ଜିଲ୍ଳା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଓଡ଼ିଶା ମିଲେଟସ୍ ପ୍ରତିଯୋଗିତା ଅନୁଷ୍ଠିତ

Nov 7, 2023 - 11:56
 0  28
ଜିଲ୍ଳା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଓଡ଼ିଶା ମିଲେଟସ୍ ପ୍ରତିଯୋଗିତା  ଅନୁଷ୍ଠିତ

ନେସନାଲ ଉଚ୍ଚ ବିଦ୍ୟାଳୟ ନୂଆପଡ଼ା ଠାରେ ଜିଲ୍ଲା ସମଗ୍ର ଶିକ୍ଷା ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ "ସୁରଭି " ଓ ଓଡିଶା ମିଲେଟସ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଉଦଘାଟନୀ ସଭାରେ ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ ଗୋଷ୍ଠୀ ଶିକ୍ଷା ଅଧିକାରୀ, ହେମସାଗର ମହାନନ୍ଦ, ଜିତେନ୍ଦ୍ର ସେଠ୍, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ବଳିଆର ସିଂ, ଅଧକ୍ଷ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ଅନୁଷ୍ଠାନ, ନୂଆପଡ଼ା ବିକ୍ରମାଦିତ୍ୟ ସିଂ, ପ୍ରଧାନ ଶିକ୍ଷକ ନେସନାଲ ଉଚ୍ଚ ବିଦ୍ୟାଳୟ ନୂଆପଡ଼ା ଗୋଲାପ ଚନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମଟିର ଶୁଭ ଉଦଘାଟନ କରିଥିଲେ। ଜିଲ୍ଲାର ପ୍ରତ୍ୟେକ ବ୍ଲକରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଶିଶୁ ମହୋତ୍ସବ ସୁରଭି ଓ ଓଡିଶା ମିଲେଟସର ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପ୍ରତ୍ୟେକ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନେ ହେବାକୁ ଥିବା ରାଜ୍ଯ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ମିଲେଟସ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଅପରାହ୍ନରେ ଉଦଯାପନୀ ସଭାରେ ଯୋଜନା ଓ ସମନ୍ବୟ ମନ୍ତ୍ରୀ ଓଡିଶା ସରକାର ରାଜେନ୍ଦ୍ର ଢୋଲକିଆ ମୂଖ୍ୟଅତିଥି, ସାଂସଦ କଳାହାଣ୍ଡି ବସନ୍ତ କୁମାର ପଣ୍ଡା ସମ୍ମାନୀତ ଅତିଥି ଭାବରେ ତଥା ଅଧ୍ୟକ୍ଷା ଜିଲ୍ଲା ପରିଷଦ ନୂଆପଡ଼ା ଡଲି ମାଝୀ, ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ ପ୍ରମୁଖ ଯୋଗଦାନ କରି ନିଜର ବକ୍ତବ୍ୟ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଓ କଳା କ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରି ଉନ୍ନତି କରିବା ପାଇଁ ଉତ୍ସାହିତ କରିଥିଲେ। ସର୍ବଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ଏବଂ କୃତୀ ଛାତ୍ରଛାତ୍ରୀ ଅତିଥି ମାନଙ୍କ ଦ୍ବାରା ପୁରସ୍କାର ବିତରଣ କରାଯାଇଥିଲା। ଶଙ୍କର୍ଷଣ ପୁରୋହିତ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷା ସଂଯୋଜକ କମଳ କୁମ୍ଭାର, ହେମନ୍ତ ଭୋଇ, ପ୍ରତାପ ପାତ୍ର, ପବିତ୍ର କୁମାର ନାହକ, ଶିବ ସ୍ୱାଇଁ, ଅବିନାଶ ମିଶ୍ର, କିଶୋର ମହଲା, ଉପେନ୍ଦ୍ର ସାମଲ, କାର୍ତ୍ତିକ ବିଶ୍ବାଳ, ସେକ୍ ୱାସିଫ, ମନୋଜ ପାତ୍ର, ଗିରିଧାରୀ ସା , ଶ୍ରୀକାନ୍ତ ପୁରୋହିତ, ସଞ୍ଜୀବ ବଗର୍ତ୍ତୀ, ତାତୁରାମ କାଣ୍ଡ, ଯୁଗେଶ୍ୱର , ଶିକ୍ଷକ ଜିତେନ୍ଦ୍ର ଖମାରୀ, ଗୋକୁଳ ଦଣ୍ଡସେନା, ସମୀର ବେହେରା, ପ୍ରଦୀପ ଭୋଇ, ହେମନ୍ତ ବେହେରା, ସୁରେଶ ପରିଡା, ଫାଲଗୁନୀ ସାହୁ, ସଞ୍ଜୟ ପ୍ରଧାନ ରାମେଶ୍ବର ଦାସ, କିଶୋର ପ୍ରଧାନ, ରାଜେଶ ମହଲା, କିଶୋର କୁମାର ପରିଡ଼ା ଓ ଚନ୍ଦ୍ର କୈବର୍ତ୍ତ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ କାର୍ଯ୍ୟକ୍ରମଟିର ସାଙ୍ଗ ଘୋଷଣା କରାଯାଇଥିଲା।

 ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ