।। ଘାଟି ରାସ୍ତାରେ ବିରାଟ କାୟ ଗଛ ୨୦ ଦିନ ହେଲା ପଡିଛି : ବିପଦପୂର୍ଣ୍ଣ ମଧ୍ୟରେ ଯାତାୟତ, ରାସ୍ତାରୁ ହଟୁନି ଗଛ ।।

Aug 20, 2023 - 19:35
 0  13
।। ଘାଟି ରାସ୍ତାରେ ବିରାଟ କାୟ ଗଛ ୨୦ ଦିନ ହେଲା ପଡିଛି : ବିପଦପୂର୍ଣ୍ଣ ମଧ୍ୟରେ ଯାତାୟତ, ରାସ୍ତାରୁ ହଟୁନି ଗଛ ।।

କନ୍ଧମାଳ:(କୋରାପୁଟ ପ୍ରଥମ ଖବର): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକର ଡ଼େଙ୍ଗାପଦର ଠାରୁ ଲାଇନପଡ଼ାକୁ ସଂଯୋଗ କରୁଥିବା ରାସ୍ତାର ଲଦା ଗ୍ରାମର ଘାଟିରେ ଏକ ବିରାଟ ଗଛ ପଡ଼ିଥିବା ଯୋଗୁଁ ଲୋକେ ଯାତାୟତରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗତ ଦିନରେ ହୋଇଥିବା ଲଗାଣ ବର୍ଷା ଯୋଗୁଁ ଗଛଟି ଟଳି ପଡ଼ିଥିବା ବେଳେ ଖବର ପାଇ ଟିକାବାଲି ଦମକଳ ବାହିନୀ ପହଞ୍ଚି ଗୋଟିଏ ବଡ଼ ଡାଳ କେବଳ କାଟି ଦେଇଥିଲେ। କାଟିବା ପରେ ସେହି ରାସ୍ତାରେ କେବଳ ସାଇକେଲ କିମ୍ବା ମଟରସାଇକେଲ ଯାତାୟତ ସମ୍ଭବ ହେଉଥିବା ବେଳେ ଆଜି ପର୍ଯ୍ୟନ୍ତ ୪ ଚକିଆ ଯାନ ଯାତାୟତ ସମ୍ଭବ ହେଉନାହିଁ। ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଇତି ମଧ୍ୟରେ ପ୍ରାୟ ୨୦ ଦିନରୁ ଊର୍ଦ୍ଧ୍ବ ସମୟ ବିତିଯାଇଥିଲେ ମଧ୍ୟ ଉକ୍ତ ଗଛକୁ ରାସ୍ତାରୁ ହଟାଇବାକୁ କୌଣସି ପ୍ରକାର ପଦକ୍ଷେପ ନିଆଯାଉନାହିଁ। ବାଧ୍ୟ ହୋଇ ଲୋକେ ଶୋଇକି ଥିବା ଗଛତଳେ ଯାତାୟତ କରୁଛନ୍ତି। କେତେବେଳେ କଣ ଅଘଟଣ ଘଟିବ ତାହା କହି ହେବନାହିଁ। ଉକ୍ତ ରାସ୍ତାଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନରେ ଥିବା ବେଳେ ଆଜି ପର୍ଯ୍ୟନ୍ତ ବିଭାଗ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ନିଆଯାଉନାହିଁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ରାସ୍ତା ଉପରେ ଦୁଇ ପଂଚାୟତବାସୀ ସଂପୂର୍ଣ୍ଣଭାବେ ନିର୍ଭର କରୁଥିବା ବେଳେ ଏ ଦିଗରେ ବିଭାଗ ପକ୍ଷରୁ ତୁରନ୍ତ ଦୃଷ୍ଟିଦେଇ ରାସ୍ତାରେ ପଡ଼ିଥିବା ଗଛକୁ ହଟାଇବାକୁ ଦାବି ହୋଇଛି। ଅନ୍ୟଥା ଏହାକୁ ନେଇ କେତେବେଳେ ମଧ୍ୟ ଆନ୍ଦୋଳନ ହେବା ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରେନା ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, କୋରାପୁଟ ପ୍ରଥମ ଖବର l

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ