।। ଟିଟିଲାଗଡ଼, ହାଟପଦା ପଡା ର ୧୧ ତମ ରାବଣ ପୋଡି ଧୂମଧାମ ରେ ପାଳିତ ହେଲା ।।

ଆଜି ପବିତ୍ର ବିଜୟଦଶମୀ ଉତ୍ସବ | ଏହି ଉତ୍ସବ ରେ ରାବଣପୋଡି ହୋଇଥାଏ | ଆଜି ହାଟପଦା ପଡା ର ୧୧ ତମ ରାବଣପୋଡି ଉତ୍ସବ ଟିଟିଲାଗଡ଼ ର ଡିଏଭି କଲେଜ ପଡିଆ ରେ ପାଳିତ ହୋଇଥିଲା | ଏଥିରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଶେଖର ଦାସ ଯୋଗଦେଇଥିଲେ | ପ୍ରଥମେ ସଂଗୀତ ନୃତ୍ୟ ର କାର୍ଯ୍ୟକ୍ରମ ହୋଇଥିଲା | ତାପରେ ମୁଖ୍ୟ ଅତିଥି ଶୁଭ୍ରାଂଶୁ ଦାସ ସଭା ପରିଚାଳନା କରିଥିଲେ | ସେ ପ୍ରଥମେ ଟିଟିଲାଗଡ଼ ର ଉନ୍ନତି ଓ ବିକାଶ କେମିତି ହେବ ଆଊ ଟିଟିଲାଗଡ଼ ର ସମସ୍ତ ଜନସାଧାରଣ ଙ୍କୁ ଏକତ୍ରିତ ହୋଇ ଟିଟିଲାଗଡ଼ ର ବିକାଶ କରିବାର ଆହ୍ୱାନ ଦେଇଥିଲେ | ତାଙ୍କପରେ ଅନ୍ୟ ଅତିଥି ମାନେ ମଧ୍ୟ ନିଜ ନିଜ ମନ୍ତବ୍ୟ ଦେଇଥିଲେ | ଏହି ମଞ୍ଚରେ ମୁଖ୍ୟ ଅତିଥି ଙ୍କ ସହ ଅନ୍ୟ ଅତିଥି ମାନେ ହେଲେ ନୀଳାମ୍ବର ମିଶ୍ର, ତ୍ରିନାଥ ସରାଫ, ଶେଖର ସିଂହା ଲିଙ୍ଗରାଜ ସହୂ, ସୁଧୀର ଘଡେଇ, ଶ୍ରୀପତି ସାହୁ, ଲଳିତ ସାହୁ, ଦୀପକ ସମାଦାର , ଟିଟିଲାଗଡ଼ ଦୁର୍ଗାପୂଜା କମିଟି ର ଅଧକ୍ଷ ଗିରିଜାକାନ୍ତ ରଥ, ସମ୍ପାଦକ ଅନୁପ ଦାସ, କୋଷାଧକ୍ଷ ପ୍ରଭାକର ସରାଫ, ସୁବୋଧ ଦାଶ ପ୍ରମୁଖ ଉପସ୍ଥିତ ଥିଲେ | ଟିଟିଲାଗଡ଼ ର ପ୍ରସିଦ୍ଧ କଳାକାର ନିରାକର ସାହୁ ଆଜି ତୃତୀୟ ଥର ରାବଣ ବେଶରେ ଆସି ତାଙ୍କ ଭୂମିକା ଦେଖାଇ ଥିଲେ | ତାଙ୍କ ସାଙ୍ଗେ ଶ୍ରୀରାମ, ଲଖଣ, ହନୁମାନ ଆଦି ସବୁ ନାଟ୍ୟକାର ମାନେ ସୁସଜିତ ହୋଇ ମଞ୍ଚର ଶୋଭା ବଢ଼ାଇଥିଲେ |ଏହି କାର୍ଯ୍ୟକ୍ରମରେ ଟିଟିଲାଗଡ଼ ସହର ତଥା ଆଖାପାଖି ଗ୍ରାମର ପ୍ରାୟ ଦଶହଜାର ରୁ ଉର୍ଧ୍ଵ ଲୋକ ରାବଣପୋଡି ଦେଖିବାକୁ ଆସିଥିଲେ |କାର୍ଯ୍ୟକ୍ରମ ଶେଷରେ ମୁଖ୍ୟ ଅତିଥି ରାବଣ କୁ ଦହନ କରି ଅଧର୍ମ କୁ ବିନାଶ କରି କିପରି ଧର୍ମର ଜୟ ହେବ ସେହି ବାର୍ତା ଦେଇଥିଲେ |
ଟିଟିଲାଗଡ଼ ରୁ ବାଳକୃଷ୍ଣ ମିଶ୍ର ଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର
What's Your Reaction?






