ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରାବାସ କ୍ରୟ କମିଟି ବୈଠକ

Aug 26, 2026 - 15:52
 0  4
ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁସୂଚିତ ଜାତି ଓ ଜନଜାତି ଛାତ୍ରାବାସ କ୍ରୟ କମିଟି ବୈଠକ

ଝାରସୁଗୁଡ଼ା, ୨୬/୦୮(ଫାଷ୍ଟ ନ୍ୟୁଜ ଓଡ଼ିଶା): ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ବାଣଙ୍କ ଅଧ୍ୟକ୍ଷତାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ଅଧୀନସ୍ଥ ବିଦ୍ୟାଳୟଗୁଡ଼ିକର ଛାତ୍ରାବାସ ନିମନ୍ତେ ଜିଲ୍ଲାସ୍ତରୀୟ କ୍ରୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ଛାତ୍ରାବାସରେ ରହୁଥିବା ଅନ୍ତେବାସୀ ଛାତ୍ରଛାତ୍ରୀଙ୍କ ଆବଶ୍ୟକୀୟ ସୁବିଧା ସୁଯୋଗ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ କ୍ରୟ ସମ୍ପର୍କରେ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସରକାରଙ୍କ ସ୍ୱଚ୍ଛତା ନିୟମ ଅନୁଯାୟୀ ସମସ୍ତ ସାମଗ୍ରୀ କେବଳ ସରକାରୀ ଇ-ମାର୍କେଟପ୍ଲେସ୍ (GeM) ପୋର୍ଟାଲ ମାଧ୍ୟମରେ କ୍ରୟ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ମାନର ସାମଗ୍ରୀ ଯୋଗାଇଦେବା ଉପରେ ସେ ବିଶେଷ ଗୁରୁତ୍ୱାରୋପ କରିଛନ୍ତି। ଯୋଗାଣ ହେଉଥିବା ସାମଗ୍ରୀଗୁଡ଼ିକର ଗୁଣବତ୍ତା ପରଖିବା ପାଇଁ ବିଭିନ୍ନ ଅଧିକାରୀମାନଙ୍କୁ ନିର୍ଦ୍ଦିଷ୍ଟ ବିଦ୍ୟାଳୟ ଦାୟିତ୍ୱ ଦିଆଯିବ ଏବଂ ସେମାନେ ସିଧାସଳଖ ସ୍କୁଲ ପରିଦର୍ଶନ କରି ଯାଞ୍ଚ ପ୍ରକ୍ରିୟା ସମ୍ପନ୍ନ କରିବେ। ଏହି ବୈଠକରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀମତୀ ଜୟଶ୍ରୀ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ମାଝୀ, ଆଇ.ଟି.ଡି.ଏ. ପ୍ରକଳ୍ପ ପ୍ରଶାସକ, ଜିଲ୍ଲା ଟ୍ରେଜେରୀ ଅଧିକାରୀ, ବୟନଶିଳ୍ପ ଅଧିକାରୀ, ଜିଲ୍ଲା ଶିଳ୍ପ କେନ୍ଦ୍ର ମହାପ୍ରବନ୍ଧକ ପ୍ରମୁଖ ଉପସ୍ଥିତ ରହି ନିଜର ମତାମତ ଉପସ୍ଥାପନ କରିଥିଲେ।

 ଝାରସୁଗୁଡ଼ା ରୁ ସମୀର କୁମାର ପଟେଲଙ୍କ ରିପୋର୍ଟ ଫାଷ୍ଟ ନ୍ୟୁଜ ଓଡ଼ିଶା

What's Your Reaction?

Like Like 1
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ