।। ତିନିଗଟି ବିଦ୍ୟାଳୟ ଠାରେ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ।।

Sep 25, 2023 - 13:43
 0  12
।। ତିନିଗଟି ବିଦ୍ୟାଳୟ ଠାରେ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ।।

କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଳକର ସମ୍ବାଇ ପଞ୍ଚାୟତର ସମ୍ବାଇ ସେବା ଆଶ୍ରମରେ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅଧ୍ୟକ୍ଷତାରେ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ସରପଞ୍ଚ ପିଲୋକ ଗୁଣ୍ଟା ଏବଂ ସ୍କୁଲ ସଭାପତି ପାଣ୍ଡୁ ଖରା ଓ ଦେଓପଟାଙ୍ଗି ସ୍କୁଲର ପ୍ରଧାନ ଶିକ୍ଷକ ନାରାୟଣ ମାଝି ଏବଂ ପ୍ରଧାନ ଶିକ୍ଷୟିତ୍ରୀ କୁମୁଦ ମଞ୍ଜିରୀ ସାମନ୍ତଙ୍କ ଉପସ୍ଥିତରେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ରହି ଆଜିର କାର୍ଯ୍ୟକ୍ରମରେ ଆସି ଥିବା ଅଭିଭାବକ ମାନଙ୍କୁ ନେଇ ଉତ୍ସାହିତ କରିଥିଲେ ।

ଏହିପରି ମଧ୍ୟ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ପୁକାଲି ପଞ୍ଚାୟତର ପୁକାଲି ଆଶ୍ରମ ସ୍କୁଲରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଚନ୍ଦକା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମିନତୀ ଖରା ଏବଂ ସ୍ଥାନୀୟ ପୁକାଲି ପ୍ରଧାନ ଶିକ୍ଷୟିତ୍ରୀ ନମିତାଦେଈ ସେଠୀ ଏବଂ ସମସ୍ତ ବିଭାଗର କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ରହି ସହଯୋଗ କରିଥିଲେ , ଏହିପରି ମାଳିପୁଟ ପଞ୍ଚାୟତର ଚମ୍ପାଖେନ୍ଧା ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ମଧ୍ୟ ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ୟ ଅତିଥି ପଟାଙ୍ଗୀ ବ୍ଳକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁକାନ୍ତ କୁମାର ପଟ୍ଟନାୟକ ଉପସ୍ଥିତ ରହିଥିଲେ ଓ ତିନୋଟି କାର୍ଯ୍ୟକ୍ରମର ଅତିଥି ମାନଙ୍କୁ କୋରାପୁଟିଆ ନାଚ ଗୀତରେ ସଂଗତ କରିଥିଲେ ଶେଷରେ ପଟନାୟକ ଆସିଥିବା ସମସ୍ତ ଅଭିଭାବକ ଓ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଉତ୍ସାହିତ କରିବା ସହିତ ଶିକ୍ଷାକୁ ଗୁରୁତ୍ବ ଦେବା ନିମନ୍ତେ କହିଥିଲେ ଶେଷରେ ପଟାଙ୍ଗୀ ବ୍ଳକର ସମସ୍ତ ଜନସାଧାରଣଙ୍କୁ ସରକାରଙ୍କ ମୌଳିକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଏକ ଟିମ୍ ଗଠନ କରାଯାଇଛି ଆମେ ଖୋଜିବା ବୋଲି ସମସ୍ତଙ୍କୁ ସଚେତନତା କରିଥିବା ସୂଚନା ।

 ପଟ୍ଟାଙ୍ଗି ରୁ ରୁପ ଖରାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ