।। ଚୁଲବାଡି ଗ୍ରାମ ତେଣ୍ଡକାମୁଇଁ ପଡା ର ମୌଳିକ ସୁବିଧା ରୁ ବଞ୍ଚିତ ।।

Jul 31, 2023 - 21:20
 0  74
।। ଚୁଲବାଡି ଗ୍ରାମ ତେଣ୍ଡକାମୁଇଁ ପଡା ର ମୌଳିକ ସୁବିଧା ରୁ ବଞ୍ଚିତ ।।

ନାହିଁ ନ ଥିବା ରାସ୍ତା ଅଛି ହେଲେ ଗାଁ କୁ ଆମ୍ବୁଲାନ୍ସ ଗାଡି ଯାଇ ପାରୁନି,କି ପିଇବା ପାଇଁ ଜଳ ସାବଳୀ ଝରଣ ର ଜଳ କୁ ବ୍ୟବହାର,କିମ୍ବା ବିଦ୍ୟୁତ ରୁ ବି ବଞ୍ଚିତ ଗ୍ରାମ ବାସି ଲୋକ କାହା ପାଇଁ ସରକାର ମାଲମାଲ ଯୋଜନା କରିଛନ୍ତି ସତ ହେଲେ ସରକାରୀ ଯୋଜନାରେ କୋଟି କୋଟି ଟଙ୍କା ଅନୁଦାନ ବି ହେବା ସତ ଆଜକୁ ପ୍ରାୟ ଭାରତ ସ୍ୱାଧୀନ ହୋଇ 75ବର୍ଷ ବିତିଯାଇଥିଲେ ମଧ୍ୟ ମୌଳିକ ସୁବିଧା ରୁ ଗ୍ରାମ ର ଲୋକ ବଞ୍ଚିତ ସେହି ଗ୍ରାମ ହେଲା ଚୁଲବାଡି ଗ୍ରାମ ର ଟେଣ୍ଡକାମୁଇଁ ପଡା,

ତଳଅlମପଦର ପଞ୍ଚାୟତ ଥୁଆମୂଳ ରାମପୁର ବ୍ଲକ କଳାହାଣ୍ଡି ଜିଲ୍ଲା ର ବନ ପାହାଡ଼ ଘେରା ଆଦିବାସୀ ଅଧିଶ୍ୟୁତ ଦୁର୍ଗମ ଅଞ୍ଚଳ l ଏଠାକୁ କେବେ ବି ବ୍ଲକ ପ୍ରଶାସନ କି ବିଧାୟକ,

କି ସାଂସଦ ଯାଇ ନ ଥିବା ଯଗୁଁ ସେଠିକାର ଲୋକେ ବିଧାୟକ କିଏ ସାଂସଦ କିଏ ଆମେ ଜାଣିନି ବୋଲି ଗ୍ରାମ ବାସି ପ୍ରକାଶ କରି କହିଲେ କି କଳାହାଣ୍ଡି ର ସାଂସଦ ଓଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀ ର ବିଧାୟକ ଙ୍କ ନାମ ବି ଜାଣିନି ସ୍ଥାନୀୟ ନୂତନ ୱାର୍ଡ ମେମ୍ବର l

ଏମିତି କି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ, ବିଦ୍ୟୁତ, ପକ୍କା ରାସ୍ତା, ଆମକୁ ସରକାର ଯୋଗାଇ ଦେଉ ବୋଲି ଅଭିଯୋଗ କରିଥିଲେ l ଦୂଷିତ ଜଳ ବ୍ୟବହାର କରି ଲୋକେ ଅନେକ ରୋଗ ରେ ଆକ୍ରାନ୍ତ ହୋଇ ପାଦ ରେ ଚାଲି ଚାଲି ଚାଲି ମାଳି ଚଡି ସୁଙ୍ଗେରସ୍ୱାସ୍ଥ୍ୟ କେନ୍ଦ୍ର କୁ ବାରମ୍ବାର ଯିବା କହିଥିଲେ l

ଆସନ୍ତୁ ଗାଁ ର ସମସ୍ୟା କୁ ନେଇ କଣ କହୁଛନ୍ତି ଗ୍ରାମ ବାସି ଶୁଣିବା ଏହି ଗ୍ରାମ ର ଖବର ଗଣମାଧ୍ୟମ ରେ ପ୍ରସାରଣ ହେଲେ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା ।

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକଙ୍କ ରିପୋର୍ଟ କରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ