ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ:ପ୍ରିୟଙ୍କ ଙ୍କ ଘାତକ ବୋଲିଂରେ ଟିମ- ଏଫ ଧରାଶାୟୀ

May 27, 2025 - 19:28
 0  28
ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ:ପ୍ରିୟଙ୍କ ଙ୍କ ଘାତକ ବୋଲିଂରେ ଟିମ- ଏଫ ଧରାଶାୟୀ

ବାରିପଦା - ତା :- ୨୭/୦୫/୨୦୨୫ ରିଖ ସ୍ଥାନୀୟ ବାରିପଦା ଷ୍ଟାଡିୟମ ପଡିଆରେ ଓଡିଶା କ୍ରିକେଟ ଏସୋସିଏସନ ଆନୁକୂଲ୍ୟରେ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସହଯୋଗରେ ଆୟୋଜିତ ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟର ୧୧ଶ ଦିନର ଖେଳରେ ମୟୁରଭଞ୍ଜ କମ୍ବାଇଣ୍ଡ ସ୍କୁଲ ଟିମ - ଜି, ଟିମ - ଏଫ କୁ ୧୧୯ ରନରେ ପରାସ୍ତ କରିଥିଲା I ପ୍ରଥମେ ବ୍ୟାଟିଂ କରି ମୟୁରଭଞ୍ଜ କମ୍ବାଇଣ୍ଡ ସ୍କୁଲ ଟିମ - ଜି ୨୨ ଓଭରରେ ସମସ୍ତ ଉଇକେଟ ହରାଇ ୧୫୭ ରନ ସଂଗ୍ରହ କରିଥିଲେ I ଦଳ ପକ୍ଷରୁ ଶୁଭମ ମହାନ୍ତି ୬୩ ଓ ପ୍ରିୟଙ୍କ ପଟ୍ଟନାୟକ ୨୭ ରନ କରିଥିବା ବେଳେ ବିପକ୍ଷ ଦଳର ସାଇ ଆୟୁଷ ଜେନା ୩ ଟି ଉଇକେଟ ଅକ୍ତିଆର କରିଥିଲେ I ଉତ୍ତରରେ ଟିମ - ଏଫ ୧୬. ୨ ଓଭରରେ ସମସ୍ତ ଉଇକେଟ ହରାଇ ମାତ୍ର ୩୮ ରନ ସଂଗ୍ରହ କରିଥିଲେ I ବିପକ୍ଷ ଦଳର ଜୟଦେବ ବେହେରା ୪ ଟି ଉଇକେଟ ଅକ୍ତିଆର କରିଥିବା ବେଳେ ପ୍ରିୟଙ୍କ ପଟ୍ଟନାୟକ ୫ଟି ଉଇକେଟ ଅକ୍ତିଆର କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ I ଅତିଥି ସୂଦୀପ ମନ୍ତ୍ରୀଙ୍କ ସମେତ ମୟୁରଭଞ୍ଜ ଏଥଲେଟିକ ଏସୋସିଏସନର ସାଧାରଣ ସମ୍ପାଦକ ବିଜୟ କୁମାର ଦାସ, ସହ ସମ୍ପାଦକ ବୈଦ୍ୟନାଥ ରଥ ଓ ଅଶୋକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଯୁବ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ I ଦିଲ୍ଲୀପ କୁମାର ଦାସ ଓ ସୁଶାନ୍ତ ମହାନ୍ତି ଖେଳ ପରିଚାଳନା କରିଥିବା ବେଳେ ସମ୍ବିତ କୁମାର ମହାରଣା ସ୍କୋରିଂରେ ସହାୟତା ପ୍ରଦାନ କରିଥିଲେ I ଆସନ୍ତା କାଲି ମୟୁରଭଞ୍ଜ କମ୍ବାଇଣ୍ଡ ସ୍କୁଲ ଟିମ - ଜି ଏବଂ ଟିମ - ଡି ମଧ୍ୟରେ ଶେଷ ଲିଗ ମ୍ୟାଚ ଅନୁଷ୍ଠିତ ହେବ I ୨୯ ତାରିଖ ଦିନ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ I

What's Your Reaction?

like

dislike

love

funny

angry

sad

wow

FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ