝାଇଥିଲେ ଓ ସର୍ଭେ କରି ସେମାନଙ୍କର ସମସ୍ୟା ଗୁଡ଼ିକ ବିଷୟରେ ପଚାରି ବୁଝିଥିଲେ । ଏହି ଗ୍ରାମ ଦୁଇଟି ଦୁର୍ଗମ ହୋଇ ଥିବାରୁ ଛୋଟ ପିଲାମାନେ ପାଠ ପଢା ରୁ ବଞ୍ଚିତ ହେଉଛନ୍ତି । କେବଳ ସେତିକି ନୁହଁ, ଏହି ପିଲା ମାନଙ୍କ ର ଜନ୍ମ ପ୍ରମାଣପତ୍ର ତଥା ଆଧାର ମଧ୍ୟ ହୋଇପାରିନାହିଁ ବୋଲି ଗ୍ରାମର ଲୋକମାନେ ସଚିବଙ୍କୁ କହିଲେ। ସଚିବ ଜିଲ୍ଲା ପ୍ରଶାସନ ର ସାହାଯ୍ୟ ନେଇ ସେମାନଙ୍କ ପାଇଁ ଜନ୍ମ ପ୍ରମାଣପତ୍ର ଓ ଆଧାର କରିବାକୁ ଚେଷ୍ଟା କରିବେ ବୋଲି କହିଥିଲେ । ଏହା ବ୍ୟତୀତ ସେ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର କାର୍ଯ୍ୟ ବିଷୟରେ ମଧ୍ୟ ସେମାନଙ୍କୁ ବୁଝାଇଥିଲେ । ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ