।। ଜିଲ୍ଲା ସ୍ତରୀୟ କଳା ଉତ୍ସବ ଅନୁଷ୍ଠିତ ।।

Nov 4, 2023 - 20:00
 0  24
।। ଜିଲ୍ଲା ସ୍ତରୀୟ କଳା ଉତ୍ସବ ଅନୁଷ୍ଠିତ ।।

ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନୂଆପଡ଼ା ଠାରେ ଜିଲ୍ଲା ସମଗ୍ର ଶିକ୍ଷା ନୂଆପଡ଼ା ଆନୁକୁଲ୍ୟରେ ଜିଲ୍ଲାସ୍ତରୀୟ କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷା ସଂଯୋଜକ କମଳ କୁମ୍ଭାରଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷା ଅଧିକାରୀ ନୂଆପଡ଼ା କରୁଣାକର ଭୁଏ ଓ ସମ୍ମାନିତ ଅତିଥି ଭାବରେ ପ୍ରଧାନ ଶିକ୍ଷକ ବାଳିକା ଉଚ୍ଚ ବିଦ୍ୟାଳୟ ନୂଆପଡ଼ା ଅଶ୍ଵିନୀ କୁମାର ଭୋଇ ଯୋଗଦାନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଲୋକେଗୀତ, ଲୋକେନୃତ୍ୟ , ଶାସ୍ତ୍ରୀୟ ସଙ୍ଗୀତ, ନୃତ୍ୟ, ବାଦ୍ୟଯନ୍ତ୍ର, ଚିତ୍ରକଳା ଓ ଏକକ ଅଭିନୟ ଇତ୍ୟାଦି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗୀ ମାନଙ୍କ ମଧ୍ୟରେ ପ୍ରଥମ ସ୍ଥାନ ଅଧିକାର ଛାତ୍ରଛାତ୍ରୀ ମାନେ ଆସନ୍ତା ନଅ ନଭେମ୍ବର ଦିନ ବଲାଙ୍ଗୀର ଠାରେ ହେବାକୁଥିବା ଜୋନାଲ ସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। ବିଚାରକ ଭାବରେ ଚନ୍ଦ୍ର କୈବର୍ତ୍ତ, ମୁରଲୀଧର ପଟେଲ, ରାମେଶ୍ବର ଦାସ ଓ ପଞ୍ଚମୀ ବାଗ ଉପସ୍ଥିତ ଥିଲେ। ବରିଷ୍ଠ ଶିକ୍ଷକ ଶଙ୍କର୍ଷଣ ପୁରୋହିତ ସଭା ପରିଚାଳନା କରିଥିବା ବେଳେ ଶିକ୍ଷକ କିଶୋର ଚନ୍ଦ୍ର ପ୍ରଧାନ ମଞ୍ଚ ସଞ୍ଚାଳନ କରିଥିଲା। କାର୍ଯ୍ୟକ୍ରମର ସଫଳ ଆୟୋଜନର ସଦର ସାଧନ କେନ୍ଦ୍ର ସଂଯୋଜକ ଜିତେନ୍ଦ୍ର ଖମାରୀ, ଶିକ୍ଷକ ଗୋକୁଳ ଦଣ୍ଡସେନା, ହେମନ୍ତ ବେହେରା, ରାଜେଶ ମହଲା, ଶିଶିର ଭୋଇ, ଯୋଗେନ୍ଦ୍ର ବେହେରା, କିଶୋର କୁମାର ପରିଡ଼ା,ଜଟେଶ୍ୱର ସୁନା, ତୁଳସିରାମ ମାଝୀ, କାର୍ତ୍ତିକ ବିଶ୍ବାଳ, ଉପେନ୍ଦ୍ର ସାମଲ, ତାତୁ ରାମ କାଣ୍ଡ ତଥା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ସହଯୋଗ କରିଥିଲେ।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ