।। ଚରା କାଠ ପଟା ସହ ସାଇକେଲ ଜବତ , କାଠ ମାଫିଆ ଫେରାର ।।

May 30, 2023 - 16:19
 0  146
।। ଚରା କାଠ ପଟା ସହ ସାଇକେଲ ଜବତ , କାଠ ମାଫିଆ ଫେରାର ।।

ବେଆଇନ୍ ଭାବେ କାଠ ଚରା ଚାଲାଣ୍ କରୁଥିବା ବେଳେ ଚାରିଗୋଟି ପୁରୁଣା ସାଇକେଲ ସହ ଚବିସ୍ ଖଣ୍ଡ କାଠ ପଟା ଜବତ୍ କରିଛି ବୈପାରିଗୁଡ଼ା ବନ ବିଭାଗ। ସୂଚନା ଅନୁଯାୟୀ ଜୟପୁର DFO ଙ୍କ ନିର୍ଦେଶ କ୍ରମେ ବୈପାରିଗୁଡ଼ା ବନାଞ୍ଚଳ ଅଧିକାରୀ ସନ୍ଦିପ୍ ପାଣିଗ୍ରାହୀଙ୍କ ତତ୍ତ୍ଵବଧନରେ ମାଠପଡ଼ା ଏରିଆ ଫରେଷ୍ଟର ରବୀନ୍ଦ୍ର କୁମାର୍ ପ୍ରଧାନ , ବାଲିଗାଁ ଏରିଆ ଫରେଷ୍ଟର ଏମ୍ ଶ୍ରୀନିବାସ , ବୈପାରିଗୁଡ଼ା ଫରେଷ୍ଟର ଲଳିତା ହରିଜନଙ୍କ ସମେତ ଫରେଷ୍ଟ ଗାର୍ଡ ମିସ୍ କରୁଣା ଡିସାରି , ପ୍ରିୟଙ୍କା କର , ମନରମା ଦେବିଙ୍କ ମଧ୍ୟରେ ରାତ୍ର ପେଟ୍ରଲିଙ୍ଗ କରୁଥିବା ବେଳେ ପଡେ଼ଇଗୁଡ଼ା ଗ୍ରାମ ନିକଟରେ ଚାରିଟି ସାଇକେଲ ସମେତ ଚବିସ୍ ଖଣ୍ଡ କାଠ ପଟା ଜବତ୍ କରାଯାଇଛି । ବୈପାରିଗୁଡ଼ା ବନାଞ୍ଚଳ କର୍ମଚାରୀ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଚାରିଜଣ କାଠ ମାଫିଆ ଚାରିଟି ସାଇକେଲ ଧରି କାଠ ପଟା ଚରାଚଲାଣ୍ କରୁଥିବା ଦେଖିବାକୁ ପାଇଥିଲେ। ଫଳରେ ବନବିଭାଗିୟ ଅଧିକାରୀଙ୍କ ପେଟ୍ରଲିଙ୍ଗ ଗାଡ଼ି ଦେଖି ଅନ୍ଦାରର ସୁଯୋଗ ନେଇ କାଠ ମାଫିଆ ସାଇକେଲ ଓ ପଟା ଛାଡ଼ି ଚମ୍ପଟ୍ ମାରିଥିଲେ l କାଠ ମାଫିଆଙ୍କୁ ଧରିବାରେ ବନ ବିଭାଗୀୟ କର୍ମଚାରୀ ବିଫଳ ହୋଇଥିଲେ। ତେବେ ଚାରିଟି ସାଇକେଲ ଓ କାଠ ଜବତ କରିବା ସହ ମାଫିଆଙ୍କୁ ଧରିବା ପାଇଁ ତଦନ୍ତ କରୁଥିବା ନେଇ ମାଠପଡ଼ା ବନପାଳ ରବୀନ୍ଦ୍ର କୁମାର ପ୍ରଧାନ ପ୍ରକାଶ କରିଛନ୍ତି ।

 ବୈପାରିଗୁଡ଼ା ରୁ ଗୋମତି ପାଙ୍ଗିଙ୍କ ରିପୋର୍ଟ କୋରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ