।। ଥୁଆ ମୂଳ ରାମପୁରରେ ମାଁ ମାଣିକେଶ୍ବରୀ ଓ ଭୈରବଙ୍କ କାଳିସୀ ଲାଗି ପରେ କଣ୍ଟା ଦୋଳିରେ ଝୁଲିଲେ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁରରେ ଅଗ୍ନି ଭୈରବ ଦେବଙ୍କ ଝାମୁଯାତ୍ରା ବା ବାଲିଯାତ୍ରା ଉତ୍ସବ ବୁଧବାର ପାରମ୍ପରିକ ରୀତିନୀତି ଅନୁସାରେ ସମ୍ପନ୍ନ ହୋଇଯାଇଛି।ଏହି ପୀଠରେ ତାନ୍ତ୍ରିକ ଓ ଗୁପ୍ତ ପଦ୍ଧତିରେ ପୂଜାର୍ଚ୍ଚନା କରାଯାଉଥିବାରୁ ଝାମୁଯାତ୍ରା ଦିନ କାଳିସୀଙ୍କ ଦେହରେ ଅଗ୍ନି ଭୈରବ ପ୍ରବେଶ କରି ମନ୍ଦିରରୁ ବାହାରି ଗ୍ରାମ ପରିକ୍ରମା କରି ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥାନ୍ତି।ମାଟି ହାଣ୍ଡି ଉପରେ ବସି ତାକୁ ଅକ୍ଷତ ରଖିବା କଣ୍ଟା ଦୋଳିରେ ଝୁଲି ସାରିବା ପରେ ପ୍ରସ୍ତୁତ କରାଯାଇଥିବା ଅଗ୍ନି କୁଣ୍ଡରେ ପ୍ରବେଶ କରି ଚାଲିବା ଦୃଶ୍ୟ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ମନରେ ଭୟ ଓ ଭକ୍ତିର ମିଶ୍ରିତ ଭାବ ସୃଷ୍ଟି କରିଥିଲା।ଚଳିତ ବର୍ଷ ମଧ୍ୟ ଯୁବକଲାଲ ପରିଚ୍ଛାଙ୍କ ଦେହରେ ଭୈରବ ଦେବ ପ୍ରବେଶ କରି ଅଗ୍ନି ପରୀକ୍ଷା ଦେଇଥିଲେ।ସେହିପରି ଶରତ ଚନ୍ଦ୍ର ପୂଝାରୀଙ୍କ ଦେହରେ ମା ମାଣିକେଶ୍ୱରୀ କାଳିସୀ ରୂପରେ ପ୍ରବେଶ କରିଥିଲେ।ଏଥି ପୁର୍ବରୁ ଭୋର୍ ପ୍ରାତଃରୁ ମାଁ ମାଣିକେଶ୍ବରୀ ଏବଂ ଅଗ୍ନି ଭୈରବଙ୍କ ନିଜନିଜ ପୀଠରେ ପୂଜାର୍ଚ୍ଚନା ଆରମ୍ଭ ହେଲା ପରେ ଝାମୁଯାତ୍ରା ପଡିଆରେ ପୁର୍ବରୁ ଠୁଳ କରାଯାଇଥିବା ବଡବଡ କାଠ ଗଣ୍ଡି ଗୁଡିକରେ ପୂଜାର୍ଚ୍ଚନା କରି ଅଗ୍ନି ସଂଯୋଗ କରାଯାଇଥିଲା।କୈଳାସ ପରିଚ୍ଛା,ନିତ୍ୟାନନ୍ଦ ପରିଚ୍ଛା,ଋଷିଶୃଙ୍ଗ ପରିଚ୍ଛା ଏବଂ ରଘୁନନ୍ଦ ପରିଚ୍ଛା ପରମ୍ପରାରୁ ଚଳାଇ ଆସୁଥିବା ପରିବାରର ଅଗ୍ନି ସଂଞ୍ଚାଳନ ଦାୟିତ୍ୱ ରହିଥିବା ବେଳେ ଭୈରବ ଙ୍କ ପୂଜକ ବିଶ୍ବନାଥ ବିଶି ଏବଂ ଶଙ୍କର ବାଣୁଆ ମାଁ ମାଣିକେଶ୍ବରୀଙ୍କ ମୁଖ୍ୟ ପୂଜକ ତାପସ ରଞ୍ଜନ ରାୟଗୁରୁ,ସହ ପୂଜକ ଅଶୋକ ମୁଣ୍ଡ, ମାଣିକେଶ୍ବରୀଙ୍କ କାଳିସୀ ପୂଜକ ଶରତ ପୁଝାରୀ, ସହ ପୂଜକ ଗୌରଚନ୍ଦ୍ର ମୁଣ୍ଡଛିନା ଏବଂ କାଳିସୀ ପୂଜକ ରାମହରି ବାଉକ ଉପସ୍ଥିତ ରହି ଶୃଙ୍ଖଳିତ ଭାବରେ ନିଜନିଜ ଦାୟିତ୍ୱ ସମ୍ପାଦନ କରିଥିଲେ। ଥୁଅlମୁଳ ରାମପୁରର ଝାମୁଯାତ୍ରା ବହୁ ପ୍ରାଚୀନ କୁହାଯାଏ।ତତ୍କାଳୀନ ଥୁଆମୂଳ ରାମପୁର ରାଜା ରାମଚନ୍ଦ୍ର ଦେବ ୧୮୯୧ ମସିହାରେ ଲାଞ୍ଜିଗଡରୁ ଭୈରବଦେବଙ୍କୁ ଆଣି ରାମପୁର ଠାରେ ସ୍ଥାପନ କରିବା ପରେ ଏହି ଯାତ୍ରା ଆହୁରି ଆଡମ୍ବରରେ ପାଳନ କରାଯାଉଥିବା ଗବେଷକ ଯାନେ ମତବ୍ୟକ୍ତ କରିଥିବା ବେଳେ ଏହି ଯାତ୍ରର ଅନେକ କିମ୍ବଦନ୍ତୀ ରହିଛି । ଚଳିତ ବର୍ଷ ମନ୍ଦିରର ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ସହ ଏହି ଯାତ୍ରା ପାଳନ କରାଯାଇଛି।ସଂଧ୍ୟାରେ କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ଏବଂ ନାଟକ ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ରହିଥିବା ପୂଜାକମିଟି ପକ୍ଷରୁ ସୂଚନା ଦିଆଯାଇଛି।ମନ୍ଦିର ପରିଚାଳନା କମିଟି ଏବଂ ଯାତ୍ରା ପୂଜା କମିଟିର ମୁଖ୍ୟ ପରିଚାଳକ ମାଣିକ୍ୟ ଚନ୍ଦ୍ର ନାଏକ, କୈଳାସ ପରିଚ୍ଛା, ମୁକୁନ୍ଦ ଧଙ୍ଗଡାମାଝୀ, ନରେନ୍ଦ୍ର ନାଏକ, ବରୁଣ ବାଗ ପ୍ରମୁଖଙ୍କ ସମେତ ସ୍ଥାନୀୟ ଯୁବ ସଂଗଠନର ସଦସ୍ୟ ମାନେ ଉପସ୍ଥିତ ରହି ପରିଚାଳନା କରିଥିବା ବେଳେ ସ୍ଥାନୀୟ ପୁଲିସ ଏବଂ ଆଇ ଆର୍ ବିର ସୁରକ୍ଷା କର୍ମୀ ମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। ଥୁଆମୂଳ ରାମପୁର ପୀଠର ଏକ ସ୍ୱତନ୍ତ୍ରତା ରହିଛି।ଏଠାରେ ଝାମୁଯାତ୍ରା ସମ୍ପନ୍ନ ହେବାପରେ ନିକଟସ୍ଥ ଅନ୍ୟାନ୍ୟ ପୀଠ ମାନଙ୍କରେ ପୂଜା ପାର୍ବଣ କରାଯାଏ।ପ୍ରକୃତି ଓ ମଣିଷ ଏବଂ କୃଷି ସହିତ ଏହି ପର୍ବର ରହିଛି ଘନିଷ୍ଠ ସମ୍ପର୍କ । ତେଣୁ ଏହା କେବଳ ଆଦିବାସୀ ମାନଙ୍କ ମଧ୍ୟରେ ସୀମିତ ନ ରହି ଏହି ପର୍ବକୁ ସମସ୍ତ ଅଞ୍ଚଳବାସୀ ପାଳନ କରିଥାନ୍ତି ।
କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର
What's Your Reaction?






