ଜିଲ୍ଲାପାଳଙ୍କ ଦଶମ ଶ୍ରେଣୀ ଛାତ୍ରୀଙ୍କ ଗୃହପରିଦର୍ଶନ

Dec 2, 2024 - 20:35
 0  16
ଜିଲ୍ଲାପାଳଙ୍କ ଦଶମ ଶ୍ରେଣୀ  ଛାତ୍ରୀଙ୍କ ଗୃହପରିଦର୍ଶନ

ନୂଆପଡା : ଜିଲ୍ଲାପାଳ ଶ୍ରୀଯୁକ୍ତ ମଧୁସୁଦନ ଦାସ ସାରବୋଙ୍ଗ ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ଦୁର୍ଗା ସାହୁଙ୍କ ଗାଁ ପଟାଲଘୁଟୁକୁରୀ ଯାଇ ତାଙ୍କ ଗୃହ ପରିଦର୍ଶନ କରିଥିଲେ। ଛାତ୍ରୀଙ୍କ ପାଠ ପଢ଼ା ବିଷୟରେ ପଚାରି ବୁଝିଥିଲେ। ଦଶମ ଶ୍ରେଣୀ ପରୀକ୍ଷା ପାଇଁ କଠିନ ପରିଶ୍ରମ କରି ପ୍ରସ୍ତୁତ ହୋଇ ଏ ୱାନ୍ ଗ୍ରେଡ ମାର୍କ୍ ରଖିବା ପାଇଁ ପରାମର୍ଶ ଦେଇଥିଲେ। ଛାତ୍ରୀଙ୍କ ପିତାମାତାଙ୍କ ସହ କଥାବାର୍ତ୍ତା କରି ପୁଅ ଝିଅଙ୍କ ଉନ୍ନତ ଶିକ୍ଷା ନିମନ୍ତେ ଯତ୍ନ ନେବା କୁ ସଚେତନ କରିଥିଲେ। ଜିଲ୍ଲାପାଳଙ୍କ ସହିତ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ,ଜିଲ୍ଲା ଶିକ୍ଷା ଅଧିକାରୀ କରୁଣାକର ଭୁଏ, ଗୋଷ୍ଠୀ ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ଏବଂ ପଞ୍ଚାୟତ ସମିତି ଅଧ୍ୟକ୍ଷା ତାରେଶ୍ୱରୀ ସାହୁ ପ୍ରମୁଖ ଛାତ୍ରୀଙ୍କ ଗୃହ ପରିଦର୍ଶନ କରିଥିଲେ। ଜିଲ୍ଳାପାଳ ଗୃହ ପରିଦର୍ଶନ କରି ଛାତ୍ରଛାତ୍ରୀ ଙ୍କୁ ଭଲ ପଢ଼ିବା ଓ ପରୀକ୍ଷାରେ ଉନ୍ନତ ପ୍ରଦର୍ଶନ କରିବା ନିମନ୍ତେ ଉତ୍ସାହିତ କରିଥିବାରୁ, ଏହି ପଦକ୍ଷେପକୁ ବୁଦ୍ଧିଜୀବି ଓ ଅଭିଭାବକ ମହଲରେ ଉଚ୍ଚ ପ୍ରଶଂସା ଓ ସ୍ବାଗତ କରାଯାଉଛି।

ନୂଆପଡ଼ାରୁ ବିଶ୍ୱନାଥ ସାମଲଙ୍କ ରିପୋର୍ଟ

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ