ଜୋଂକ ନଦୀ ପଠ ସ୍ଥଳୀରେ ବିଶ୍ୱ ଜଳ ଦିବସ ପାଳନ

Mar 23, 2024 - 16:00
 0  19
ଜୋଂକ ନଦୀ ପଠ ସ୍ଥଳୀରେ ବିଶ୍ୱ ଜଳ ଦିବସ ପାଳନ

ନୂଆପଡା : ଦିନକୁ ଦିନ ପ୍ରକୃତିର ତାଣ୍ଡବରେ ଏ ଧରା ଖୀର୍ଣ୍ଣ ବିଖିର୍ଣ୍ଣ ହୋଇ ନଷ୍ଟ ହୋଇଥିବାର ଦେଖାଯାଇଥିବାବେଳେ କେବେ କେବେ ଅଧିକ ଜଳର ପ୍ରବାହରେ ନଦୀ ନାଳ ପାଣିରେ ବୁଡି ପଙ୍କ ସାଜି ଜଳ ଦୂଷିତ ହୋଯାଇଥାଏ ଏହାର ସୁରକ୍ଷା ଏ ମଣିଷର କର୍ତ୍ତବ୍ୟ l ଆଜି ହେଉଛି ବିଶ୍ୱ ଜଳ ଦିବସ l ଏହି ଶୁଭ ଅବସରରେ ଖରିଆର ରୋଡର ଶୋଷ ମେଣ୍ଟାଉଥିବା ଜୋଂକ ନଦୀକୁ ପ୍ରକୃତି ବନ୍ଧୁ ଭାଇ ମନୋଜ ଡାଗା ଏବଂ ଜ୍ଞାନ ଜ୍ୟୋତି ବିଦ୍ୟାଲୟାର ଶିଶୁ ଏବଂ ଶିକ୍ଷକମାନଙ୍କ ଉଦ୍ୟମରେ ନଦୀରେ ରହିଥିବା ଦୂଷିତ ପାଣିକୁ ସଫା କରାଯାଇଥିଲା । ପିଲାମାନେ ଉତ୍ସାହର ସହିତ ନଦୀକୁ ସଫା କରିଥିଲେ ଯେଉଁଥିରେ ଅନେକ ପ୍ରକାରର ଆବର୍ଜନା, ପଙ୍କରେ ବୁଡି ଥିବା ବହୁତ ଅପରିଷ୍କାର ଜଳ କୁ ପରିସ୍କାର କରାଯାଇଥିଲା | ଏହି ଅବସରରେ ଖରିଆର ରୋଡ ନଗରପାଳ ଅଧ୍ୟକ୍ଷା ଡକ୍ଟର ସୋନିଆ ଜୈନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜଳ ଦିବସରେ ଜଳକୁ କିପରି ଅପ ବ୍ୟବହାର ନକରି ଜଳକୁ ସଂରକ୍ଷିତ କରି ହେବ ତାହା ସେ କହିଥିଲେ l ଉକ୍ତ ଅବସରରେ ଜ୍ଞାନଜ୍ୟୋତି ବିଦ୍ୟାଲୟର ଶିକ୍ଷୟତ୍ରୀ ସମସ୍ତ ପିଲାଙ୍କୁ ଜଳ ଏବଂ ପରିବେଶର ଉପଯୋଗିତା ବିଷୟରେ କହିଥିଲେ ଏବଂ ପିଲାମାନେ ମଧ୍ୟ ପରିବେଶ ବିଷୟରେ ଅବଗତ ହେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ଶେଷରେ ଡ. ସୋନିଆ ଜୈନ ସମସ୍ତ ପିଲାଙ୍କୁ ଉତ୍ସାହିତ କରିଥିଲାବେଳେ ଛାତ୍ର ଛାତ୍ରୀ ମାନଙ୍କୁ କଲମ ଏବଂ ମାନପତ୍ର ଦେବା ସହ ସମସ୍ତଙ୍କୁ ବୃକ୍ଷ ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ମିଷ୍ଟାନ୍ନ ବଣ୍ଟନ କରି ଜଳ ଦିବସକୁ ସମ୍ପନ୍ନ କରିଥିଲେ l

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ