।। ଜିଲ୍ଲାପାଳ ଅଫିସ୍ ଘେରିଲେ ପଞ୍ଚାୟତ ବାସୀ ।।

Dec 28, 2023 - 16:02
 0  38
।। ଜିଲ୍ଲାପାଳ ଅଫିସ୍ ଘେରିଲେ ପଞ୍ଚାୟତ ବାସୀ ।।

ନୂଆପଡ଼ା ଜିଲ୍ଲା ସଦର ବ୍ଳକ ଭୈଷାତାଲ ପଞ୍ଚାୟତ ମୁଖ୍ୟାଳୟରେ ସିଏସ୍‌ପି ପ୍ଲସ୍ ସ୍ଥାପନ ଓ ନୂତନ ପଞ୍ଚାୟତ ଅଫିସ୍ କୋଠାଗୃହ ନିର୍ମାଣ ପାଇଁ ଦାବି ଜୋର ଧରିଛି । ବୁଧବାର ପଞ୍ଚରୟତର ଶତାଧିକି ଲୋକେ ଜିଲ୍ଲାପାଳ ଅଫିସ୍ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସରକାର ଗ୍ରାମାଞ୍ଚଳର ଲୋକଙ୍କୁ ଦୁଆର ମୁହଁରେ ବ୍ୟାଙ୍କ ସେବା ଯୋଗାଇ ଦେବା ପାଇଁ ପ୍ରତି ପଞ୍ଚାୟତରେ ସିଏସ୍‌ପି ପ୍ଲସ ବ୍ୟାଙ୍କ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶ ଅନୁସାରେ ଭୈଷାତାଲ ପଞ୍ଚାୟତ ମୁଖ୍ୟାଳୟରେ ସିଏସ୍‌ପି ପ୍ଲସ ବ୍ୟାଙ୍କ ଖୋଲିବାର ନିୟମ ରହିଛି । ଏଠାରେ ବ୍ୟାଙ୍କ ସ୍ଥାପନ କଲେ ସବୁ ଗାଁ ଲୋକେ ସୁବିଧା ପାଇବେ ବୋଲି ସେମାନେ ଦାବି କରିଛନ୍ତି। ଅନ୍ୟପକ୍ଷେ ଭୈଷାତାଲ ଗାଁରେ ସିଏସ୍‌ପି ପ୍ଲସ ବ୍ୟାଙ୍କ କୋଠାଗୃହ ନିର୍ମାଣ ପାଇଁ ୧୦ ଲକ୍ଷ ଟଙ୍କା ମଂଜୁର ହୋଇଛି। ଏହି କୋଠାଗୃହ ନିର୍ମାଣ ପାଇଁ ବ୍ଲକ୍‌ରେ ଫାଇଲ ଖୋଲା ହୋଇ ସାରଛି ।ହେଲେ ଅନ୍ୟ ଏକ ଗୋଷ୍ଠୀ ବଲୋଦାରେ ସିଏସ୍‌ପି ପ୍ଲସ ବ୍ୟାଙ୍କ କୋଠାଗୃହ ନିର୍ମାଣ କରି ବ୍ୟାଙ୍କ ଖୋଲିବାକୁ ଯୋଜନା କରୁଛନ୍ତି । ୫ ଖଣ୍ଡ ଗାଁ ଲୋକଙ୍କ ନିଷ୍ପତ୍ତିକୁ ଅଣଦେଖା କରି ବଲୋଦା ଗାଁରେ ସିଏସ୍‌ପି ପ୍ଲସ ବ୍ୟାଙ୍କ ଖୋଲିବାକୁ ବ୍ଲକ ପ୍ରଶାସନ ପ୍ରଶ୍ରୟ ଦେଉଥିବା ଅଭିଯୋଗ କରିଛନ୍ତି। ଏନେଇ ବିଗତ ଦିନରେ ପଞ୍ଚାୟତବାସୀ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ବି କୌଣସି ସୁଫଳ ମିଳିନଥିଲା । ବୁଧବାର ପୂର୍ବାହ୍ନରେ ଭୈଷାତାଲ ପଞ୍ଚାୟତର ଭୈଷାତାଲ, ମୁଢେଲା, ଭଣ୍ଡାରପୁରୀ, ମହତମତୋରା, ଜାମଲି ଭଳି ୫ଟି ଗାଁ ଲୋକେ ଜିଲ୍ଲାପାଳ ଅଫିସ ଘେରାଉ କରିଥିଲେ । ଅପରାହ୍ନରେ ଅତିରିକ୍ତ ଜିଲ୍ଲାପାଳ ଭୀମସେନ ଶବର ଓ ନୂଆପଡ଼ା ବିଡିଓ ବିପିନ ବିହାରୀ ଦୀପଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ । ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳକୁ ଆହୁରି ତୀବ୍ର କରିବେ ବୋଲି ମନୋଜ ବଂଜାରା, କିଷନଲାଲ ସାହୁ, ରାମକୁମାର ରାଉତ, ମଣିକରାମ ମାଝୀ, ଡକ୍ଟର ରାଉତ, ହରଲାଲ ସତନାମୀ, ମୋହନ ସତନାମୀ, ନେହେରୁ ସତନାମୀ, ପ୍ରହଲ୍ଲାଦ ସତନାମୀ, ପ୍ରେମ ସାହୁ ପ୍ରମୁଖ ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି।

 ନୂଆପଡ଼ା ଜିଲ୍ଲା ରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ