ଜେବିସିସି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଲଖନା ଚମ୍ପିୟାନ

Feb 2, 2025 - 19:16
 0  16
ଜେବିସିସି କ୍ରିକେଟ୍ ଟୁର୍ଣ୍ଣାମେଣ୍ଟରେ ଲଖନା ଚମ୍ପିୟାନ

ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଜଟଗଡ ସବୁଜ ପଡ଼ିଆରେ ଜୟ ବାଜରଙ୍ଗବଳି କ୍ରିକେଟ ଆସୋସିସନ ଦ୍ଵାରା ୨୩ତମ ଜେବିଶିଶି କ୍ରିକେଟ କପ୍ ଉଦଯାପିତ ହୋଇଯାଇଛି।ଏହି ଫାଇନାଲ ଦିବସରେ ମୁଖ୍ୟ ଅତିଥି ରୂପେ ନୂଆପଡ଼ା ବିଜେପି ବିଧାୟକ ପ୍ରାର୍ଥୀ ଅଭିନନ୍ଦନ ପଣ୍ଡା ଯୋଗ ଦେଇଥିବା ବେଳେ ବିଶିଷ୍ଟ ଅତିଥି ସମାଜ ସେବୀ ମାଧବ ପ୍ରସାଦ ସାହୁ,ସମ୍ମାନିତ ଅତିଥି ବିଜେପି ନେତା ତୁଳସ ପଟେଲ,ସଦାନନ୍ଦ ଯୋଶୀ ଯୋଗଦେଇଥିଲେ ।ଫାଇନାଲ ମ୍ୟାଚରେ ଲଖନା ଓ ଫୁଲଝର ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହୋଇଥିବା ବେଳେ ପ୍ରଥମେ ଲଖନା ବ୍ୟାଟିଂ କରି ୧୦ ଓଭର ମ୍ୟାଚରେ ୬ ୱିକେଟ ବିନିମୟରେ ୧୭୪ ରନ ସଂଗ୍ରହ କରିଥିଲେ। ଫୁଲଝର ଦଳକୁ ୧୭୫ ରନ ର ଲକ୍ଷ୍ୟ ଦେଇଥିଲେ । ଫୁଲଝର ଦଳ ୧୭୫ ରନ ର ଲକ୍ଷ ନେଇ ଖେଳ ଖେଳି ଥିବା ବେଳେ ୧୦ ଓଭର ମ୍ୟାଚ୍ ରେ ୭ ୱିକେଟ ପତନରେ ୧୦୪ ରନ୍ ସଂଗ୍ରହ କରି ପରାଜୟ ହୋଇଥିଲେ ।ଏଥିରେ ଲଖନା ଦଳ ବିଜୟ ହାସଲ କରି ଟ୍ରଫି ସହ ପୁରସ୍କାର ରାଶି ନେଇଥିବା ବେଳେ ଫୁଲଝର ଦଳ ଉପ ବିଜେତା ହୋଇ ଟ୍ରଫି ସହ ପୁରସ୍କୃତ ରାଶି ଅତିଥି ଙ୍କ ଦ୍ଵାରା ଗ୍ରହଣ କରିଥିଲେ।ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ପିକେଶ ଯାଦବ ଓ ରାଜେଶ ପ୍ରଧାନ ଖେଳ ପରିଚାଳନା କରିଥିବା ବେଳେ ଯୋଗେନ୍ଦ୍ର ବିଶ୍ଵାଳ ଧାରା ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ଜେବିସିସି କ୍ରିକେଟ କ୍ଳବ୍ ଦ୍ୱାରା ଆୟୋଜିତ ହୋଇଥିବା ବେଳେ ସଭାପତି ବିନୋଦ ପ୍ରଧାନ,ସମ୍ପାଦକ ବିନୟ ପ୍ରଧାନ,ନବଘନ ପ୍ରଧାନ,ତରୁଣ ନାଗ,ମୁକେଶ ପ୍ରଧାନ,ରାଜୁ ନାଗ,ରାକେଶ ପ୍ରଧାନ, କାହ୍ନ। ପ୍ରଧାନ, ଜିତେନ୍ ବନଛୋର,ଟଙ୍କ ବନଛୋର ପ୍ରମୁଖ ଏହି ଟୁର୍ଣ୍ଣାମେଣ୍ଟରେ ସହଯୋଗ କରିଥିଲେ ।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ