।। ଗୋପାଳପୁର ପଞ୍ଚାୟତ ରେ ସ୍ୱଚ୍ଛ ଭାରତ ଅଭିଯାନ ।।

Oct 1, 2023 - 17:12
 0  53
।। ଗୋପାଳପୁର ପଞ୍ଚାୟତ ରେ ସ୍ୱଚ୍ଛ ଭାରତ ଅଭିଯାନ ।।

କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତ ସଫେଇ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଗୋପାଳପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ରମେଶ ଚନ୍ଦ୍ର ମେହେର ତତ୍ୱାବ ଧାନରେ ସ୍ୱଚ୍ଛ ପରିମଳ କାର୍ଯ୍ୟକ୍ରମ କରାଗଲା l ଏଠାରେ ଗ୍ରାମ ରୋଜଗାର ସେବକ ସୁଶାନ୍ତ ନାଏକ, ନାଏବ ସରପଞ୍ଚ, ୱାର୍ଡ ମେମ୍ବର କାଳିଆ ନାଏକ ସମେତ ଆଶା ଦିଦି, ଅଙ୍ଗନବାଡି, ସି ଆର ପି. ପ୍ରମୁଖ ଉପସ୍ଥିତ ରେ ପଞ୍ଚାୟତର ଚାରି ପାର୍ଶ୍ୱ ରେ ଥିବା ମଇଳା,ଘାସ, ଆବର୍ଜନା ତଥା ରାସ୍ତା କଡରେ ଥିବା ଅଳିଆଆବର୍ଜନା କୁ ସଫେଇ କରିଥିଲେ l ପଞ୍ଚାୟତ ପରିସରରେ ସଫେଇ କରିବା ପୂର୍ବରୁ ସଫେଇ କାର୍ଯ୍ୟ ରେ ନିୟୋଜିତ ଥିବା ସମସ୍ତେ ଶପଥ ପାଠ କରିବା ସହ ଅନେକ ନାରା ଦେଇ ସଫେଇ କାର୍ଯ୍ୟ ଆରମ୍ଭ କରି ଥିଲେ l

କଳାହାଣ୍ଡି ଜିଲ୍ଲା ରୁ ମକୁନ୍ଦ ନାଏକ ଙ୍କ ରିପୋର୍ଟକରାପୁଟ ପ୍ରଥମ ଖବର

What's Your Reaction?

Like Like 0
Dislike Dislike 0
Love Love 0
Funny Funny 0
Angry Angry 0
Sad Sad 0
Wow Wow 0
FIRST NEWS ODISHA ଗରିବ ଅସହାୟ ଲୋକଙ୍କ ସେବାରେ