ଝାରପୋଖରୀଆ ସାମ୍ବାଦିକ ଆକ୍ରମଣ ଘଟଣା:ଘଟଣାର 10 ଦିନ ପରେ ଗିରଫ କଲା ପୋଲିସ:,ଛୀନତାଇ ମୋବାଇଲ ଉଦ୍ଧାର ପାଇଁ ଦାବୀ

Oct 9, 2026 - 18:48
 0  3
ଝାରପୋଖରୀଆ ସାମ୍ବାଦିକ ଆକ୍ରମଣ ଘଟଣା:ଘଟଣାର 10 ଦିନ ପରେ ଗିରଫ କଲା ପୋଲିସ:,ଛୀନତାଇ ମୋବାଇଲ ଉଦ୍ଧାର ପାଇଁ ଦାବୀ

ବାରିପଦା ତା 9/10 (ଫାଷ୍ଟ୍ ନ୍ୟୁଜ୍ ଓଡ଼ିଶା) ମୟୂରଭଞ୍ଜ ଜିଲ୍ଲାର ଜାମସୋଳା ଠାରେ ସାମ୍ବାଦିକ କ୍ଷୀରୋଦ ଚନ୍ଦ୍ର ଦାସଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଗୁରୁବାର ସନ୍ଧ୍ୟାରେ ପୋଲିସ ଅଭିଯୁକ୍ତ ସନସାର ମିଶ୍ର କୁ ଝାରପୋଖରୀଆ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି. ଘଟଣା ମୁତାବକ ଗତ ତା 28/9/26 ରିଖ ରାତିରେ ମୟୁରଭଞ୍ଜ ଜିଲ୍ଲା ଝାରପୋଖରୀଆ ଥାନା ଅନ୍ତର୍ଗତ ଜାମଶୋଳା ଠାରେ ସାମ୍ବାଦିକ କ୍ଷୀରୋଦ ଚନ୍ଦ୍ର ଦାସ ବାଲି ମାଫିଆଙ୍କ ଦ୍ୱାରା ଆକ୍ରମଣର ଶିକାର ହୋଇ ଗୁରୁତର ଆହତ ହେବା ସହ ତାଙ୍କର ମୋବାଇଲ ଫୋନ ଛଡାଇ ନେଇଥିଲେ. ଏହି ଘଟଣାରେ ପୋଲିସ କେବଳ ମାମଲା ରୁଜୁ କରିଦେଇ ଚୁପ ବସିଥିଲା ବେଳେ ବିଭିନ୍ନ ମହଲରୁ ଏନେଇ ପ୍ରତିକ୍ରିୟା ପ୍ରକାଶ ପାଇଥିଲା. ଓଡ଼ିଶା ଜର୍ଣ୍ଣାଲିଷ୍ଟସ ୟୁନିଅନ (ଓଜେୟୁ) ପକ୍ଷରୁ ଏକ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଟିମ ଗଠନ କରାଯିବା ସହିତ ତୁରନ୍ତ ଆସାମୀଙ୍କୁ ଗିରଫ ଏବଂ ଛୀନତାଇ କରିଥିବା ମୋବାଇଲ ଫୋନ ଫେରସ୍ତ ପାଇଁ ପୋଲିସ ଡିଜି, ଆଇଜି ଏବଂ ମୟୁରଭଞ୍ଜ ଏସପିଙ୍କ ନିକଟରେ ଦାବୀ କରିଥିଲା. ସେହି ପରି ମୟୁରଭଞ୍ଜ ସାମ୍ବାଦିକ ସଙ୍ଘ ମଧ୍ୟ 11 ତାରିଖ ସୁଦ୍ଧା ଆସାମୀ ଗିରଫ ନହେଲେ ଥାନାରେ ଧାରଣା ଦେବ ବୋଲି ଘୋଷଣା କରିଥିଲା. ତେବେ ବିଭିନ୍ନ ମହଲରୁ ଚାପରେ ପଡି ପୋଲିସ ଅସମୀଙ୍କୁ ଗୁରୁବାର ସନ୍ଧ୍ୟାରେ ଚୁପଚାପ ଗିରଫ କରି କୋର୍ଟ ଚାଲାଣ କରିଥିଲା. ତେବେ ଏହି ଘଟଣାରେ ନିରପେକ୍ଷ ଓ ଉଚ୍ଚସ୍ତରୀୟ ତଦନ୍ତ ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଛୀନତାଇ ହୋଇଥିବା ମୋବାଇଲ ତୁରନ୍ତ ଫେରସ୍ତ କରିବା ପାଇଁ ଓଜେୟୁ ଦାବି କରିଛି।

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ