।। ଜାନୀ ଗୁଡା ଗ୍ରାମରେ ପହଞ୍ଚିଲା ବ୍ଲକ୍ ପ୍ରଶାସନ ।।

Feb 17, 2024 - 11:31
 0  13
।। ଜାନୀ ଗୁଡା ଗ୍ରାମରେ ପହଞ୍ଚିଲା ବ୍ଲକ୍ ପ୍ରଶାସନ ।।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଏବେ "ଆମ ଓଡ଼ିଶା ନବୀନ ଓଡ଼ିଶା" କାର୍ଯ୍ୟକୁ ନେଇ ଉଠୁଚି ପଡୁଛି।ନବୀନ ସରକାର ରାଜ୍ୟ ବାସୀଙ୍କ ପାଇଁ ପ୍ରଚଳନ କରିଥିବା ପ୍ରତ୍ୟେକ ଯୋଜନା ବିଷୟକୁ ନେଇ ପଞ୍ଚାୟତ ସ୍ତରରେ ଲୋକଙ୍କୁ ସଚେତନ କରା ଯାଉଛି ହେଲେ ଆମ ଗାଁ ପ୍ରତି ସରକାରଙ୍କ ଦୃଷ୍ଟି କଣ ପାଇଁ ପଡୁନି ବୋଲି ଭିତର ଗଡ ପଞ୍ଚାୟତ ଅନ୍ତର୍ଗତ ଜାନୀ ଗୁଡା ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି ଏହି ଗ୍ରାମ।ହେଲେ ସବୁ ଜାଣିବି ସରକାରୀ ବାବୁ ମାନେ ନଜାଣିଲା ପରି ରହି ଯାଉଥିବାରୁ ଆଜି ଜାନୀଗୁଡ଼ା ବାସୀ କାହାକୁ ଅଭିଯୋଗ ନକରି ଭଗବାନଙ୍କ ଭରଷାରେ ପଡ଼ି ରହିଛନ୍ତି। ଲକ୍ଷ୍ମୀପୁର ବ୍ଲକ୍ ସଦର ଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଅବସ୍ଥାପିତ ଜାନୀଗୁଡ଼ା ଗ୍ରାମ।ଗ୍ରାମକୁ ରାସ୍ତା ନଥିଲା ବେଳେ ଅଙ୍ଗନବାଡ଼ି କେନ୍ଦ୍ର ଠିକ୍ ରେ ଖୋଲା ଯାଉନି।ଚାଷ କରିବାକୁ ଜମି ଅଛି କିନ୍ତୁ ଜଳ ସେଚନ ହୋଇପାରୁନି,ରାସ୍ତା ଥାଇବି ଆମ୍ବୁଲାନ୍ସ ଆସି ପାରୁନି,ଗାଁରେ ବିଦ୍ୟାଳୟ ନଥିବାରୁ ପିଲାମାନଙ୍କ ଭବିଷ୍ୟତ ମାଟି ହେବାକୁ ବସିଲାଣି।ଅଙ୍ଗନବାଡ଼ି କଥା ନ କହିବା ଭଲ।ଏଇଭଳି ଅନେକ ସମସ୍ୟା ରହିଥିଲେବି ବିଭାଗୀୟ ଅଧିକାରୀଙ୍କ ନଜର ଏ ଗାଁ ପ୍ରତି ନପଡ଼ିବା ଦୁଃଖର ବିଷୟ ପାଲଟିଛି। ୬୦ ପରିବାର ଙ୍କୁ ଗୋଟିଏ ନଳକୂଅ ପାଣି ନିଅଣ୍ଟ ହେଉ ଥିବାରୁ ନଦୀ ନାଳ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।ଗ୍ରାମବାସୀ ପରିବା ଚାଷ ଉପରେ ନିର୍ଭର କରି ଚଳନ୍ତି।ବର୍ଷ ସାରା ପାଣିର ଅଭାବ ନଥିଲା ଏବେ ଚାରିଆଡ ନୀଳଗିରି ଚାଷ ପାଇଁ ପାଣି ଶୁଖି ଗଲା ଫଳରେ ଆଗ ଭଳି ଆଉ ପରିବା ଚାଷ ମଧ୍ୟ ହୋଇପାରୁନି।ଏନେଇ ବର୍ଷେ ତଳେ ଉଠା ଜଳ ସେଚନ ବିଭାଗ ତରଫରୁ ଲକ୍ଷାଧିକ ଟଙ୍କାରେ ଏକ ପମ୍ପ ହାଉସ ନିର୍ମାଣ କରାଗଲା ହେଲେ ଠିକାଦାର ନିମ୍ନ ମାନର କାମ କରି ଦେଇ ଚାଲି ଯାଇଥିବାରୁ ଚାଷ ଜମିକୁ ପାଣି ମାଡୁନି।ମୁଖ୍ୟ ରାସ୍ତାରୁ ଗ୍ରାମର ଦୂରତା ପାଞ୍ଚ କିଲୋମିଟର।ହେଲେ ଠିକାଦାର ରାସ୍ତା କାମ ଅଧା କରି ଛାଡ଼ି ଦେବାରୁ ଆଜି ଯାଏଁ ପିଚୁ ରାସ୍ତାଟିଏ ଦେଖି ପାରିଲୁ ନାହିଁ ବୋଲି ଗ୍ରାମର ଯୁବ ଗୋଷ୍ଠୀ କହିଥିବା ବେଳେ ଆଗାମୀ ନିର୍ବାଚନ ପୂର୍ବରୁ ଯଦି ଆମ ସମସ୍ୟା ଦୂର ନହୁଏ ତେବେ ସମୂହ ଭୋଟ ବର୍ଜନ କରିବୁ ବୋଲି ଧମକ ଦେଇଛନ୍ତି।ଖବର ପାଇ ଲକ୍ଷ୍ମୀପୁର ବିଡ଼ିଓ ଗୁରେଶ୍ୱର ଭୋଇ ଏକ ଟିମ୍ ସହକାରେ ଜାନୀ ଗୁଡା ଗ୍ରାମ ଗସ୍ତ କରି ପ୍ରତ୍ୟେକ ସମସ୍ୟାକୁ ନେଇ ଗ୍ରାମବାସୀଙ୍କ ସହ ଆଲୋଚନା କରି ତୁରନ୍ତ ସମାଧାନ କରିବି ବୋଲି ପ୍ରତିଶ୍ରୁତି ଦେଇଛନ୍ତି।ସବୁଠୁ ଆଶ୍ଚର୍ଯ୍ୟର କଥା ସେଠାକାର ଅଙ୍ଗନବାଡ଼ି କେନ୍ଦ୍ର କୁ ଶ୍ରୀଯୁକ୍ତ ଭୋଇ ପରିଦର୍ଶନରେ ଗଲା ବେଳେ କେନ୍ଦ୍ରରେ କର୍ମୀ ନଥିଲେ କେବଳ ପାଚିକା ପିଲାଙ୍କୁ ଧରି ବସିଥିବା ଦେଖିବାକୁ ପାଇ ସେମାନଙ୍କ ସହ କଥା ହୋଇ ଫେରି ଆସିଥିଲେ। ଖୋଦ୍ ବିଡ଼ିଓ ଉକ୍ତ ଗ୍ରାମର ପ୍ରତ୍ୟେକଟି ସମସ୍ୟାକୁ ନେଇ ଅବଗତ ହେଲା ପରେ କଣ ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଏବେ ଦେଖିବାକୁ ବାକି ରହିଲା।

ଲକ୍ଷ୍ମୀପୁର ରୁ ପ୍ରମୋଦ ଜେନାଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ