।। ଥୁଆମୂଳ ରାମପୁର ବ୍ଲକ ରେ ତୁଳସୀ ଯାତ୍ରାର ଶୁଭାରମ୍ଭ, ।।

Nov 25, 2023 - 04:35
 0  32
।। ଥୁଆମୂଳ ରାମପୁର ବ୍ଲକ ରେ ତୁଳସୀ ଯାତ୍ରାର ଶୁଭାରମ୍ଭ, ।।

ରାଜ୍ୟ କଂଗ୍ରେସ ପାର୍ଟି ତରଫରୁ ହେବାକୁ ଥିବା ତୁଳସୀ ଯାତ୍ରା ସମଗ୍ର ରାଜ୍ୟରୁ ତୁଳସୀ ସଂଗ୍ରହ କରାଯାଇ ପୁରୀ ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଚରଣରେ ତୁଳସୀ ପତ୍ର ଙ୍କୁ ସମର୍ପଣ କରାଯିବ ଏବଂ ରତ୍ନ ଭଣ୍ଡାର ଖୋଲିବା ପାଇଁ ସରକାର ଙ୍କୁ ଦାବି କରାଯିବା ଉଦେଶ୍ୟରେ ବରିଷ୍ଠ କଂଗ୍ରେସ ନେତ୍ରୀ ଦ୍ରୋପଦୀ ମାଝୀ ଙ୍କ ନେତୃତ୍ୱରେ ଥୁଆମୂଳ ରାମପୁର ବ୍ଲକର ଜଗନ୍ନାଥ କଲୋନୀ ପଡା ରୁ ଶୁଭାରମ୍ଭ କରାଯାଇଛି। ତୁଳସୀ ଯାତ୍ରା ସେହିପରି ବ୍ଲକ ର ଗୋପାଳପୁର, କରାଙ୍ଗ, ସମାଗୁଡା ସମେତ ବିଭିନ୍ନ ଗ୍ରାମରୁ ଶହ ଶହ ମହିଳା ମାନଙ୍କ ଠାରୁ ତୁଳସୀ ସଂଗ୍ରହ କରାଯାଇ ଥିବା ଦେଖିବାକୁ ମିଳୁଛି। ଏହି କାର୍ଯ୍ଯକ୍ରମରେ କଂଗ୍ରେସ ନେତ୍ରୀ ମିଥିଲା ନାଏକ, ଭାବିନିକା ନାଏକ ପୂର୍ବତନ ସରପଞ୍ଚ ତଥା ବରିଷ୍ଠ ଆଦିବାସୀ ନେତ୍ରୀ ହାରା ବତୀ ମାଝୀ, ଛାତ୍ର କଂଗ୍ରେସ ସଭାପତି ଜିତେନ୍ଦ୍ର ବାଗ, ରାଜୀବ ଗାନ୍ଧୀ ପଂଚାୟତ ରାଜ ସଂଗଠନ ର ବ୍ଲକ ସଭାପତି ପରମେଶ୍ୱର ନାଏକ, ବିଜୟ ନାଏକ ପ୍ରମୁଖ ସାମିଲ ହୋଇଥିଲେ।

 କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ