।। ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ନୂଆପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ବୁଦ୍ଧି କୋମନା ପଞ୍ଚାୟତ ଘେରାଉ ।।

Sep 2, 2023 - 18:16
 0  33
।। ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ନୂଆପଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି ପକ୍ଷରୁ ବୁଦ୍ଧି କୋମନା ପଞ୍ଚାୟତ ଘେରାଉ ।।

ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ଭାରତୀୟ ଜନତା ପାର୍ଟି ରାଜ୍ୟ ବ୍ୟାପି ଆନ୍ଦୋଳନ ମୁତାବକ ପ୍ରଥମ ପର୍ଯ୍ୟାୟରେ ସମସ୍ତ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରି ରାଜ୍ୟପାଳ ଙ୍କ ଉଦ୍ଦେଶ୍ୟରେ ଦାବୀ ପତ୍ର ପ୍ରଦାନ ପାଇଁ ହୋଇଥିବା ନିଷ୍ପତ୍ତି ମୁତାବକ ନୂଆପଡା ଜିଲ୍ଲାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇସାରିଛି। ଆଜି ପାତାଲେଶ୍ଵର ମଣ୍ଡଲସଭାପତି ଚନ୍ଦନକୁମାର ଠାକୁରଙ୍କ ନେତୃତ୍ୱରେ ନୂଆପଡ଼ା ଜିଲ୍ଲା କୋମନା ବ୍ଳକର ବୁଦ୍ଧିକୋମନା ଗ୍ରାମ ପଞ୍ଚାୟତ କୁ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଓ ଜନ ସାଧାରଣ ଘେରାଉ କରି ନିଜର ହକ୍ ଦାବୀ ହାସଲ ପାଇଁ ସାମିଲ ହୋଇଥିଲେ।ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବଂଚିତ ଯୋଗ୍ୟ ହିତାଧିକାରୀ ଙ୍କୁ ସାମିଲ ଓ ଅଯୋଗ୍ୟ ହିତାଧିକାରୀଙ୍କୁ ବାଦ ଦେବା,ଭତ୍ତା ରୁ ବଂଚିତ ବୃଦ୍ଧ ବୃଦ୍ଧା ଓ ବିଧବା ଙ୍କ ପାଇଁ ଭତ୍ତା ,ରାସନ କାର୍ଡ ପାଇ ନ ଥିବା ବ୍ୟକ୍ତି ଙ୍କୁ ତୁରନ୍ତ ପ୍ରଦାନ,ପଂଚାୟତ କୁ ପ୍ରଦତ୍ତ ଅର୍ଥ ଓ କ୍ଷମତା କୁ ହରଣଚାଲ ତଥା ହସ୍ତକ୍ଷେପ କରି ଦିଆଯାଇଥିବା ପଚାଶ ଲକ୍ଷ ଟଙ୍କା କୁ ବିନା ପଲ୍ଲୀ ଓ ଗ୍ରାମ ସଭା ରେ ଖର୍ଚ୍ଚ କରୁଥିବା ବିରୁଦ୍ଧରେ,୨୦୧୯ ଓ ୨୦୨୧ ର ବକେୟା କୃଷି ବୀମା ପ୍ରଦାନ,ଟାଟା କମ୍ପାନୀ ର ଦୌରାତ୍ମ୍ୟ ଚଢା ବିଦ୍ୟୁତ ବିଲ,ଅବହେଳିତ ନିର୍ମାଣ ଶ୍ରମିକ ଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ସୁବିଧା ସୁଯୋଗ ହାସଲ,ଶ୍ରମିକ ଙ୍କ ବକେୟା ମନରେଗା ପାଉଣା ପ୍ରଦାନ, ମନରେଗା କାମରେ ହେଇଥିବା ଦୁର୍ନୀତି ର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ,ପଂଚାୟତ ର ଅନ୍ୟାନ୍ୟ ପ୍ରମୁଖ ଦାବୀ ଗୁଡିକ ପାଇଁ ଗର୍ଜି ଥିଲେ ଓ ପଞ୍ଚାୟତର ଗ୍ରାମରୋଜଗାର ସେବକଙ୍କୁ ରାଜ୍ୟପାଳଙ୍କ ଉଦ୍ଦେଶ୍ଯରେ ଦାବିପତ୍ର ଦେଇଥିଲେ।ପଞ୍ଚାୟତ ଘେରାଉରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣି ସଦଶ୍ୟ ପ୍ରଶନ୍ନ କୁମାର ପାଢୀ, ଜିଲ୍ଲା ସଂଯୋଜକ ତୁଲସ ପଟେଲ, ମନିଜର ସୁନା,ପ୍ରବୀଣ କୁମାର ଭୋଇ, ଯୋଗୀନ୍ଦ୍ର କରୁଆଁ, ସରୋଜ ମଲ୍ଲିକ, ଲୋକନାଥ ସିନ୍ଦୁର, ଜ୍ଞାନେଶ୍ଵର ବାଗ, ଯୁବରାଜ ପଟେଲ, ରଞ୍ଜିତ ଦଣ୍ଡସେନା, ମହେନ୍ଦ୍ର ଦାସ ଓ ଶତାଧିକ ପଞ୍ଚାୟତବାସୀ ଉପସ୍ଥିତ ଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ